Advertisment

ସିଦ୍ଧୁଙ୍କ ଇସ୍ତଫା ପରେ ଟ୍ରେଣ୍ଡ୍ ହେଉଛନ୍ତି ଅର୍ଚ୍ଚନା ପୂରନ ସିଂହ

କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ ପଞ୍ଜାବ କଂଗ୍ରେସ ମଧ୍ୟକ୍ଷ ପଦରୁ ଇସ୍ତଫା ଦେଇ ରାଜନୀତି ମହଲକୁ ସରଗରମ କରିଦେଇଛନ୍ତି। ତେବେ ଏବେ ସୋସିଆଲ୍ ମିଡିଆରେ ପ୍ରଶ୍ନ ଉଠୁଛି ଯେ କଂଗ୍ରେସରୁ ଇସ୍ତଫା ଦେବା ପରେ ସିଦ୍ଧୁ ପୁଣି ଥରେ ‘ଦ କପିଲ ଶର୍ମା ଶୋ’ କୁ ଫେରିବେ ନାହିଁ ତ? ଯଦି ଏହା ହୁଏ ତେବେ ବର୍ତ୍ତମାନ ଶୋ’ର ଜଜ୍‌ ଥିବା ଅର୍ଚ୍ଚନା ପୂରନ ସିଂହଙ୍କର କ’ଣ ହେବ? ସେ କ’ଣ ଗାଦୀ ଛାଡିଦେବେ? ସିଦ୍ଧୁଙ୍କ ଇସ୍ତଫା ପରେ ସୋସିଆଲ୍ ମିଡିଆରେ ଉଭୟଙ୍କ ମିମ୍ସ ଭାଇରାଲ ହେଉଛି।

author-image
Pramod Behera
Archana Puran Singh reaction over funny memens

Archana Puran Singh reaction over funny memens

ନୂଆଦିଲ୍ଲୀ : କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ ପଞ୍ଜାବ କଂଗ୍ରେସ ମଧ୍ୟକ୍ଷ ପଦରୁ ଇସ୍ତଫା ଦେଇ ରାଜନୀତି ମହଲକୁ ସରଗରମ କରିଦେଇଛନ୍ତି। ତେବେ ଏବେ ସୋସିଆଲ୍ ମିଡିଆରେ ପ୍ରଶ୍ନ ଉଠୁଛି ଯେ କଂଗ୍ରେସରୁ ଇସ୍ତଫା ଦେବା ପରେ ସିଦ୍ଧୁ ପୁଣି ଥରେ ‘ଦ କପିଲ ଶର୍ମା ଶୋ’ କୁ ଫେରିବେ ନାହିଁ ତ? ଯଦି ଏହା ହୁଏ ତେବେ ବର୍ତ୍ତମାନ ଶୋ’ର ଜଜ୍‌ ଥିବା ଅର୍ଚ୍ଚନା ପୂରନ ସିଂହଙ୍କର କ’ଣ ହେବ? ସେ କ’ଣ ଗାଦୀ ଛାଡିଦେବେ? ସିଦ୍ଧୁଙ୍କ ଇସ୍ତଫା ପରେ ସୋସିଆଲ୍ ମିଡିଆରେ ଉଭୟଙ୍କ ମିମ୍ସ ଭାଇରାଲ ହେଉଛି।

Advertisment
Archana Puran Singh reaction over funny memensସିଦ୍ଧୁଙ୍କ ଇସ୍ତଫା ପରେ ଟ୍ରେଣ୍ଡ୍ ହେଉଛନ୍ତି ଅର୍ଚ୍ଚନା ପୂରନ ସିଂହ

ତେବେ ସୋସିଆଲ୍ ମିଡିଆରେ ସିଦ୍ଧୁ ଓ ଅର୍ଚ୍ଚନାଙ୍କ ମିମ୍ସ ଭାଇରାଲ ହେଉଥିବା ଖବର ଅର୍ଚ୍ଚନା ପୂରନ ସିଂହ ବି ଜାଣିଛନ୍ତି। ଏହାର ପ୍ରତିଉତ୍ତର ସେ ମଜ୍ଜାଳିଆ ଢଙ୍ଗରେ ଦେଇଛନ୍ତି। ଅର୍ଚ୍ଚନା କହିଛନ୍ତି ଯେ “ଭାଇ କିଏ କହୁଛି ଯେ ମୋ ଗାଦୀ ପ୍ରତି ବିପଦ ଅଛି। କିନ୍ତୁ ମୁଁ ତ କହିବି ଯେଉଁ ଗାଦୀ ନବଜୋତ ଛାଡିଛନ୍ତି ସେ ଗାଦୀକୁ ମୋ ପ୍ରତି ବିପଦ ରହିବା ଉଚିତ। ଏମିତିରେ ବି ତ ମୁଁ ଗାଦୀକୁ କବଳିତ କରିବା ନେଇ ବଦନାମ ହୋଇଛି। ତେଣୁ ଭୟ ମତେ ନୁହେଁ ସେ ଗାଦୀକୁ ହେବା ଦରକାର, କାରଣ ମୋ ନଜର ଏବେ ସେ ଗାଦୀ ଉପରେ ରହିଛି।”

Advertisment

ସେ ଆହୁରି କହିଛନ୍ତି ଯେ “ମୁଁ ଅନେକ ଟ୍ୱିଟ୍ ଦେଖିଛି। ସେଥିରୁ ମୁଁ ଅନେକ୍ ଟ୍ୱିଟକୁ ରିଟ୍ୱିଟ୍ ବି କରିଛି। ମିମ୍ସ ବହୁତ ମଜ୍ଜାଳିଆ ହେଇଛି। ଲୋକେ ସେମାନଙ୍କର ସୃଜନଶୀଳତା ଦେଖାଉଛନ୍ତି। ମୁଁ ବହୁତ ଖୁସି ଯେ ଭାରତୀୟମାନଙ୍କ ଭିତରେ ଭଲ ସେନ୍ସ ଅଫ୍‌ ହ୍ୟୁମର ଅଛି। ପଲିଟିକ୍ସ, କ୍ରିକେଟ୍ ଓ ମନୋରଞ୍ଜନ ସବୁବେଳେ ପରସ୍ପର ସହିତ ଜଡିତ। ଜବଜୋତ୍ ସିଂହ ସିଦ୍ଧୁ ଓ ମୋ କ୍ଷେତ୍ରରେ ପଲିଟିକ୍ସ ଅଛି କ୍ରିକେଟ୍ ଅଛି ଓ ମନୋରଞ୍ଜନ ବି ଅଛି।” ସେ ଆହୁରି ମଜ୍ଜାଳିଆ ଢଙ୍ଗରେ କହିଛନ୍ତି ଯେ ସେପଟେ ପଞ୍ଜାବ କଂଗ୍ରେସରୁ ଇସ୍ତଫା ନେଲେ ଜବଜୋତ ସିଂହ ସିଦ୍ଧୁ କିନ୍ତୁ ଏପଟେ ଦେଶସାରା ‘ଦ କପିଲ ଶର୍ମା’ ଶୋ ଓ ଅର୍ଚ୍ଚନା ପୁନମ୍‌ ଟ୍ରେଣ୍ଡ୍‌ ହେଉଛନ୍ତି।

Archana Puran Singh reaction over funny memensସିଦ୍ଧୁଙ୍କ ଇସ୍ତଫା ପରେ ଟ୍ରେଣ୍ଡ୍ ହେଉଛନ୍ତି ଅର୍ଚ୍ଚନା ପୂରନ ସିଂହ

‘ଦ କପିଲ ଶର୍ମା ଶୋ’ର କଳାକାରମାନେ ଜଜ୍‌ଙ୍କ ଗାଦୀକୁ ନେଇ ଅର୍ଚ୍ଚନାଙ୍କ ସହ ଥଟ୍ଟା ମଜ୍ଜା କରନ୍ତି। ଏମିତିରେ ବି ଶୋ’ର ଏକ ଏପିସୋଡ୍‌ରେ ଅର୍ଚ୍ଚନା ପେମେଣ୍ଟଙ୍କୁ ନେଇ ପ୍ରଶ୍ନ ଉଠାଇଥିଲେ। ସେ କହିଥିଲେ ଯେ ଜବଜୋତ୍ ସିଂହ ସିଦ୍ଧୁ ଓ ତାଙ୍କୁ ମିଳୁଥିବା ଟଙ୍କାରେ ଆକାଶ ପାତାଳ ତଫାତ। ଏମିତି ଜେଣ୍ଡର ଗ୍ୟାପ୍‌ କ’ଣ ପାଇଁ ବୋଲି ସେ କହିଥିଲେ।

ସେହି ଏପିଶୋଡ୍‌ରେ ଜନ୍‌ ଆବ୍ରାହମ୍‌ ଓ ମୋନୀ ରାୟ ସେମାନଙ୍କ ଫିଲ୍ମ ‘ରୋମିଓ ଆକବର ୱାଲ୍ଟର’ର ପ୍ରୋମୋସନ୍‌ ପାଇଁ ଯାଇଥିଲେ। ଶୋ ଚାଲିଥିବା ବେଳେ କପିଲ ଶର୍ମା ସେମାନଙ୍କୁ ଏକ ପ୍ରଶ୍ନ ପଚାରିଥିଲେ ଯେ ଯଦି ସେମାଙ୍କୁ ସେପ୍ ଶିଫ୍ଟିଂ ସ୍ନେକ୍ ଶକ୍ତି ମିଳିଯାଏ ତେବେ ସେମାନେ କ’ଣ ହେବାକୁ ଚେଷ୍ଟା କରିବେ। ଜନ୍‌ ଆଉ ମୋନୀ କହିଥିଲେ ଯେ ଅର୍ଚ୍ଚନା ପୂରନ ମଧ୍ୟ ଏହାର ବିଚାର ରଖନ୍ତୁ। ଅର୍ଚ୍ଚନା କହିଥିଲେ ଯେ ଯଦି ଏମିତି ଶକ୍ତି ମିଳିଯାଏ ତେବେ ସେ ସିଦ୍ଧୁ ହେବାକୁ ପସନ୍ଦ କରିବେ। କାରଣ ତାଙ୍କୁ ଏଠାରେ ଅଧିକ ପେମେଣ୍ଟ ମିଳୁଥିଲା। ତେବେ ତାଙ୍କ କଥାକୁ ସମସ୍ତେ ହସିକି ଉଡେଇ ଦେଇଥିଲେ।

ସୂଚନା ମୁତାବକ ଅର୍ଚ୍ଚନା ପୂରନ ସିଂହଙ୍କୁ ‘ଦ କପିଲ୍ ଶର୍ମା ଶୋ’ର ପ୍ରତି ଏପିଶୋଡ୍‌ରେ ୧୦ ଲକ୍ଷ ଟଙ୍କା ମିଳେ। କିନ୍ତୁ ସିଦ୍ଧୁଙ୍କୁ ବାର୍ଷିକ ୨୫ କୋଟି ଟଙ୍କା ମିଳୁଥିଲା। ତେବେ ବର୍ତ୍ତମାନ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ସିଦ୍ଧୁଙ୍କ ମିମ୍ସକୁ ନେଇ ଲୋକେ ଖୁବ୍ ମଜ୍ଜା ନେଉଛନ୍ତି।

Entertainment The Kapil Sharma Show Navjot Singh Sidhu Archana Puran Singh
Advertisment
Advertisment