• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ନୂଆଦିଲ୍ଲୀ: ବଲିଉଡ୍ ଷ୍ଟାର୍‌ ଅନନ୍ୟା ପାଣ୍ତେଙ୍କ ଘରେ ପହଞ୍ଚିଛି ଏନସିବି ସମନ୍ । ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ମୁମ୍ବାଇ ବାସଭବନକୁ ଯାଇ ଯାଞ୍ଚ କରୁଛି ଏନ୍‌ସିବି । ତାଙ୍କୁ ଆଜି ୨ଟା ବେଳେ ହାଜର ହେବାକୁ ନୋଟିସ୍ କରିଛି ଏନସିବି । ଏହି ସମୟରେ କମ୍ପୁଟର ହାର୍ଡ ଡ୍ରାଇଭ୍, ପେନଡ୍ରାଇଭ୍ ସମେତ କିଛି ଇଲୋକଟ୍ରନିକ୍ ସାମଗ୍ରୀ ସାଙ୍ଗରେ ଆଣିବାକୁ କୁହାଯାଇଛି । ଅନନ୍ୟାଙ୍କ ଘରେ ରେଡ୍ ହେବା ପରେ ଏବେ ପୁଣି ଥରେ ବି ଟାଉନ୍‌ରେ ହଇଚଇ ସୃଷ୍ଟି ହୋଇଛି ।

ଡକରା ପରେ ଏନ୍‌ସିବି ଅଫିସିରେ ପହଞ୍ଚିଲେ ବଲିଉଡ ଅଭିନେତ୍ରୀ ଅନନ୍ୟା । ଆର୍ୟନ୍‌ ଖାନ୍‌ ଡ୍ରଗ୍ସ କେସ୍‌ରେ ଆଜି ତାଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ସମନ୍‌ କରିଥିଲା ଏବଂ ପଚରାଉପରା ପାଇଁ ଡାକି ମଧ୍ୟ ଥିଲା । ସମନ ପରେ ଅନନ୍ୟା ବାପା ଚଙ୍କି ପାଣ୍ଡେଙ୍କ ସହ ଏନ୍‌ସିବି ଅଫିସି ଯାଇଛନ୍ତି। ଆର୍ୟନ୍‌ ଖାନ୍‌ ଡ୍ରଗ୍ସ ମାମଲାରେ ଅନନ୍ୟାଙ୍କ କ’ଣ ସମ୍ପୃକ୍ତି ରହିଛି, ସେ ନେଇ ଏନ୍‌ସିବି ତାଙ୍କୁ ପଚରାଉଚରା କରିଛି । ଅନନ୍ୟା ପାଣ୍ଡେଙ୍କୁ ଏନସିବି ତରଫରୁ ଡାକରା ମିଳିବା ପରେ ତାଙ୍କ ପିତା ଚଙ୍କି ପାଣ୍ଡେ ଲିଗାଲ କାଉନ୍‌ସେଲିଂ ଖୋଜୁଛନ୍ତି।

ସୂଚନା ଅନୁଯାୟୀ, ଡ୍ରଗ୍ସ ନେଇ ଶାହରୁଖ ଖାଁଙ୍କ ପୁଅ ଆର୍ୟନ୍‌ ଓ ଅନନ୍ୟା ପାଣ୍ଡେଙ୍କ ମଧ୍ୟରେ ହ୍ୱାଟ୍ସଆପ୍‌ରେ ମେସେଜ ଦିଆନିଆ ହୋଇଥିଲା, ଯାହା ଏନ୍‌ସିବି ହାତରେ ଲାଗିଥିଲା । ସେହିକ୍ରମରେ ଏନ୍‌ସିବି ଚଢ଼ାଉ କରି ଅନନ୍ୟାଙ୍କୁ ଜେରା କରିବାକୁ ଡାକିଛି ।

ଦିନକୁ ଦିନ ତେଜୁଛି ମୁମ୍ବାଇ ଡ୍ରଗ୍ସ ମାମଲା । ଯାହା ଚର୍ଚ୍ଚା ହେଉଥିଲା ତାହା ସତ ପ୍ରମାଣିତ ହେଲା । ମନ୍ନତରେ ପହଞ୍ଚିଲା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(NCB)। ମନ୍ନତରେ ପହଞ୍ଚି ଶାହରୁଖ୍ ଖାନଙ୍କୁ ଭେଟିଛି NCB ଟିମ୍ । ଆର୍ୟନ ଖାନ୍ ଗିରଫ ମାମଲାରେ ଶାହରୁଖଙ୍କ ସହ କଥା ହୋଇଛି ତଦନ୍ତକାରୀ ସଂସ୍ଥା । ମାମଲାରେ ବାକିଥିବା କିଛି ଦସ୍ତାବିଜ୍ କାମ ଆଜି କରାଯାଇଛି । ତେବେ ଏହା ରେଡ୍ ନୁହେଁ ବରଂ କେବଳ ଆଲୋଚନା ଥିଲା ବୋଲି ସୂଚନା ମିଳିଛି ।