Advertisment

ଯୋଗ କରି ଲୋକଙ୍କୁ ଆଶ୍ଚର୍ଯ୍ୟ କଲେ ଆଲିଆ ଭଟ୍ଟ

ବଲିଉଡ୍‌ର ଟପ୍ ଓ ଷ୍ଟାଇଲିସ୍ ଅଭିନେତ୍ରୀଙ୍କ କଥା ଯଦି ଉଠେ ତେବେ ଆଲିଆ ଭଟ୍ଟ ଏଥିରୁ ବାଦ ପଡିବେନି। ଆଲିଆ ଫିଟ୍ ରହିବା ନେଇ ସବୁବେଳେ ୱାର୍କଆଉଟ୍ ଓ ଯୋଗକୁ ପ୍ରାଥମିକତା ଦେଇଥାନ୍ତି। ସେ ସବୁବେଳେ ପାଇଲେଟ୍ସ, ଯୋଗ ଓ ଜିମ୍‌ ସେଶନର ଫଟୋ ସେୟାର କରନ୍ତି। ଏଥିରୁ ଜଣାଯାଏ ଯେ ସେ ତାଙ୍କ ଜୀବନଶୈଳୀକୁ ନେଇ କେତେ ସଚେତନ।

author-image
Pramod Behera
Alia Bhatt

Alia Bhatt

ନୂଆଦିଲ୍ଲୀ : ବଲିଉଡ୍‌ର ଟପ୍ ଓ ଷ୍ଟାଇଲିସ୍ ଅଭିନେତ୍ରୀଙ୍କ କଥା ଯଦି ଉଠେ ତେବେ ଆଲିଆ ଭଟ୍ଟ ଏଥିରୁ ବାଦ ପଡିବେନି। ଆଲିଆ ଫିଟ୍ ରହିବା ନେଇ ସବୁବେଳେ ୱାର୍କଆଉଟ୍ ଓ ଯୋଗକୁ ପ୍ରାଥମିକତା ଦେଇଥାନ୍ତି। ସେ ସବୁବେଳେ ପାଇଲେଟ୍ସ, ଯୋଗ ଓ ଜିମ୍‌ ସେଶନର ଫଟୋ ସେୟାର କରନ୍ତି। ଏଥିରୁ ଜଣାଯାଏ ଯେ ସେ ତାଙ୍କ ଜୀବନଶୈଳୀକୁ ନେଇ କେତେ ସଚେତନ।

Advertisment
Alia Bhattଆଲିଆ ଭଟ୍ଟ

ଏବେ ଆଲିଆ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ତାଙ୍କ ମୁମ୍ବାଇସ୍ଥ ଘରେ ଯୋଗ କରୁଥିବା ଦେଖାଯାଉଛନ୍ତି। ଏହି ଫଟୋ ତାଙ୍କ ଲିଭିଙ୍ଗ୍ ରୁମ୍‌ର। ଏଠାରେ ଆଲିଆ ଭଟ୍ଟ ଏକ ଯୋଗ ମ୍ୟାଟ୍ ଉପରେ ଏକ କଠିନ ଯୋଗାସନ କରୁଥିବା ନଜର ଆସନ୍ତି। ଆଲିଆ ଏହି ଯୋଗ କରୁଥିବା ବେଳେ ଏକ ଲାଇଟ୍ ଗ୍ରେ ଟ୍ୟାଙ୍କ୍ ଟପ୍ ସହିତ ଡାର୍କ ଗ୍ରେ ଲେଗିନ୍ସ ପିନ୍ଧିଛନ୍ତି।

Alia Bhattଆଲିଆ ଭଟ୍ଟ
Advertisment

ପୂର୍ବରୁ ଯୋଗ ପ୍ରଶିକ୍ଷକ ଅନୁଷ୍କା ଜୋ ଆଲିଆ ଭଟ୍ଟ ଆସନ କରିଥିବା ଏକ ଫଟୋ ସେୟାର କରିଥିଲେ। ଏଥିରେ ସେ ଏକ ମୋଟିଭେସ୍‌ନାଲ୍‌ କୋର୍ଟ ସେୟାର କରି କହିଥିଲେ ଯେ, ନିଜ ସ୍ୱପ୍ନକୁ ସାକାର କରିବା ନେଇ ଏହା ହେଉଛି ଏକ ଭଲ ଦିନ। ଅନୁଷ୍କା ଜୋ କରୀନା କପୁର, ରକୁଲ୍ ପ୍ରୀତ୍, ଅନନ୍ୟା ପାଣ୍ଡେ ଭଳି ଅଭିନେତ୍ରୀଙ୍କୁ ଯୋଗ ପ୍ରଶିକ୍ଷା ଦିଅନ୍ତି। ସେ ଏହି ଫଟୋ ସେୟାର କରିବା ପରେ ତାହା ଭାଇରାଲ ହୋଇଥିଲା। ଲୋକେ ତାଙ୍କର ଏହି ଯୋଗାସନ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

Alia Bhattଆଲିଆ ଭଟ୍ଟ

କାମର କଥା କହିଲେ ଆଲିଆ ବର୍ତ୍ତମାନ ଫିଲ୍ମ ‘ଡାର୍ଲିଂ’ର ସୁଟିଂ ଶେଷ କରିଛନ୍ତି। ଏହି ଫିଲ୍ମରେ ସେ ସହପ୍ରଯୋଜନା କାମ ମଧ୍ୟ ତୁଲାଇଛନ୍ତି। ସେ ଏକ ବିଟିଏମ୍ ମୁମେଣ୍ଟ୍ ସେୟାର କରି ଲେଖିଛନ୍ତି ଯେ “ଆମେ ଏହି ଫିଲ୍ମ ତିଆରି କରିବା ନେଇ ସବୁଠୁ ଭଲ କାମ କରିଛୁ, ଆଶା ଆପଣମାନେ ପସନ୍ଦ କରିବେ।”

ଏହାଛଡା ଆଲିଆ ଭଟ୍ଟଙ୍କ ‘ଆର୍‌ଆର୍‌ଆର୍’କୁ ମଧ୍ୟ ଲୋକେ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ଏହି ଫିଲ୍ମ ଜରିଆରେ ଆଲିଆ ସାଉଥ୍ ଡେବ୍ୟୁ କରିବେ। ଏହି ଫିଲ୍ମ ଚଳିତ ବର୍ଷ ଅକ୍ଟୋବରରେ ରିଲିଜ୍ ହେବାକୁ ଥିବା ବେଳେ ନିର୍ମାତା କରୋନା ପରିସ୍ଥିତି ଯୋଗୁଁ ଏହାକୁ ସ୍ଥଗିତ ରଖିଛନ୍ତି।

ଆଲିଆଙ୍କ ‘ବ୍ରାହ୍ମାସ୍ତ୍ର’କୁ ମଧ୍ୟ ଲୋକେ ଅପେକ୍ଷା କରିଛନ୍ତି। ଏହା ଆୟାନ ମୁଖାର୍ଜୀଙ୍କ ଟ୍ରାୟୋଲୋଜୀ ଫିଲ୍ମ ହୋଇଥିବା ବେଳେ ଏଥିରେ ରଣବୀର କପୁର ଓ ଅଭିତାଭ ବଚ୍ଚନ ମୁଖ୍ୟ ଭୂମିକାରେ ନଜର ଆସିବେ। ସେହିପରି ସଞ୍ଜୟ ଲୀଲା ଭଂସାଲୀଙ୍କ ଗଙ୍ଗୁଭାଇ କାଠିଆୱାଡୀ ଓ ଫରହା ଅକତରଙ୍କ ଜୀ ଲେ ଜରା ରହିଛି।

Bollywood Alia Bhatt
Advertisment
Advertisment