Advertisment

ଭାଇରାଲ ହେଉଛି ଅକ୍ଷୟ କୁମାରର ଟ୍ୱିଟ୍; ଜାଣନ୍ତୁ କ’ଣ କହିଲେ

ଭାଇରାଲ ହେଉଛି ଖିଲାଡି କୁମାର ଅକ୍ଷୟ କୁମାରର ଏକ ଟ୍ୱିଟ୍। କଥା କଣ କି ବଲିଉଡ ଅଭିନେତା ସୁନୀଲ ସେଟ୍ଟୀଙ୍କ ପୁଅ ଅହାନ ସେଟ୍ଟୀ ଅଭିନେତ୍ରୀ ତାରା ସୁତାରିଆଙ୍କ ସହିତ ବଲିଉଡ ଡେବ୍ୟୁ କରିବାକୁ ଯାଉଛନ୍ତି। ବର୍ତ୍ତମାନ ତାଙ୍କ ଫିଲ୍ମ ‘ତଡପ’ର ଟ୍ରେଲର ରିଲିଜ୍ ହୋଇଛି। ଏହାକୁ ଦର୍ଶକ ଖୁବ ପସନ୍ଦ କରୁଛନ୍ତି। ଏହି ଅବସରରେ ସୁନୀଲ୍ ସେଟ୍ଟୀଙ୍କ ବନ୍ଧୁ ଅଭିନେତା ଅକ୍ଷୟ କୁମାର ଅହାନଙ୍କ ପ୍ରଦର୍ଶନକୁ ନେଇ ଖୁବ ତାରିଫ କରିଛନ୍ତି। ତାଙ୍କର ଏହି ଟ୍ୱିଟ୍ ଖୁବ ଭାଇରାଲ ହେବାରେ ଲାଗିଛି।

author-image
Pramod Behera
Akshay Kumar praises Suniel Shetty son Ahan

Akshay Kumar praises Suniel Shetty son Ahan

ନୂଆଦିଲ୍ଲୀ : ଭାଇରାଲ ହେଉଛି ଖିଲାଡି କୁମାର ଅକ୍ଷୟ କୁମାରର ଏକ ଟ୍ୱିଟ୍। କଥା କଣ କି ବଲିଉଡ ଅଭିନେତା ସୁନୀଲ ସେଟ୍ଟୀଙ୍କ ପୁଅ ଅହାନ ସେଟ୍ଟୀ ଅଭିନେତ୍ରୀ ତାରା ସୁତାରିଆଙ୍କ ସହିତ ବଲିଉଡ ଡେବ୍ୟୁ କରିବାକୁ ଯାଉଛନ୍ତି। ବର୍ତ୍ତମାନ ତାଙ୍କ ଫିଲ୍ମ ‘ତଡପ’ର ଟ୍ରେଲର ରିଲିଜ୍ ହୋଇଛି। ଏହାକୁ ଦର୍ଶକ ଖୁବ ପସନ୍ଦ କରୁଛନ୍ତି। ଏହି ଅବସରରେ ସୁନୀଲ୍ ସେଟ୍ଟୀଙ୍କ ବନ୍ଧୁ ଅଭିନେତା ଅକ୍ଷୟ କୁମାର ଅହାନଙ୍କ ପ୍ରଦର୍ଶନକୁ ନେଇ ଖୁବ ତାରିଫ କରିଛନ୍ତି। ତାଙ୍କର ଏହି ଟ୍ୱିଟ୍ ଖୁବ ଭାଇରାଲ ହେବାରେ ଲାଗିଛି।

Advertisment

ଅକ୍ଷୟ କୁମାର ଗୁରୁବାର ଏକ୍ ଟ୍ୱିଟ୍ କରି ଲେଖିଛନ୍ତି ଯେ “ଆରେ ସାଙ୍ଗ, @SunielVShetty ତୋ ପୁଅ ତ ତୋ ଠାରୁ ବି ଦଶ ପାଦ ଆଗରେ। ଏ କୋଉ ପ୍ରକାରର ହେରାଫେରୀ ରେ ଭାଇ। ‘ତଡପ’ର ଟ୍ରେଲର କ’ଣ ନ ହେଇଛି। ଅହାନଙ୍କୁ ବହୁତ ବହୁତ ସ୍ନହ ଆଉ ଶୁଭକାମନା।” ଖାଲି ଅକ୍ଷୟ କୁମାର ନୁହେଁ ଅହାନଙ୍କ ଡେବ୍ୟୁ ଫିଲ୍ମକୁ ନେଇ ଶତାବ୍ଦୀର ମହାନାୟକ ଅମିତାଭ ବଚ୍ଚନ ମଧ୍ୟ ଶୁଭେଚ୍ଛା ଜଣେଇଛନ୍ତି। ଟ୍ରେଲରରେ ଅହାନଙ୍କ ଚେହେରା ଦେଖି ପ୍ରଶଂସକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଅହାନଙ୍କୁ ନେଇ ସୋସିଆଲ୍ ମିଡିଆରେ ଅନେକ ପ୍ରତିକ୍ରିୟା ଆସୁଛି। ଅହାନ ଓ ତାରା ସୁତାରିଆଙ୍କ ଏହି ଯୋଡିକୁ ଦେଖି ପ୍ରଶଂସକମାନେ ମଧ୍ୟ ଖୁବ ପସନ୍ଦ କରୁଛନ୍ତି।

Advertisment

ନିଜ ପୁଅ ପ୍ରତି ଅକ୍ଷୟ କୁମାରର ଏହି ପ୍ରଶଂସାକୁ ଦେଖି ସୁନୀଲ୍ ସେଟ୍ଟୀ ଚୁପ୍ ହୋଇ ରହିପାରୁ ନ ଥିଲେ। ଖିଲାଡି କୁମାରଙ୍କ ଟ୍ୱିଟ୍‌ର ପ୍ରତିକ୍ରିୟା ଦେଇ ସୁନୀଲ୍ ସେଟ୍ଟୀ କହିଥିଲେ ଯେ ବହୁ ବର୍ଷ ପୂର୍ବରୁ ଅକ୍ଷୟ କୁମାର ଯେଉଁ ଭବିଷ୍ୟବାଣୀ କରିଥିଲେ ତାହା ପୂରା ସତ ଥିଲା। ସୁନୀଲ ସେଟ୍ଟୀ ପ୍ରତିକ୍ରିୟା ଦେଇ ଲେଖିଛନ୍ତି ଯେ “ତୁମେ ହିଁ ପ୍ରଥମ ବ୍ୟକ୍ତି ଥିଲ ଯିଏ ବହୁ ବର୍ଷ ପୂର୍ବରୁ ତା’ ଫଟୋ ଦେଖି ମଙ୍ଗଳ କାମନା କରିଥିଲ ଓ ଭବିଷ୍ୟବାଣୀ କରିଥିଲ। ତୁମେ ସବୁବେଳେ ଯେଉଁ ସ୍ନେହ ଦେଇଚାଲିଛ ସେନେଇ ଧନ୍ୟବାଦ।”

ସୁନୀଲ୍ ସେଟ୍ଟୀ ଓ ଅକ୍ଷୟ କୁମାରଙ୍କ କଥା କହିଲେ ସେମାନେ ଅନେକ ଫିଲ୍ମରେ ଏକାଠି କାମ କରିଛନ୍ତି। ୧୯୯୦ରେ ‘ୱକ୍ତ ହମାରେ ହେ’ ରୁ ନେଇ ‘ହେରା ଫେରୀ’ ପୁଣି ୨୦୦୦ରେ ଏହାର ଦ୍ୱିତୀୟ ସଂସ୍କରଣ ପର୍ଯ୍ୟନ୍ତ ସେ ଏକାଠି କାମ କରିଛନ୍ତି।

‘ତଡପ’ ରିଲିଜ୍ ହେବା ପରେ ଅହାନ ସେଟ୍ଟୀଙ୍କୁ ଉଭୟ ରୋମାଣ୍ଟିକ୍ ଓ ଆକ୍ସନ ରୂପରେ ଦେଖି ସୋସିଆଲ୍ ମିଡିଆ ଉପଭୋକ୍ତାମାନେ ଜମେଇକି ପ୍ରଶଂସା କରିବାରେ ଲାଗିଛନ୍ତି। ଟ୍ରେଲରରେ ଅହାନଙ୍କ ଏକ ରୂପ ଖଳନାୟକ ଭଳି ଲାଗୁଛି। ଏହି ସିନ୍‌ରେ ସେ ତାରା ସୁତାରିଆଙ୍କ ଗଳା ଚିପିବାର ନଜର ଆସୁଛନ୍ତି। ଏହି ସିନ୍‌ଟି ବହୁତ ହିଟ୍ ହୋଇଥିବା ଦେଖାଯାଉଛି।

ଏହି ଫିଲ୍ମର ନିର୍ଦ୍ଦେଶକ ନିକଟରେ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି ଯେ “ତଡପ ହେଉଛି ଏକ ଡାର୍କ ଲଭ୍ ଷ୍ଟୋରୀ ଆଉ ଏକ ଦମଦାର ଫିଲ୍ମ। ଏହି ଫିଲ୍ମରେ ରୋମାନ୍ସ, ଆକ୍ସନ ଓ ସୁନ୍ଦର ମ୍ୟୁଜିକ ମଧ୍ୟ ଦେଖିବାକୁ ମିଳିବ।” ସେହିପରି ଫିଲ୍ମର ପ୍ରଡ୍ୟୁସର ସାଜିଦ ନାଦିୟାୱାଲା କହିଛନ୍ତି ଯେ “ମହାମାରୀ ଭିତରେ ଦର୍ଶକମାନଙ୍କ ପାଇଁ ଏଭଳି ଏକ ଫିଲ୍ମକୁ ଆଣିବା ନେଇ ବହୁତ ଧୈର୍ଯ୍ୟ ଓ ଦୃଢ ସଂକଳ୍ପର ଆବଶ୍ୟକତା ଥିଲା। କାହାଣୀ, ଅଭିନୟ, ଲିଡ୍ ଯୋଡି ଓ ମ୍ୟୁଜିକକୁ ନେଇ ଏମିତି ଏକ ସଂଯୋଗ କରି ତଡପ ଭଲି ଏକ ଦମଦାର ଫିଲ୍ମ କରାଯାଇଛି। ଏହାକୁ କେହି ନି ମିସ୍ କରିବା ଉଚିତ ନୁହେଁ। ଏହି ଫିଲ୍ମ ଡିସେମ୍ବର ୩ ରେ ସିନେ ପରଦାକୁ ଆସିବ ବୋଲି କୁହାଯାଇଛି।”

Bollywood
Advertisment
Advertisment