/odishatv-khabar/media/post_attachments/uploadimage/library/16_9/16_9_0/IMAGE_1635500137.jpg)
Madhaban's son
ଚେନ୍ନାଇ: ଅଭିନେତା ମାଧବନଙ୍କ ନାଁ ରଖିଲେ ପୁଅ ବେଦାନ୍ତ । ବେଦାନ୍ତଙ୍କ ପାଇଁ ବାପାଙ୍କ ଛାତି ଏବେ କୁଣ୍ଢେମୋଟ ହୋଇ ପଡିଛି । ହେଲେ ପୁଅ ବେଦାନ୍ତ କୌଣସି ଫିଲ୍ମରେ ଡେବ୍ୟୁ କରିନାହାନ୍ତି କି ତାଙ୍କୁ ବଲିଉଡ୍ କି ସାଉଥ୍ର ବଡ ଫିଲ୍ମରେ ରୋଲ୍ ବି ମିଳିନି । ହେଲେ ପୁଅ ଯାହା କରିଦେଖାଇଛନ୍ତି ତାହା, ଯିଏ ଶୁଣୁଛି ବାରମ୍ବାର ପ୍ରଶଂସା କରିବାରେ ଲାଗିଛି । ଜୁନିଅର୍ ନାସନାଲ ଆକ୍ୱାଟିକ୍ ଚାମ୍ପିଅନସିପ୍ରେ ସାତ ସାତଟି ମେଡାଲ ଜିତିଛନ୍ତି ବେଦାନ୍ତ ।
ବେଙ୍ଗାଳୁରୁରେ ହୋଇଥିବା ଏହି ଚାମ୍ପିଅନସିପରେ ବେଦାନ୍ତଙ୍କୁ ମିଳିଛି ୪ଟି ସିଲଭର ଏବଂ ୩ଟି ବ୍ରୋଞ୍ଜ ମେଡାଲ । ବେଦାନ୍ତଙ୍କୁ ଏବେ ୧୬ ବର୍ଷ । ଆଉ ଏହି ବୟସରେ ସେ ଦେଶ ପାଇଁ ଜିତିସାରିଲେଣି ଅନେକ ମେଡାଲ । ପିଲାଦିନୁ ହିଁ ସୁଇମିଂ ପ୍ରତି ବେଦାନ୍ତଙ୍କ ଆକର୍ଷଣ ରହିଥିଲା । ଆଉ ପୁଅର ଏହି ଇଚ୍ଛାକୁ ଭରପୁର ସପୋର୍ଟ କରିଥିଲେ ବାପା ମାଧବନ୍ । ବେଦାନ୍ତଙ୍କ ପାଇଁ ଏବେ ଇଂଟରନେଟ୍ରେ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି । ଯାହା ବି ମୁହଁରୁ ଶୁଣ ସମସ୍ତେ କହୁଛନ୍ତି, ପୁଅ ହେବ ତ ଏମିତି ।
Also Read
ସମସ୍ତଙ୍କ ମନରେ ଥାଏ କି ଡାକ୍ତରଙ୍କ ପୁଅ ଡାକ୍ତର ଏବଂ ଇଂଜିନିୟରଙ୍କ ପୁଅ ଇଂଜିନିୟର ହେବ ।ଏପରିକି ଅଭିନେତା-ଅଭିନେତ୍ରୀଙ୍କ ପୁଅ ଝିଅ ବି ପରବର୍ତ୍ତୀ ସମୟରେ ହିରୋ-ହିରୋଇନ୍ ହୋଇଥିବାର ଦେଖିବାକୁ ମିଳିଛି । ଏମିତି ଶହ ଶହ ଉଦାହରଣ ରହିଛି ଆଜି ଭଳି ଦିନରେ । କିନ୍ତୁ ଏ ମନୋଭାବକୁ ସମ୍ପୂର୍ଣ୍ଣ ଭାବେ ଭୁଲ ସାବ୍ୟସ୍ତ କରିଛନ୍ତି ଅଭିନେତା ମାଧବନଙ୍କ ସୁପୁତ୍ର ବେଦାନ୍ତ ମାଧବନ ।
ସୁଇମିଂକୁ ନିଜ କ୍ୟାରିୟର ବାଛିଛନ୍ତି ବେଦାନ୍ତ । ପିଲା ବେଳୁ ସୁଇମିଂ ପ୍ରତି ରହିଥିବା ଆଗ୍ରହକୁ ସମ୍ପୂର୍ଣ୍ଣ ଭାବେ ସମର୍ଥନ କରିଛନ୍ତି ଅଭିନେତା ମାଧବନ୍ । ମାତ୍ର ୧୬ ବର୍ଷ ବୟସରେ ସେ ଅନେକ ମେଡାଲ ଜିତି ସାରିଲେଣି । ଏନେଇ ସୋସିଆଲ ମିଡିଆରେ ଅନେକ ପ୍ରଶଂସକ ତାଙ୍କୁ ପ୍ରଶଂସା କରିଛନ୍ତି । ଲୋକେ ମାଧବନ ଓ ବେଦାନ୍ତଙ୍କ ଫଟୋକୁ ସମସ୍ତ ସୋସିଆଲ ମିଡିଆରେ ସେୟାର କରୁଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
/odishatv-khabar/media/member_avatars/uploadimage/library/16_9/16_9_1/IMAGE_1621343645.jpeg )




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)