Advertisment

ଅଭୟ ଦେଓଲଙ୍କୁ ମିଳିଗଲା ନୂଆ ପ୍ରେମିକା! ଜାଣନ୍ତୁ କିଏ…

ସବୁ ସେଲିବ୍ରିଟିଙ୍କ ପରି ଅଭୟ ଦେଓଲ ମଧ୍ୟ ସୋସିଆଲ୍ ମିଡିଆରେ ସକ୍ରିୟ ରହିବା ସହିତ ଅନେକ ପ୍ରସଙ୍ଗକୁ ନେଇ ନିଜର ମତ ଦିଅନ୍ତି। ଅଭୟ ଦେଓଲ ସାଧରଣତଃ ଅଧିକ କଥା ହେବାକୁ ପସନ୍ଦ କରନ୍ତି ନାହିଁ। ଅଭୟଙ୍କ ରୋମାନ୍ସ ଲାଇଭକୁ ନେଇ ଯଦି ଚର୍ଚ୍ଚା କରାଯାଏ ତେବେ ପୂର୍ବରୁ ସେ ଦୀର୍ଘ ଦିନ ଧରି ପ୍ରୀତି ଦେସାଇଙ୍କ ସହିତ ରିଲେସନ୍‌ସିପ୍‌ରେ ଥିଲେ। କିନ୍ତୁ ପରେ କୌଣସି କାରଣରୁ ସେମାଙ୍କର ବ୍ରେକ୍‌ଅପ୍ ହୋଇଥିଲା। ଏବେ ତାଙ୍କୁ ନୂଆ ପ୍ରେମିକା ମିଳିଯାଇଥିବା ଚର୍ଚ୍ଚା ଧରିଛି।

author-image
Pramod Behera
Abhay Deol with Shilo Shiv Suleman

Abhay Deol with Shilo Shiv Suleman

ନୂଆଦିଲ୍ଲୀ : ବଲିଉଡ୍ ଦୁନିଆର ଟ୍ୟାଲେଣ୍ଟେଡ୍ ଅଭିନେତାଙ୍କ ମଧ୍ୟରେ ଅଭୟ ଦେଓଲ ଜଣେ। ଆମେ ତାଙ୍କୁ ‘ଜୀନ୍ଦେଗୀ ନା ମିଲେ ଦୁବାରା’, ‘ଦେବ ଡୀ’ ସହିତ ଅନେକ ଫିଲ୍ମରେ ଦେଖିସାରିଛେ। ସବୁ ସେଲିବ୍ରିଟିଙ୍କ ପରି ଅଭୟ ଦେଓଲ ମଧ୍ୟ ସୋସିଆଲ୍ ମିଡିଆରେ ସକ୍ରିୟ ରହିବା ସହିତ ଅନେକ ପ୍ରସଙ୍ଗକୁ ନେଇ ନିଜର ମତ ଦିଅନ୍ତି। ଅଭୟ ଦେଓଲ ସାଧରଣତଃ ଅଧିକ କଥା ହେବାକୁ ପସନ୍ଦ କରନ୍ତି ନାହିଁ। ଅଭୟଙ୍କ ରୋମାନ୍ସ ଲାଇଭକୁ ନେଇ ଯଦି ଚର୍ଚ୍ଚା କରାଯାଏ ତେବେ ପୂର୍ବରୁ ସେ ଦୀର୍ଘ ଦିନ ଧରି ପ୍ରୀତି ଦେସାଇଙ୍କ ସହିତ ରିଲେସନ୍‌ସିପ୍‌ରେ ଥିଲେ। କିନ୍ତୁ ପରେ କୌଣସି କାରଣରୁ ସେମାଙ୍କର ବ୍ରେକ୍‌ଅପ୍ ହୋଇଥିଲା। ଏବେ ତାଙ୍କୁ ନୂଆ ପ୍ରେମିକା ମିଳିଯାଇଥିବା ଚର୍ଚ୍ଚା ଧରିଛି।

Advertisment
Abhay Deol with Shilo Shiv Sulemanଅଭୟ ଦେଓଲ-ଶିଲୋ ଶିବ୍ ସୁଲେମାନ୍

ବର୍ତ୍ତମାନ ଅଭୟଙ୍କୁ ନେଇ କିଛି ନୂଆ କଥା ଶୁଣାଯାଉଛି। ଅଭୟଙ୍କ ସହିତ ଜଣେ ଅଭିନେତ୍ରୀଙ୍କ ରୋମାଣ୍ଟିକ୍ ଫଟୋ ସୋସିଆଲ୍ ମିଡିଆରେ ଦେଖିବାକୁ ମିଳିଛି। ସେ ହେଉଛନ୍ତି ଅଭିନେତ୍ରୀ ଶିଲୋ ଶିବ୍ ସୁଲେମାନ୍। ସୋସିଆଲ୍ ମିଡିଆରେ ଏହି ଫଟୋ ଦେଖି ସେମାନଙ୍କ ମଧ୍ୟରେ ଥିବା ପ୍ରେମ ସଂପର୍କକୁ ଅନୁମାନ କରାଯାଇପାରେ। ଅଭୟ ଦେଓଲ ଶିଲୋ ଶିବ୍ ସୁଲେମାନଙ୍କ ସହିତ ବହୁତ ନିକଟତର ଅବସ୍ଥାର ଫଟୋ ଶେୟାର କରିଛନ୍ତି। ଏହି ଫଟୋ ଶେୟାର କରି ଅଭୟ କ୍ୟାପ୍‌ସନ୍‌ରେ ଲେଖିଛନ୍ତି ଯେ “ଫ୍ରି, ଫଲୋଇଙ୍ଗ୍, କ୍ରିଏଟିଭ୍, ମଜ୍ଜା, ନିର୍ଭୟ, ଶାନ୍ତ, ଓ ଟ୍ୟାଲେଣ୍ଟେଡ୍, ସେନ୍ସୁଆଲ୍, ସେକ୍ସୀ ଏ ସବୁ ଶିଲୋଙ୍କ ପାଖରେ ଅଛି।”

Abhay Deol with Shilo Shiv Sulemanବୋଲ୍ଡ ଅବତାରରେ ଶିଲୋ ଶିବ୍ ସୁଲେମାନ୍

ଶିଲୋ ବି ଏହି ଫଟୋ ଉପରେ ନିଜର ମତ ଦେଇଛନ୍ତି। ସେ ଲେଖିଛନ୍ତି ଯେ “ଏହି ଟେବୁଲ୍‌ରେ କିଛି ବି ଟ୍ୟାବୁ ନାହିଁ। ଖୁବ୍ ଶୀଘ୍ର କିଛି ଘଟିବ।” ପ୍ରକାଶଥାଉ ଯେ ଅଭୟ ଦେଓଲ୍ ‘ସୋଚା ନା ଥା’ରୁ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଏହା ପରେ ଦର୍ଶକଙ୍କ ମଧ୍ୟରେ ତାଙ୍କର କ୍ରେଜ୍ ବଢିଯାଇଥିଲା। ଇମ୍‌ତିଆଜ ଅଲ୍ଲୀଙ୍କ ସହିତ ସେ ପ୍ରଥମ ଫିଲ୍ମ କରିଥିବା ବେଳେ ସେ ନିଜକୁ ପ୍ରମାଣିତ କରିଦେଇଥିଲେ ଯେ ସେ କେତେ ଟ୍ୟାଲେଣ୍ଟେଡ୍ ଅଭିନେତା।

Advertisment
Abhay Deol with Shilo Shiv Sulemanଅଭୟ ଦେଓଲ-ଶିଲୋ ଶିବ୍ ସୁଲେମାନ୍

ଏହା ପରେ ଅଭୟ ଦର୍ଶକଙ୍କୁ ଅନେକଗୁଡିଏ ଭଲ ଫିଲ୍ମ ଦେଇଛନ୍ତି, କିନ୍ତୁ ତାଙ୍କୁ ଏପର୍ଯ୍ୟନ୍ତ ସେଭଳି ସୁପରଷ୍ଟାରର ମାନ୍ୟତା ଦିଆଯାଇନି। ଏକ ସାକ୍ଷାତକାରରେ ସେ କହିଥିଲେ ଯେ ସେ ବୋଧେ ପିଆର୍ ଯନ୍ତ୍ରର ପଛପଟେ ରହିଯାଇଛନ୍ତି। ସେ କହିଥିଲେ ଯେ “ମୁଁ କେବେ ବି ଖବରରେ ରୁହେ ନାହିଁ। ଅନ୍ୟ ଷ୍ଟାରମାନଙ୍କ ପାଖରେ ପିଆର୍ ଯନ୍ତ୍ର ଅଛି, ଯାହା ସେମାନଙ୍କୁ ଚର୍ଚ୍ଚାରେ ରଖୁଛି। ମୁ ଏଥିରେ କିଛି ବି କରିପାରିବି ନାହିଁ।”

Shilo Shiv Sulemanଶିଲୋ ଶିବ୍ ସୁଲେମାନ

ମ୍ୟୁଜିକ୍ ଡିଜ୍ନୀ ଚ୍ୟାନେଲ୍‌ରେ ରିଲିଜ୍ ହୋଇଥିବା ଟିଭି ଶୋ ‘ସ୍ପିନ୍’ରେ ଅଭୟ ଦେଓଲ ଜଣେ କମ ବୟସ୍କ ପିତାର ଭୂମିକା ନିଭେଇଥିଲେ। ଏହାକୁ ଲୋକେ ବହୁତ ପସନ୍ଦ କରିଥିଲେ। ଏହାଛଡା ସେ ଚାମ୍ପ୍‌ଷ୍ଟିକ୍ ଓ ଜେଏଲ୍ ୫୦ ୱେବ୍ ସିରିଜ୍‌ରେ ମଧ୍ୟ ନଜର ଆସିଛନ୍ତି।

Shilo Shiv Suleman Abhay Deol Bollywood
Advertisment
Advertisment