/odishatv-khabar/media/post_attachments/uploadimage/library/16_9/16_9_0/IMAGE_1632584571.jpeg)
ୟାଶ ଜାଲୁକା
କେନ୍ଦୁଝର (ପ୍ରଣୟ କୁମାର ପାଣି): ୟୁପିଏସି ଦ୍ୱାରା ପରିଚାଳିତ ସିଭିଲ୍ ସର୍ଭିସ୍ ପରୀକ୍ଷାରେ ପ୍ରଥମ ଚାନ୍ସରେ ସଫଳତା ପାଇଲେ ୟାଶ୍। ସର୍ବଭାରତୀୟ ସିଭିଲ ସର୍ଭିସ ପରୀକ୍ଷାରେ ବଡ଼ବିଲର ୟାଶ ଜାଲୁକା ହାସଲ କଲେ ୪ର୍ଥ ସ୍ଥାନ। କେନ୍ଦୁଝର ଜିଲ୍ଲା ବଡ଼ବିଲ ସହରର ପଞ୍ଚବଟି ରେସିଡେନ୍ସିରେ ସପରିବାର ରହୁଥିବା ୟାଶ ଜାଲୁକା ସର୍ଵଭାରତୀୟ ସିଭିଲ ସର୍ଭିସ ପରୀକ୍ଷାରେ ଚତୁର୍ଥ ସ୍ଥାନ ଅଧିକାର କରିଛନ୍ତି। ବଡ଼ବିଲ ପଞ୍ଚବଟିରେ ରହୁଥିବା ମନୋଜ ଜାଲୁକା ଓ ଶୋଭାଦେବୀଙ୍କ ସାନ ସୁପୁତ୍ର ୟାଶ ଜାଲୁକା 2020 ୟୁପିଏସସି ପରୀକ୍ଷା ପ୍ରଥମ ଥର ଦେଇଥିଲେ। ସେ ସର୍ବଭାରତୀୟ ସ୍ତରରେ ୪ର୍ଥ ସ୍ଥାନ ହାସଲ କରି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି।
ୟାଶ ବଡ଼ବିଲ ସେଣ୍ଟ ମେରୀ ସ୍କୁଲରେ ପାଠ ପଢୁଥିଲେ। ୨୦୧୨ରେ ସେଠାରୁ ୨ୟ ଟପର ହୋଇ କୃତକାର୍ଯ୍ୟ ହୋଇଥିଲେ। ତାଙ୍କର ଯୁକ୍ତ ୨ ପାଠପଢା ପରେ ସେ ଦିଲ୍ଲୀର କିରୋଡିମଲ୍ଲ କଲେଜରୁ ଗ୍ରାଜୁଏସନ କରି ଦିଲ୍ଲୀ ସ୍କୁଲ ଅପ ଇକୋନୋମିକରୁ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ। ସିଭିଲ ସର୍ଭିସ ପରୀକ୍ଷାରେ ସେ ଅର୍ଥଶାସ୍ତ୍ରକୁ ତାଙ୍କର ଅଫସନାଲ ରଖିଥିଲେ।
ତାଙ୍କ ପିତା ଜଣେ ବ୍ୟବସାୟୀ ଓ ତାଙ୍କ ମୂଳ ଘର ବୋକାରରେ ହୋଇଥିବା ବେଳେ ସେମାନେ ସପରିବାର ୨୦ ବର୍ଷରୁ ଧରି ବଡ଼ବିଲରେ ରହିଆସୁଛନ୍ତି। ତାଙ୍କର ଦୁଇ ଭଉଣୀଙ୍କ ମଧ୍ୟରୁ ଜଣେ ଇଞ୍ଜିନିୟର ଓ ଆଉ ଜଣେ ଚାଟାର୍ଡ ଆକାଉଣ୍ଟଟାଣ୍ଟ। ତାଙ୍କର ଏହି ସଫଳତା ପାଇଁ ଶୁଭେଛାର ସୁଅ ଛୁଟିଛି। ଏହି ସଫଳତା ପାଇଁ ତାଙ୍କ ପିତାମାତା, ପରିବାର, ଶିକ୍ଷକ ଶିକ୍ଷୟିତ୍ରୀ ଓ ସାଙ୍ଗ ସାଥିଙ୍କୁ ୟାଶ ଶ୍ରେୟ ଦେଇଛନ୍ତି। ସାଧାରଣ ଲୋକଙ୍କ ପାଇଁ କାମକରି ସରକାର ଓ ଜନତା ମଧ୍ୟରେ ଥିବା ଦୂରତା ହ୍ରାସ କରିବା ମୂଳଲକ୍ଷ୍ୟ ବୋଲି ସେ କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)