Advertisment

କେବେ ପ୍ରକାଶ ପାଇବ +୨ ରେଜଲ୍ଟ ?

ଜୁଲାଇ ୩୧ ଭିତରେ ପ୍ରକାଶ ପାଇପାରେ +୨ ରେଜଲ୍ଟ। ୩୧ ସୁଦ୍ଧା ରେଜଲ୍ଟ ପ୍ରକାଶ କରିବାକୁ ଚେଷ୍ଟା କରୁଛୁ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
କେବେ ପ୍ରକାଶ ପାଇବ +୨ ରେଜଲ୍ଟ ?

students

ଭୁବନେଶ୍ୱର: ଜୁଲାଇ ୩୧ ଭିତରେ ପ୍ରକାଶ ପାଇପାରେ +୨ ରେଜଲ୍ଟ। ୩୧ ସୁଦ୍ଧା ରେଜଲ୍ଟ ପ୍ରକାଶ କରିବାକୁ ଚେଷ୍ଟା କରୁଛୁ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। +୨ ରେଜଲ୍ଟ ପ୍ରକାଶ ନେଇ ମନ୍ତ୍ରୀ କହିଛନ୍ତି, ଜୁଲାଇ ୩୧ ସୁଦ୍ଧା ରେଜଲ୍ଟ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଛି। ତେଣୁ ୩୧ ସୁଦ୍ଧା ରେଜଲ୍ଟ ପ୍ରକାଶ ପାଇଁ ଆମେ ଚେଷ୍ଟା କରୁଛୁ। ନହେଲେ ଅତିବେଶୀରେ ଆଉ ଦିନେ ଦୁଇ ଦିନ ଲାଗିପାରେ। ତଥାପି ୩୧ ସୁଦ୍ଧା ରେଜଲ୍ଟ ପ୍ରକାଶ ପାଇଁ ଆମେ ଚେଷ୍ଟା କରୁଛୁ।

Advertisment

ଛାତ୍ରଛାତ୍ରୀଙ୍କ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଯୁକ୍ତ ୨ ବିକଳ୍ପ ମୂଲ୍ୟାୟନ ପ୍ରକ୍ରିୟା ଚୟନ କରାଯାଇଛି। ତେବେ ଗତବର୍ଷ ଅପେକ୍ଷା ଚଳିତ ବର୍ଷ ଯୁକ୍ତ ୨ରେ ମୋଟ ପାସ୍ ହାର ୯୦ ପ୍ରତିଶତରୁ ଅଧିକ ରହିବ। ମୂଲ୍ୟାୟନ ପ୍ରକ୍ରିୟା ଉପରେ ମତ ରଖି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ନିୟନ୍ତ୍ରକ ବିଜୟ ସାହୁ କିଛିଦିନ ପୂର୍ବେ ଏହା କହିଥିଲେ। 

Advertisment

ଯୁକ୍ତ ଦୁଇ ପ୍ରଥମ ବର୍ଷରେ ନାମଲେଖା ପାଇଁ ସିଟ୍ ସମସ୍ୟା ହେବନି ବୋଲି ଆଶ୍ୱାସନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ସେ କହିଛନ୍ତି,  ବଡ଼ ବଡ଼ କଲେଜରେ ପଢିବାକୁ ଛାତ୍ରଛାତ୍ରୀଙ୍କ ଇଚ୍ଛା ରହିଛି । ଆବଶ୍ୟକ ସ୍ଥଳେ ସିଟ୍ ବୃଦ୍ଧି କରାଯିବ । ନାମଲେଖା ପାଇଁ ୬ଲକ୍ଷ ୩ ହଜାର ୧୧୩ ସିଟ୍ ରହିଛି । ତାସହ କଲେଜକୁ ଆଧାର କରି ସିଟ୍ ବୃଦ୍ଧି ହେବ । 

ଅନ୍ୟପକ୍ଷେ, ହାଇସ୍କୁଲରେ ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତି ନେଇ ସରକାରଙ୍କ ଘୋଷଣା ପରେ ବିକ୍ଷୋଭ ପ୍ରଦର୍ଶନ ହୋଇଛି।  ଓଡ଼ିଶା ସେକେଣ୍ଡାରୀ ସ୍କୁଲ ଟିଚର୍ସ ଏଲିଜିବିଲିଟି ଟେଷ୍ଟ-OSSTET ଜରିଆରେ ଶିକ୍ଷକ ନିଯୁକ୍ତି କରାଯିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ତେବେ B.Ed ଛାତ୍ରଛାତ୍ରୀ ଏହାକୁ ବିରୋଧ କରିଛନ୍ତି। ଏନେଇ ଆଜି ଛାତ୍ରଛାତ୍ରୀ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ବାସଭବନ ଆଗରେ ପ୍ରତିବାଦ କରିଛନ୍ତି। ୨୦୦ ମାର୍କର ଲାଙ୍ଗୁଏଜ୍ ଟେଷ୍ଟକୁ ଛାତ୍ରଛାତ୍ରୀ ବିରୋଧ କରିଛନ୍ତି। ଛାତ୍ରଛାତ୍ରୀଙ୍କ ଅଭିଯୋଗ ଯେ, ୨୦୧୫ ପରଠାରୁ ରାଜ୍ୟରେ ସ୍ନାତକ ଶ୍ରେଣୀରେ ୨୦୦ ମାର୍କର ଲାଙ୍ଗୁଏଜ୍ କୌଣସି ଛାତ୍ରଛାତ୍ରୀ ପଢ଼ି ନାହାନ୍ତି। ତେଣୁ ଏବେ ଟେଷ୍ଟ କିପରି ଦେବେ ବୋଲି ଛାତ୍ରଚାତ୍ରୀ ପ୍ରଶ୍ନ କରିଛନ୍ତି। 

Odisha Plus 2 Results
Advertisment
Advertisment