Advertisment

ସିଇଟିକୁ ମିଳିଲା ବିଶ୍ୱବିଦ୍ୟାଳୟ ମାନ୍ୟତା

ଓଡ଼ିଶା ବୈଷୟିକ ଗବେଷଣା ବିଶ୍ୱବିଦ୍ୟାଳୟ ବିଲରେ ସିଇଟି କଲେଜକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ମିଳିଛି। ଏହି ଶିକ୍ଷାଅନୁଷ୍ଠାନରେ ଇଂଜିନିୟରିଂ ଏବଂ ବିଜ୍ଞାନ ଓ କାରିଗରୀ, ବୈଷୟିକ ଜ୍ଞାନ କୌଶଳ, ସ୍ଥପତି ଓ ମ୍ୟାନେଜମେଣ୍ଟ ଏବଂ ଗବେଷଣା କ୍ଷତ୍ରରେ ଅଧିକ ସହାୟକ ହୋଇପାରିବ। ତେବେ ଗୃହରେ ଆଜି ଏହିସବୁ ବିଲ ଉପସ୍ଥାପନ ବେଳେ କଂଗ୍ରେସ ସଦସ୍ୟମାନେ କକ୍ଷ ତ୍ୟାଗ କରିଥିଲେ।

author-image
Chandan Shishu
CET College

CET College

ଭୁବନେଶ୍ୱର: ହଟଗୋଳ ଭିତରେ ବିଧାନସଭାରେ ପାରିତ ହୋଇଛି ତିନିଟି ବିଲ। ଓଡ଼ିଶା ବୈଷୟିକ ଗବେଷଣା ବିଶ୍ୱବିଦ୍ୟାଳୟ ବିଲ, ଓଡିଶା ବିନିୟୋଗ ଅଧିନିୟମ ବିଲ ଓ ଓଡ଼ିଶା ସହର ଯୋଜନା ଓ ଅଭିବୃଦ୍ଧି ନ୍ୟାସ ସଂଶୋଧନ ବିଲ ପାରିତ ହୋଇଛି। ଓଡ଼ିଶା ବୈଷୟିକ ଗବେଷଣା ବିଶ୍ୱବିଦ୍ୟାଳୟ ବିଲରେ ସିଇଟି କଲେଜକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ମିଳିଛି। ଏହି ଶିକ୍ଷାଅନୁଷ୍ଠାନରେ ଇଂଜିନିୟରିଂ ଏବଂ ବିଜ୍ଞାନ ଓ କାରିଗରୀ, ବୈଷୟିକ ଜ୍ଞାନ କୌଶଳ, ସ୍ଥପତି ଓ ମ୍ୟାନେଜମେଣ୍ଟ ଏବଂ ଗବେଷଣା କ୍ଷତ୍ରରେ ଅଧିକ ସହାୟକ ହୋଇପାରିବ। ତେବେ ଗୃହରେ ଆଜି ଏହିସବୁ ବିଲ ଉପସ୍ଥାପନ ବେଳେ କଂଗ୍ରେସ ସଦସ୍ୟମାନେ କକ୍ଷ ତ୍ୟାଗ କରିଥିଲେ। ପରେ ବାଚସ୍ପତି ଆସନ୍ତା ସୋମବାର ସକାଳ ୧ଟା ୩୦ ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଥିଲେ।

Advertisment

ଏହି ବିଲ୍‌ ଆଗତ ଦ୍ୱାରା କଲେଜ ଅଫ୍‌ ଇଞ୍ଜିନିୟରି ଆଣ୍ଡ ଟେକ୍ନୋଲୋଜିକୁ ଏକ ରାଜ୍ୟ ଏକକ ବିଶ୍ୱବିଦ୍ୟାଳୟ ରୂପେ ପରିଗଣିତ ହେବ। ଏହା ଓଡ଼ିଶା ବୈଷୟିକ ଓ ଗବେଷଣା ବିଶ୍ୱବିଦ୍ୟାଳୟରେ ନାମିତ ହେବ। ସିଇଟି ଏକକ ବିଶ୍ୱବିଦ୍ୟାଳୟର ମାନ୍ୟତା ପାଇଲେ ବିଜ୍ଞାନର ବିକାଶ ଓ ସମାଜର ଉନ୍ନତି ସାଧନ ପାଇଁ ଯାନ୍ତ୍ରିକ ବିଦ୍ୟା, ପ୍ରଯୁକ୍ତି ବିଦ୍ୟା ତଥା ସୂଚନା ପ୍ରଯୁକ୍ତି ବିଦ୍ୟା ଓ ତାର ପ୍ରୟୋଗ, ସ୍ଥପିତ ବିଦ୍ୟା, ଯୋଜନା, ମ୍ୟାନେଜମେଣ୍ଟ ଓ ପ୍ରାୟୋଗିକ ବିଜ୍ଞାନ କ୍ଷେତ୍ରରେ ଶିକ୍ଷା ଓ ଗବେଷଣା ଓ ତାଲିମକୁ ବିକଶିତ କରିବା ଏହାର ଲକ୍ଷ୍ୟ ହେବ।

  • ଗୋଟିଏ ପକ୍ଷରେ ଶୈକ୍ଷିକ ଓ ଗବେଷକ ଗୋଷ୍ଠୀ ଓ ଅନ୍ୟ ପକ୍ଷରେ ଶିଳ୍ପ ସଂସ୍ଥାମାନଙ୍କ ମଧ୍ୟରେ ପାରସ୍ପରିକ ସହଯୋଗ ଓ ସମ୍ପର୍କ ବୃଦ୍ଧି କରିବା ପାଇଁ ଏକ କେନ୍ଦ୍ର ଭାବେ କାର୍ଯ୍ୟ କରିବ। ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଅତ୍ୟାଧୁନିକ ବିକାଶ ସମ୍ପର୍କରେ ଅବଗତ ହେବା ଲକ୍ଷ୍ୟରେ ଭାରତର ତଥା ବିଦେଶର ଖ୍ୟାତିସମ୍ପନ୍ନ ଅନୁଷ୍ଠାନ ଗୁଡ଼ିକ ସହ ଅଦାନପ୍ରଦାନ କାର୍ଯ୍ୟକ୍ରମ ସଂଗଠିତ କରିବା।
Advertisment

  • ବିଶ୍ୱବିଦ୍ୟାଳୟର ଶିକ୍ଷକ ଓ ବିଦ୍ୟାର୍ଥିମାନଙ୍କର ଗବେଷଣା ଓ ପ୍ରକଳ୍ପ କାର୍ଯ୍ୟକୁ ଉତ୍ସାହିତ ଓ ତ୍ୱରାନ୍ୱିତ କରିବା ନିମନ୍ତେ ଏକ ଗବେଷଣା ପାଣ୍ଠି ସୃଷ୍ଟି କରିବା ଓ ତାହାକୁ ଆଗକୁ ନେବା।

  • ଗବେଷଣା ପ୍ରକଳ୍ପ ଗୁଡ଼ିକ ନିମନ୍ତେ ପ୍ରାୟୋଜକ ହାସଲ କରିବାକୁ ଏବଂ ପ୍ରକଳ୍ପର ସଫଳ ରୂପାୟନ ନିମନ୍ତେ ଅଂଶଗ୍ରହଣକାରୀ ଗବେଷକମାନେ ଯେପରି ସଫଳ ରହିବେ, ସେଥିପାଇଁ ଗବେଷକମାନଙ୍କ ନିମନ୍ତେ ଏକ ସକ୍ଷମ ଢ଼ାଞ୍ଚା ପ୍ରସ୍ତୁତ କରିବା। ବିଶ୍ୱବିଦ୍ୟାଳୟର ଶିକ୍ଷକ ଓ ବିଦ୍ୟାର୍ଥିମାନଙ୍କ ପାଇଁ ଉପଲବ୍ଧ ଗବେଷଣାର ସୁଯୋଗ ଓ ପାଣ୍ଠି ବ୍ୟବସ୍ଥାର ପରିସରକୁ ବୃଦ୍ଧି କରିବା ନିମନ୍ତେ ଜାତୀୟ ତଥା ଆନ୍ତର୍ଜାତିୟସ୍ତରରେ ବୁଝାମଣା କରିବା।
  • ଶିଳ୍ପ ସଂକ୍ରାନ୍ତ ପରାମର୍ଶ ସେବା ଯୋଗାଇ ଦେବା। ଶିଳ୍ପ ସଂସ୍ଥା ଗୁଡ଼ିକର ଦକ୍ଷତା ସମ୍ପନ୍ନ ବ୍ୟକ୍ତିମାନଙ୍କ ଆବଶ୍ୟକତା ପୂରଣ କରିବା ନିମନ୍ତେ ସେଥିରେ ନିୟୋଜିନ ପାଇଁ ପକ୍ଷତା ବୃଦ୍ଧି ତଥା ଔଦେକିକ ତାଲିମ ଇଁ ସହାୟତା ଯୋଗାଇଦେବା।
  • Odisha News CET Odisha Universities
    Advertisment
    Advertisment