10th exam
ଭୁବନେଶ୍ୱର: ଏଣିକି ନୂଆ ଢାଞ୍ଚାରେ ହେବ ମାଟ୍ରିକ ପରୀକ୍ଷା। ଆଉ ଏଥିପାଇଁ ଆରମ୍ଭ ହୋଇଛି ମାନସ ମନ୍ଥନ। ନୂଆ ଢାଞ୍ଚାରେ ପରୀକ୍ଷା ପାଇଁ ବୋର୍ଡ଼ ପକ୍ଷରୁ ପୂର୍ବରୁ ନିଷ୍ପତ୍ତି ନିଆଯାଇ ଥିବାବେଳେ ମଙ୍ଗଳବାରଠାରୁ ଏଥିପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି। ଦଶମ ଶ୍ରେଣୀର ପ୍ରଥମ ଫର୍ମାଟିଭ ଆସେସମେଣ୍ଟ ପରୀକ୍ଷା କିପରି କରାଯିବ ସେନେଇ ବିଭିନ୍ନ ଜିଲ୍ଲାରୁ ଆସିଥବା ୯୬ ଜଣ ମାଷ୍ଟର ଟ୍ରେନରଙ୍କୁ ବୋର୍ଡ଼ କାର୍ଯ୍ୟାଳୟ ପରିସରରେ ଟ୍ରେନିଂ ଦିଆଯାଇଛି ।
ଏହି ଶିକ୍ଷକମାନେ ନିଜ ନିଜ ଜିଲ୍ଲାର ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ତାଲିମ ପ୍ରଦାନ କରିବେ । ତେବେ ଏହି ନୂଆ ବ୍ୟବସ୍ଥା ଏବଂ ତାଲିମ ଶିବିର ବେଶ ଉପାଦେୟ ହେଉଥିବା ମାଷ୍ଟର ଟ୍ରେନରମାନେ କହିଛନ୍ତି । ସେପଟେ ନୂଆ ପରୀକ୍ଷା ବ୍ୟବସ୍ଥା ପରୀକ୍ଷାର୍ଥୀଙ୍କ ମେଧା ବୃଦ୍ଧିରେ ସହାୟକ ହେବ ବୋଲି କହିଛି ବୋର୍ଡ । ଚଳିତମାସ ଦ୍ୱିତୀୟ ସପ୍ତାହରେ ଅନୁଷ୍ଠିତ ହେବ ଦଶମ ଶ୍ରେଣୀର ଫର୍ମାଟିଭ ଆସେସମେଣ୍ଟର ପ୍ରଥମ ପରୀକ୍ଷା ।
Also Read
ଏ ନେଇ ମାଷ୍ଟର ଟ୍ରେନର ଜଗନ୍ନାଥ ସାହୁ କହିଛନ୍ତି, ନିୟମିତ ଭାବେ ପରୀକ୍ଷା କରାଯିବ। ବର୍ଷ ସାରା ପରୀକ୍ଷା ଚାଲିବ। ପିଲାଙ୍କର ପାଠପଢା ଆରମ୍ଭ ଦିନରୁ ଶେଷ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ । ଆମେ ପିଲାଙ୍କ ବିଭିନ୍ନ ପ୍ରକାର ଗୁଣବତ୍ତାର ପରୀକ୍ଷା ଆମେ କରୁଛୁ।
ଅନ୍ୟପକ୍ଷେ ବୋର୍ଡ ସମ୍ପାଦକ ଶ୍ରୀକାନ୍ତ ତରାଇ କହିଛନ୍ତି, ପରୀକ୍ଷା CCE ବା comprehenship Continious Evalution ଅନୁସାରେ କରାଯିବ। ୯ମ ଓ ୧୦ରେ ଏପରି ଢାଞ୍ଚାରେ ପରୀକ୍ଷା କରାଯିବ। ପ୍ରଥମ ଭାଗରେ ୨ଟି ଫର୍ମାଟିଭ ପରୀକ୍ଷା ଓ ଗୋଟିଏ ସମାଟିଭ କରାଯିବ। ସେହିପରି ୨ୟ ଭାଗରେ ୨ଟି ଫର୍ମାଟିଭ ପରୀକ୍ଷା ଓ ଗୋଟିଏ ସମାଟିଭ କରାଯିବ।
ବୋର୍ଡ ସଭାପତି ରାମାଶିଷ ହାଜରା କହିଛନ୍ତି, ନୂଆ ଢାଞ୍ଚାରେ ଏହି ବର୍ଷରୁ ଲାଗୁ କରୁଛୁ। ଏହା ୯ମ ଓ ୧୦ ଶ୍ରେଣୀରେ ଲାଗୁ କରାଯିବ। ଏହାର ପ୍ରଥମ ଫର୍ମାଟିଭ ଆସେସମେଣ୍ଟ ପରୀକ୍ଷା ସେପ୍ଟେମ୍ବରରେ କରାଯିବ। ତେଣୁ ଶିକ୍ଷକଙ୍କୁ ସଚେତନ କରାଇବା ପାଇଁ ଶିକ୍ଷକଙ୍କ ତିନିଦିନିଆ କର୍ମଶାଳାର ଆୟୋଜନ କରାଯାଇଛି।
SRIKANTA_TARAI_BYTE_SAHARAP
ଶ୍ରୀକାନ୍ତ ତରାଇ, ବୋର୍ଡ ସମ୍ପାଦକ
RAMASHISH_HAZARA_BYTE_SAHARAP
ରାମାଶିଷ ହାଜରା, ବୋର୍ଡ ସଭାପତି