/odishatv-khabar/media/post_attachments/uploadimage/library/16_9/16_9_0/IMAGE_1625584626.jpg)
Mohalla Library
ଔରାଙ୍ଗାବାଦ: ମହାରାଷ୍ଟ୍ର ଔରାଙ୍ଗାବାଦରେ ଏବେ ଛୋଟ ଛୋଟ ପିଲାଙ୍କ ପାଇଁ ଖୋଲାଯାଇଛି ମୋହଲ୍ଲା ଲାଇବ୍ରେରୀ । ବସ୍ତି ଅଞ୍ଚଳରେ ବିଭିନ୍ନ ସ୍ଥାନରେ ଏସବୁ ଲାଇବ୍ରେରୀ ଖୋଲାଯାଇଛି । ବଡ କଥା ହେଉଛି ଏଭଳି ଲାଇବ୍ରେରୀ ସ୍ଥାପନ କରିଛନ୍ତି ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀ । ମୀର୍ଜା ମରିୟମ ନାମକ ଏହି ଛାତ୍ରୀ ଲକ୍ଡାଉନ୍ରେ ପିଲାଙ୍କୁ ପଢ଼ା ପ୍ରତି ଆକୃଷ୍ଟ କରିବା ଉଦ୍ଦେଶ୍ୟରେ ଏଭଳି ଅଭିନବ ପାଠାଗାର ଖୋଲିଛନ୍ତି ।
Also Read
ଏହି ଲାଇବ୍ରେରୀକୁ ସେ ଅବଦୁଲ କାଲାମ ପାଠାଗାରରେ ନାମିତ କରିଛନ୍ତି । ସହରରେ ଥିବା ୧୧ଟି ଅଞ୍ଚଳରେ ସ୍ଥାନୀୟ ଲୋକଙ୍କ ସହାୟତାରେ ସେ ଏଭଳି ପାଠାଗାର ସ୍ଥାପନ କରିପାରିଛନ୍ତି । ବହୁ ଲୋକ ଏଥିରେ ପୁସ୍ତକ ଦାନ କରି ସହୟତାର ହାତ ବଢାଇଛନ୍ତି । ଏସବୁ ଲାଇବ୍ରେରୀରେ ଛୋଟ ଛୋଟ ପିଲାଙ୍କ ଭିଡ ଜମୁଛି । ଅଭିଭାବକ ମଧ୍ୟ ଏଭଳି ଜଣେ ଷଷ୍ଠ ଶ୍ରେଣୀର ଛାତ୍ରୀର ଉଦ୍ୟମକୁ ପ୍ରସଂଶା କରିଛନ୍ତି । ଖାଲି ସେତିକି ନୁହେଁ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ଓ ଶିକ୍ଷାବିତ୍ ମଧ୍ୟ ଛାତ୍ରୀଙ୍କ ଏଭଳି ପ୍ରାୟସକୁ ସ୍ୱାଗତ କରିଛନ୍ତି । ଏଭଳି ଲାଇବ୍ରାରୀକୁ ସମସ୍ତେ ସହଯୋଗ କରିବାକୁ ଆହ୍ୱାନ ଦେଇଛନ୍ତି । ଏହାଦ୍ୱାରା ପିଲାମାନଙ୍କର ପାଠ ପଢ଼ା ପ୍ରତି ଆଗ୍ରହ ସୃଷ୍ଟି ହେବାର ସମ୍ଭାବନା ରହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)