Advertisment

ଅଷ୍ଟମ ଓ ଏକାଦଶ ପାଠପଢା ନେଇ ଜାରି ହେଲା ଏସଓପି

୨୧ ତାରିଖରୁ ସ୍କୁଲରେ ଏକାଦଶ ଶ୍ରେଣୀର ଓ ୨୫ ତାରିଖରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ହେବ ବୋଲି ଆଜି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଥିଲେ। ସ୍କୁଲକୁ ଆସିବା ପାଇଁ କାହାକୁ ବାଧ୍ୟ କରାଯାଇପାରିବ ନାହିଁ ବୋଲି କୁହାଯାଇଛି।

author-image
Chandan Shishu
Sop for Offline class

Sop for Offline class

ଭୁବନେଶ୍ୱର: ଦଶରା ଛୁଟି ପରେ ସ୍କୁଲରେ ଅଷ୍ଟମ ଓ ଏକାଦଶର ପାଠପଢ଼ା ନେଇ ପ୍ରକାଶ ପାଇଛି ଏସ୍ଓପି। ସ୍କୁଲ ଓ ଗଣଶିକ୍ଷା ବିଭାଗର ଏସ୍ଓପି ଅନୁସାରେ ସକାଳ ୯ଟାରୁ ଦିନ ସାଢ଼େ ୧୨ଟା ଯାଏ ଅଷ୍ଟମ କ୍ଲାସର ପାଠପଢ଼ା ହେବ। ସେହିପରି ଏକାଦଶର ପାଠ ପଢ଼ା ଦିନ ୧୦ଟାରୁ ସାଢ଼େ ଗୋଟାଏ ଯାଏ ହେବ। ଅଷ୍ଟମ କ୍ଲାସର ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯିବ ନାହିଁ। ସ୍କୁଲ ଖୋଲିଲେ ମଧ୍ୟ ଉଭୟ ଅଫଲାଇନ୍ ଓ ଅନ୍ଲାଇନ୍ କ୍ଲାସ ଚାଲିବ। ଅଭିଭାବକଙ୍କ ଅନୁମତି ନେଇ ପିଲାମାନେ ସ୍କୁଲକୁ ଆସିବେ। ସ୍କୁଲକୁ ଆସିବା ପାଇଁ କାହାକୁ ବାଧ୍ୟ କରାଯାଇପାରିବ ନାହିଁ ବୋଲି କୁହାଯାଇଛି। ୨୧ ତାରିଖରୁ ସ୍କୁଲରେ ଏକାଦଶ ଶ୍ରେଣୀର ଓ ୨୫ ତାରିଖରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ହେବ ବୋଲି ଆଜି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଥିଲେ।

Advertisment

କୋଭିଡ୍‌ ମହାମାରୀ ପାଇଁ ପାଖାପାଖି ଦୁଇ ବର୍ଷ ଧରି ବନ୍ଦ ରହିଛି ସ୍କୁଲ। ମୋବାଇଲ ନେଟଓ୍ୱର୍କ ସମସ୍ୟା ଓ ସ୍ମାର୍ଟ ଫୋନ ଅଭାବ ଭଳି କାରଣକୁ ନେଇ ସମସ୍ତଙ୍କ ପାଖରେ ପହଞ୍ଚିପାରୁନଥିଲା ଅନଲାଇନ ଶିକ୍ଷା। ସ୍କୁଲ ପିଲାଙ୍କ କ୍ଷେତ୍ରରେ ସମସ୍ୟା ଅଧିକ ଦେଖିବାକୁ ମିଳୁଛି। ତେଣୁ ସତର୍କତା ମଧ୍ୟରେ ପ୍ରଥମେ ଦଶମ ଓ ଦ୍ୱାଦଶ କ୍ଲାସ୍ ପରେ ପରେ ନବମ ଶ୍ରେଣୀ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲା ଗଣଶିକ୍ଷା ବିଭାଗ।

ହେଲେ ପ୍ରାଇମେରୀ ସ୍କୁଲ ବନ୍ଦ ରହିବାରୁ ପିଲା ଆଉ ବିଦ୍ୟାଳୟ ମାଟି ମାଡ଼ିପାରିନଥିଲେ। ଯେଉଁଥିପାଇଁ ପିଲାମାନେ ଘରେ ରହିଛନ୍ତି। ପରବର୍ତ୍ତୀ ସମୟରେ ପିଲାମାନଙ୍କୁ ପାଠ ପଢ଼ାଇବା ପାଇଁ ରାଜ୍ୟ ସରକାର ଅନ୍‌ଲାଇନ୍‌ କ୍ଲାସ ଆରମ୍ଭ ହୋଇଥିଲା। ମାତ୍ର ନେଟ୍‌ୱର୍କ ଓ ଆଣ୍ଡ୍ରଏଡ ମୋବାଇଲ୍‌ ଫୋନ୍‌ ନଥିବାରୁ ବହୁ ପିଲା ଅନ୍‌ଲାଇନ୍‌ କ୍ଲାସରୁ ବଞ୍ଚିତ ହେଉଛନ୍ତି। ଏପରି ଚିତ୍ର ରାଜ୍ୟର କୋଣ ଅନୁକୋଣରୁ ଆସୁଥିବା ଚିନ୍ତା ପ୍ରକଟ କରିଥିଲେ ରାଜ୍ୟର ଶିକ୍ଷାବିତ ଓ ବୁଦ୍ଧିଜୀବୀ। ଏନେଇ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇବା ପରେ କରୋନା ସ୍ଥିତି ଦେଖି ରାଜ୍ୟ ସରକାର ପର୍ଯ୍ୟାୟ କ୍ରମେ ସ୍କୁଲ ଖୋଲୁଛନ୍ତି।

Advertisment

ଦେଖିବାକୁ ଗଲେ ଏବେ ନବମ, ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାମାନେ ଅଫଲାଇନ୍‌ରେ ପାଠ ପଢ଼ୁଛନ୍ତି। କୋଭିଡ୍‌ ଗାଇଡ୍‌ଲାଇନ୍‌ରେ ଅଭିଭାବକଙ୍କ ଅନୁମତି ନେଇ ପିଲାମାନେ ସ୍କୁଲ ଆସି ପାଠ ପଢ଼ୁଛନ୍ତି। ପିଲାମାନେ ମାସ୍କ ପିନ୍ଧି ଓ ସାନିଟାଇଜ୍‌ ହୋଇ କ୍ଲାସ୍‌ରେ ବସି ପାଠ ପଢ଼ୁଛନ୍ତି। ତେବେ ପ୍ରଥମରୁ ସପ୍ତମ ଶ୍ରେଣୀ ଯାଏଁ ସ୍କୁଲ କେବେ ଖୋଲିବ ସେନେଇ ନିଷ୍ପତ୍ତି ନେଇନାହାନ୍ତି ସରକାର। ତେବେ ଶୀଘ୍ର ସ୍କୁଲ ଖୋଲିବାକୁ ସାଧାରଣରେ ଦାବି ହେଉଛି। 

Sameer Dash School In Odisha SOP For Offline Class
Advertisment
Advertisment