Advertisment

“ଦକ୍ଷତା ଏବଂ ଅକ୍ଷମତା” ଅଧ୍ୟାପକ ବିକାଶ କାର୍ଯ୍ୟକ୍ରମ

ପାଞ୍ଚ ଦିନ ଧରି ଏଆଇସିଟିଇ ଟ୍ରେନିଂ ଆଣ୍ଡ୍ ଲର୍ଣ୍ଣିଂ ଏକାଡେମୀ ଅଧିନରେ “ଦକ୍ଷତା ଏବଂ ଅକ୍ଷମତା” ଅଧ୍ୟାପକ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରମୁଖ ବୈଜ୍ଞାନିକମାନେ ଅଂଶ ଗ୍ରହଣ କରି ବହୁ ଗୁରୁତ୍ୱପୂର୍ଣ୍ଣ ମତ ରଖିଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
Gandhi Institute for Technology

Gandhi Institute for Technology

ଭୁବନେଶ୍ୱର : ଏଆଇସିଟିଇ ଟ୍ରେନିଂ ଆଣ୍ଡ୍ ଲର୍ଣ୍ଣିଂ ଏକାଡେମୀ(ATAL) ଅଧିନରେ “ଦକ୍ଷତା ଏବଂ ଅକ୍ଷମତା”(ଉନ୍ନତ ସ୍ତର) ଅଧ୍ୟାପକ ବିକାଶ କାର୍ଯ୍ୟକ୍ରମ, ଭୁବନେଶ୍ୱରସ୍ଥ ଗାନ୍ଧୀ ଇନ୍‌ଷ୍ଟିଚ୍ୟୁଟ୍ ଫର୍ ଟେକ୍ନୋଲୋଜି ଦ୍ୱାରା ୨୨ ନଭେମ୍ବରରୁ ୨୬ ନଭେମ୍ବର ୨୦୨୧ ପର୍ଯ୍ୟନ୍ତ ଭର୍ଚୁଆଲ୍ ମୋଡ୍‌ରେ ପରିଚାଳିତ ହୋଇଛି।

Advertisment

ଗାନ୍ଧୀ ଇନ୍‌ଷ୍ଟିଚ୍ୟୁଟ୍ ଫର୍ ଟେକ୍ନୋଲୋଜିର ପାଞ୍ଚ ଦିନିଆ ଏଆଇସିଟିଇ ପ୍ରାୟୋଜିତ ATAL ଅଧ୍ୟାପକ ବିକାଶ କାର୍ଯ୍ୟକ୍ରମରେ ଉତ୍ତର ଟେକ୍ସାସ୍ ୟୁନିଭର୍ସିଟି, ଡେଣ୍ଟନ୍(ଯୁକ୍ତରାଷ୍ଟ୍ର), ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ଖଡଗ୍‌ପୁର ଓ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ଦିଲ୍ଲୀର ପ୍ରମୁଖ ବୈଜ୍ଞାନିକମାନେ ଅଂଶ ଗ୍ରହଣ କରି ବକ୍ତବ୍ୟ ପ୍ରଦାନ କରିଥିଲେ।

ଏହି ପରିପ୍ରେକ୍ଷୀରେ ଗାନ୍ଧୀ ଇନ୍‌ଷ୍ଟିଚ୍ୟୁଟ୍ ଫର୍ ଟେକ୍ନୋଲୋଜିର ପରିଚାଳକ ଡା. ପତିତପାବନ ପଣ୍ଡା ସୂଚନା ଦେଇଛନ୍ତି ଯେ ଏଆଇସିଟିଇ ପ୍ରାୟୋଜିତ ଅଧ୍ୟାପକ ବିକାଶ କାର୍ଯ୍ୟକ୍ରମ କୃତ୍ରିମ ଇଣ୍ଟେଲିଜେନ୍ସ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଏହାର ପ୍ରସାର ଓ ସମାଜ ତଥା ବିକାଶ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ସମାଧାନ କରିବ।

Advertisment

ଏହି କାର୍ଯ୍ୟକ୍ରମରେ ଶହେରୁ ଅଧିକ ଆଞ୍ଚଳିକ, ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରର ଅଧ୍ୟାପକ ଓ ବୈଜ୍ଞାନିକମାନେ ଅଂଶ ଗ୍ରହଣ କରିଥିଲେ। ଶିକ୍ଷାକୁ ବିକାଶ କରିବାରେ ନେଇ ସମସ୍ତଙ୍କ ପ୍ରୟାଶ ଜରୁରୀ ବୋଲି ଏଥିରେ ମତ ପ୍ରକାଶ ପାଇଛି।

Education
Advertisment
Advertisment