Advertisment

ବଦଳିବ ଯୁକ୍ତ ଦୁଇ ରୂପରେଖ: ବର୍ଷକୁ ଦୁଇଟି ବୋର୍ଡ ପରୀକ୍ଷା ସହ ହେବ ଇଣ୍ଟରନାଲ୍ ଆସେସମେଣ୍ଟ

ଖୁବଶୀଘ୍ର ଏହାର ରୂପରେଖ ପ୍ରସ୍ତୁତ କରି ବିଜ୍ଞପ୍ତି ପ୍ରକାଶ କରିବାକୁ ଯାଉଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ବି ଏଦିଗରେ କାର୍ଯ୍ୟ ଆରମ୍ଭ କରିଛି। ଭବିଷ୍ୟତରେ ମହାମାରୀ ଯୋଗୁ ପରୀକ୍ଷା ବାତିଲ ହେଲେ ବି କଲେଜ୍ ଏବଂ ପରିଷଦ ପାଖରେ ପିଲାଙ୍କ ପ୍ରଦର୍ଶନର ତଥ୍ୟ ରହିବ ଆଉ ସିବିଏସ୍ଇ ଭଳି ପିଲାଙ୍କୁ ଆସେସ୍ କରିବା ବି ସହଜ ହେବ।

author-image
Chandan Shishu
ବଦଳିବ ଯୁକ୍ତ ଦୁଇ ରୂପରେଖ: ବର୍ଷକୁ ଦୁଇଟି ବୋର୍ଡ ପରୀକ୍ଷା ସହ ହେବ ଇଣ୍ଟରନାଲ୍ ଆସେସମେଣ୍ଟ

plus two Exam

ଭୁବନେଶ୍ୱର: ମାଟ୍ରିକ୍ ପରେ ଏବେ ଯୁକ୍ତ ଦୁଇରେ ଆସିବ ପରୀକ୍ଷା ସଂସ୍କାର। ବର୍ଷକୁ ଦୁଇଟି ବୋର୍ଡ ପରୀକ୍ଷା ସହ ହେବ ଇଣ୍ଟରନାଲ୍ ଆସେସମେଣ୍ଟ। ସ୍ୱଚ୍ଛତା ଲାଗି ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଏହାକୁ ମନିଟର କରିବ। ପ୍ରଥମ ବର୍ଷର ପରୀକ୍ଷାର ରେକ଼ର୍ଡ ବି ରହିବ ପ୍ରତି ପରୀକ୍ଷା ପରେ ପରିଷଦର ପୋର୍ଟାଲ୍‌ରେ ମାର୍କକୁ ଅପଲୋଡ଼ କରିବେ। କଲେଜ ପିଲାଙ୍କର ପରୀକ୍ଷା ପ୍ରଦର୍ଶନ ଡାଟାକୁ ରେକର୍ଡ କରି ରଖାଯିବ। ଚଳିତବର୍ଷ କରୋନା ପାଇଁ ଯୁକ୍ତ ଦୁଇ ମୂଲ୍ୟାୟନ ସବୁଠାରୁ ବେଶୀ ପ୍ରଭାବିତ ହେବା ପରେ, ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ଆରମ୍ଭ ହୋଇଛି କସରତ।

Advertisment

ଖୁବଶୀଘ୍ର ଏହାର ରୂପରେଖ ପ୍ରସ୍ତୁତ କରି ବିଜ୍ଞପ୍ତି ପ୍ରକାଶ କରିବାକୁ ଯାଉଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ବି ଏଦିଗରେ କାର୍ଯ୍ୟ ଆରମ୍ଭ କରିଛି। ଭବିଷ୍ୟତରେ ମହାମାରୀ ଯୋଗୁ ପରୀକ୍ଷା ବାତିଲ ହେଲେ ବି କଲେଜ୍ ଏବଂ ପରିଷଦ ପାଖରେ ପିଲାଙ୍କ ପ୍ରଦର୍ଶନର ତଥ୍ୟ ରହିବ ଆଉ ସିବିଏସ୍ଇ ଭଳି ପିଲାଙ୍କୁ ଆସେସ୍ କରିବା ବି ସହଜ ହେବ।

ଏବର୍ଷ ମହାମାରୀ ପାଇଁ ପ୍ଲସ୍ ଟୁ ପରୀକ୍ଷା ବାତିଲ ହେଲା। ଆଉ ସବୁଠାରୁ ବଡ ଦୁର୍ଭାଗ୍ୟଜନକ ବିଷୟ ହେଲା ଯୁକ୍ତ ଦୁଇରେ ଦୁଇ ବର୍ଷ ପିଲା ପାଠ ପଢୁଥିଲେ ସୁଦ୍ଧା ଦ୍ୱିତୀୟ ବର୍ଷର କେବଳ ବୋର୍ଡ ପରୀକ୍ଷା ଛଡା ପ୍ରଥମ ବର୍ଷ କୌଣସି ପରୀକ୍ଷା ହେଉନଥିଲା। ଇଣ୍ଟରନାଲ୍ ପରୀକ୍ଷା ତ ଦୁଇ ବର୍ଷ ଭିତରେ ଜମା ହୁଏନି। ତେବେ ଗତବର୍ଷ ଯୁକ୍ତ ଦୁଇ ପ୍ରଥମ ବର୍ଷ ପରୀକ୍ଷା ବାଧ୍ୟତାମୂଳକ କରିବାକୁ ନିଷ୍ପତ୍ତି ନେଲେ ସରକାର। ହେଲେ କିଛି ଜାଗାରେ ଛାତ୍ର ଆନ୍ଦୋଳନ ଦେଖାଦେବାରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଏହି ନିଷ୍ପତ୍ତିରୁ ଓହରିଥିଲା।

Advertisment

ଯାହାର ଫଳ ଏବର୍ଷ ଛାତ୍ରଛାତ୍ରୀ ଭୋଗୁଛନ୍ତି ଯୁକ୍ତ ଦୁଇର ମୂଲ୍ୟାୟନ ମାଟ୍ରିକ ପରୀକ୍ଷା ଆଧାରରେ ଦିଆଯାଇଛି ଯାହାକି ଦକ୍ଷତା ଓ ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ଲଗାଇଛି। ହେଲେ ଏବେ ପରୀକ୍ଷା ସଂସ୍କାର ସପକ୍ଷରେ ପିଲା ମତ ରଖିଛନ୍ତି। ସେପଟେ ପରିଷଦର ଅଦୂରଦର୍ଶିତା ପାଇଁ ଏଭଳି ସ୍ଥିତି ଉପୁଜିଲା। ଏଥିଲାଗି ପରୀକ୍ଷା ସଂସ୍କାର ନିହାତି ଆବଶ୍ୟକ ବୋଲି କହିଛି ଶିକ୍ଷକ ସଂଘ।

ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା ପୂର୍ବରୁ ଦୁଇ ବର୍ଷରେ ଗୋଟିଏ ବି ପରୀକ୍ଷା ନକରାଇବା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପାରିବା ପଣିଆ ଉପରେ ପ୍ରଶ୍ନ ଲଗାଇଛି। ଏବେ ନିଜ ଭୁଲ ସୁଧାରିବାକୁ ସିବିଏସ୍ଇ ଢାଞ୍ଚାରେ ପରୀକ୍ଷା ସଂସ୍କାର ନୀତି ଆଣିବାକୁ ଯାଉଛି ପରିଷଦ। ମହାମାରୀ ସମୟରେ ଏହା କିଭଳି କାର୍ଯ୍ୟକାରୀ ହେଉଛି ତାଉପରେ ନଜର।

ରିପୋର୍ଟ: ରାଜଶ୍ରୀ ଶତପଥୀ, ଜଗଦୀଶ ଦାସ

Odisha News Odisha CHSE
Advertisment
Advertisment