Advertisment

ଆସନ୍ତାକାଲି ପ୍ରକାଶ ପାଇପାରେ CBSE ୧୦ମ ଶ୍ରେଣୀ ରେଜଲ୍ଟ

CBSE ଦଶମ ଶ୍ରେଣୀ ରେଜଲ୍ଟ ଜାଣିବା ପାଇଁ ଛାତ୍ରଛାତ୍ରୀମାନେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ବିନା ପରୀକ୍ଷାରେ ଫଳାଫଳ କ‘ଣ ହେବ ତାହା ଜାଣିବା ପାଇଁ ସମସ୍ତେ ବ୍ୟସ୍ତ।

author-image
Minati Mishra
ଆସନ୍ତାକାଲି ପ୍ରକାଶ ପାଇପାରେ CBSE ୧୦ମ ଶ୍ରେଣୀ ରେଜଲ୍ଟ

CBSE Class 10 Board Exams 2021 results

ନୂଆଦିଲ୍ଲୀ: ସେଣ୍ଟ୍ରାଲ ବୋର୍ଡ ଅଫ ସେକେଣ୍ଡାରୀ ଏଡୁକେଶନ (CBSE) ର ଦଶମ ଶ୍ରେଣୀ ରେଜଲ୍ଟ ଆସନ୍ତାକାଲି ପ୍ରକାଶ ପାଇବାର ସମ୍ଭାବନା ରହିଛି । ଛାତ୍ରଛାତ୍ରୀମାନେ ସେମାନଙ୍କର ରେଜଲ୍ଟ CBSE ଅଫିସିଆଲ ୱେବ ସାଇଟ୍‌ରୁ ଦେଖି ପାରିବେ। ଛାତ୍ରଛାତ୍ରୀମାନେ ଫଳାଫଳ ଜାଣିବା ପାଇଁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ତେଣୁ ଫଳାଫଳ ଜାଣିବା ପାଇଁ CBSEର ଅଫିସିଆଲ ୱେବ ସାଇଟ cbse.nic.in. ଚେକ୍‌ କରିବା ପାଇଁ ପରାମର୍ଶ ଦିଆଯାଇଛି।

Advertisment

ଏଠି କହିରଖିବୁ, ୧୦ମ ଶ୍ରେଣୀ ରେଜଲ୍ଟ କେବେ ପ୍ରକାଶ ପାଇବ ସେ ନେଇ ସିବିଏସଇ ପକ୍ଷରୁ କୌଣସି ନିର୍ଦ୍ଦିଷ୍ଟ ତାରିଖ ଘୋଷଣା କରାଯାଇ ନାହିଁ। ତେବେ  ପୂର୍ବରୁ ଜୁଲାଇ ୨୦ ତାରିଖ ସୁଦ୍ଧା ପ୍ରକାଶ ପାଇବ ବୋଲି କୁହାଯାଇଥିଲା। ସେଥିପାଇଁ ଆସନ୍ତାକାଲି ଫଳାଫଳ ଘୋଷଣା କରାଯିବ ବୋଲି ଅନୁମାନ କରାଯାଉଛି। ତେବେ ଆଜି ସନ୍ଧ୍ୟା ସୁଦ୍ଧା ସିବିଏସଇ କୌଣସି ତାରିଖ ଘୋଷଣା କରିପାରେ ବୋଲି ଅନୁମାନ କରାଯାଉଛି। 

ଛାତ୍ରଛାତ୍ରୀମାନେ ବୋର୍ଡ ୱେବସାଇଟ cbse.nic.in କିମ୍ବା cbseresults.nic.inକୁ ଯାଇ ସେଠାରେ ନିଜ ରୋଲ ନମ୍ବର ଏବଂ ଜନ୍ମ ତାରିଖ ଟାଇପ୍‌ କଲେ ରେଜଲ୍ଟ ବିଷୟରେ ଜାଣି ପାରିବେ। ଯେଉଁମାନେ ରେଜଲ୍ଟ ଅଫିସିଆଲ ୱେବସାଇଟରୁ ଜାଣି ପାରିବେ ନାହିଁ, ସେମାନଙ୍କ ପାଇଁ ଡିଜିଲକର୍‌ ଆପ୍‌ ସୁବିଧା ରହିଛି। ଛାତ୍ରଛାତ୍ରୀମାନେ ସେମାନଙ୍କର ନାଁ ଏବଂ ଜନ୍ମ ତାରିଖ ଏହି ଆପ୍‌ରେ ଲେଖି ରେଜିଷ୍ଟର କଲେ ରେଜଲ୍ଟ ବାହାରିବା କ୍ଷଣି ସେମାନଙ୍କ ପାଖକୁ ନୋଟିସ ଯିବ।

Advertisment

ସୂଚନାଥାଉ କି, କୋଭିଡ ମହାମାରୀର ୨ୟ ଲହରକୁ ଦୃଷ୍ଟିରେ ରଖି ଚଳିତବର୍ଷ CBSEର ଦଶମ ପରୀକ୍ଷା ବାତିଲ କରାଯାଇଥିଲା। ତେବେ ଯେଉଁ ଛାତ୍ରଛାତ୍ରୀମାନେ ସନ୍ତୁଷ୍ଟ ନାହାନ୍ତି ସେମାନଙ୍କୁ off line ପରୀକ୍ଷା ଦେବା ପାଇଁ ସୁଯୋଗ ଦିଆଯିବ ବୋଲି CBSE ପକ୍ଷରୁ କୁହାଯାଇଥିଲା। କୋଭିଡି ସ୍ଥିତି ସୁଧୁରିଲେ ସେମାନଙ୍କୁ ପରୀକ୍ଷା ଦେବା ପାଇଁ ସୁଯୋଗ ମିଳିବ ବୋଲି କୁହାଯାଇଥିଲା। 

ଅନ୍ୟପକ୍ଷେ, ବୋର୍ଡ ପକ୍ଷରୁ ମିଳିଥିବା ଶେଷ ଖବର ଅନୁଯାୟୀ, CBSE ୧୨ମ ବୋର୍ଡ ପରୀକ୍ଷା ଜୁଲାଇ୧୫ ତାରିଖ ୨୦୨୧ ସୁଦ୍ଧା ବାହାରିବ ବୋଲି କୁହାଯାଇଛି।  

CBSE Board Exams 2021 CBSE Board Exams
Advertisment
Advertisment