/odishatv-khabar/media/post_attachments/uploadimage/library/16_9/16_9_0/IMAGE_1638415976.jpg)
School Teachers
ଭୁବନେଶ୍ୱର: ରାଜ୍ୟରେ ମୋଟ୍ ୧ ହଜାର ୮୮୦ ସରକାରୀ ହାଇସ୍କୁଲ୍ରେ ୫ ହଜାର ୭୧୧ ଶିକ୍ଷକ ପଦବୀ ଖାଲି ପଡ଼ିଛି। ସେହିପରି ଗୁଣାତ୍ମକ ଶିକ୍ଷାଦାନ ଲକ୍ଷ୍ୟରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ୧ହଜାର ୭୫ ସଂଖ୍ୟକ ସ୍କୁଲ୍କୁ ରୂପାନ୍ତରଣ କରାଯାଇଛି।
ଦ୍ୱିତୀୟ ପର୍ଯ୍ୟାୟରେ ୩ ହଜାର ୩୬୫ ସଂଖ୍ୟକ ସ୍କୁଲ୍କୁ ରୂପାନ୍ତରଣ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ପରବର୍ତ୍ତୀ ପର୍ଯ୍ୟାୟରେ ବାକି ଉଚ୍ଚ ବିଦ୍ୟାଳୟଗୁଡିକ ରୂପାନ୍ତରଣ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ରୂପାନ୍ତରଣ କାର୍ଯ୍ୟକ୍ରମରେ ପ୍ରତି ସ୍କୁଲ୍ ପିଛା ୪୫ରୁ ୬୦ ଲକ୍ଷ ଟଙ୍କା ବ୍ୟୟ କରାଯାଉଛି ।
ରୂପାନ୍ତରଣ କାର୍ଯ୍ୟକ୍ରମରେ ଆବଶ୍ୟକତା ଅନୁସାରେ ଶ୍ରେଣୀଗୃହ, ସ୍ମାର୍ଟ ଶ୍ରେଣୀଗୃହ, ବିଜ୍ଞାନଗାର, ଇ-ଲାଇବ୍ରେରୀ, ଶୌଚାଳୟ, ଖେଳ ପଡ଼ିଆ ଆଦି କାର୍ଯ୍ୟ କରିବା ନିମନ୍ତେ ବ୍ୟୟ ବରାଦ ରହିଛି। ବିଧାନସଭାରେ ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଏବଂ ବିଜେପି ବିଧାୟକ ମୋହନ ମାଝୀଙ୍କ ପ୍ରଶ୍ନର ଏଭଳି ଉତ୍ତର ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)