/odishatv-khabar/media/post_attachments/uploadimage/library/16_9/16_9_0/IMAGE_1635756602.jpg)
knife attack
ଭୁବନେଶ୍ୱର : ରାଜଧାନୀରେ ଚାଞ୍ଚଲ୍ୟ । ଭୁବନେଶ୍ୱରରେ ଘରେ ପଶି ମାଆ, ଝିଅଙ୍କୁ ଛୁରାମାଡ଼ । ଚନ୍ଦ୍ରଶେଖରପୁର ଥାନା ଶୈଳଶ୍ରୀ ବିହାର ଅଞ୍ଚଳରେ ଛୁରାମାଡ଼ ହୋଇଥିବା ଅଭିଯୋଗ ହୋଇଛି । ପଡ଼ୋଶୀ ଘରର ଯୁବକ ଘରେ ପଶି ଛୁରାମାଡ଼ କରିଛି । ତେବେ ଯୁବକ ଜଣଙ୍କ ମହିଳା ଡ୍ରେସ ପିନ୍ଧି ଘରେ ପଶିଥିବା ସୂଚନା ମିଳିଛି । ମାଆ, ଝିଅଙ୍କୁ ଆକ୍ରମଣ କରିବା ବେଳେ ଯୁବକ ଜଣକ ନିଜେ ମଧ୍ୟ ଆହତ ହୋଇଛି । ଛୁରାମାଡ଼ କରିବାର କାରଣ ଜଣାପଡ଼ିନି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି ।
ପୁଲିସ୍ର ପ୍ରାଥମିକ ସୂଚନା ଅନୁସାରେ ଶୈଳଶ୍ରୀ ବିହାର ଅଞ୍ଚଳରେ ରୂପେଶ ନାମକ ଯୁବକ ମହିଳାଙ୍କ ଡ୍ରେସ ପିନ୍ଧି ପଡ଼ୋଶୀ ଘରେ ପଶିଥିଲା । ତେବେ ମା’ ଝିଅକୁ ଆକ୍ରମଣ କରିବା ସୟମରେ ନିଜେ ସେ ଆହତ ହୋଇଥିଲେ । ସମସ୍ତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପ୍ରାଥମିକ ଚିକିତ୍ସା ପରେ ବର୍ତ୍ତମାନ ମା’ ଝିଅଙ୍କୁ ଘରକୁ ପଠାଇ ଦିଆଯାଇଛି।
Also Read
ଆକ୍ରମଣ କରିବାକୁ ଯାଇ ଯୁବକ ଜଣେ ସେ କିପରି ନିଜେ ଗୁରୁତର ଆହତ ହେଲେ ସେ ନେଇ ସୃଷ୍ଟି ହୋଇଛି ସନ୍ଦେହ । ଖବର ପାଇ ପୋଲିସ ପହଞ୍ଚି ତଦନ୍ତ କରୁଛି । ଅନ୍ୟପଟେ ରୂପେଶଙ୍କ ସ୍ତ୍ରୀ ଭିନ୍ନ ଅଭିଯୋଗ ଆଣିଛନ୍ତି । ଏକାଧିକ ଯୁବକ ଆସି ସ୍ୱାମୀଙ୍କୁ ଛୁରା ମାଡ଼ କରି ଗାଡ଼ି ଛଡ଼ାଇ ନେଇଥିବା କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)