/odishatv-khabar/media/post_attachments/uploadimage/library/16_9/16_9_0/IMAGE_1625815733.jpg)
ଅନ୍ଧବିଶ୍ୱାସର କୁପରିଣତି
କେନ୍ଦୁଝର: ବିଜ୍ଞାନ ଯୁଗରେ ବି ଲୋକମାନେ ଅନ୍ଧବିଶ୍ୱାସର ଅନ୍ଧଗଳିରୁ ବାହାରି ପାରୁନାହାନ୍ତି। ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଜୀବନ ବଞ୍ଚିବା ପାଇଁ କେଉଁଠି ଝଡ଼ାଫୁଙ୍ଖା କରୁଛନ୍ତି ତ ଆଉ କେଉଁଠି ଚେଙ୍କ ଚିକିତ୍ସା କରୁଥିବା ଘଟଣା ସାମ୍ନାକୁ ଆସୁଛି। ହେଲେ ସେମାନଙ୍କର ଏହି ଅନ୍ଧବିଶ୍ୱାସ ଦିନେ ଜୀବନ ନେଇ ଯିବ ହୁଏତ ଏହା ସେମାନଙ୍କୁ ଜଣାନଥିବ। ଏଭଳି କିଛି ଘଟଣା କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍ ଅନ୍ତର୍ଗତ କଇଁସାରି ଗାଁରେ ଘଟିଛି।
ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଜୀବନ ବଞ୍ଚାଇବା ଲାଗି ଜଣେ ଯୁବକଙ୍କ ଶରୀରରେ ୫ ଶହରୁ ଅଧିକ ଚେଙ୍କ ଦିଆଯିବା ଫଳରେ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି। ମୃତକ ହେଲେ ୩୪ ବର୍ଷୀୟ ବିକାଶ ଦେହୁରି।
Also Read
ସୂଚନା ଅନୁସାରେ, କଇଁସାରି ଗାଁର ବିକାଶ ଦେହୁରି ଯକ୍ଷ୍ମା ରୋଗରେ ପୀଡ଼ିତ ଥିଲେ। ହେଲେ ତାଙ୍କର ଡାକ୍ତରୀ ଚିକିତ୍ସା କରାଇ ନଯାଇ ଚେଙ୍କ ଦିଆଯାଉଥିଲା।କିଛି ଦିନ ହେଲା ଧୀରେ ଧୀରେ ଯନ୍ତ୍ରଣା ବଢ଼ି ବଢ଼ି ଚାଲିଥିଲେ ମଧ୍ୟ କୌଣସି ଡାକ୍ତରଙ୍କୁ ପରିବାର ଲୋକ ଦେଖାଇନଥିଲେ କି ଡାକ୍ତରଖାନା ବି ନେଇନଥିଲେ।ଏହା ଭିତରେ ତାଙ୍କୁ ୫ ଶହରୁ ଅଧିକ ଚେଙ୍କ ଦିଆଯାଇଥିଲା। ଯକ୍ଷ୍ମାରେ ପୀଡ଼ିତ ବିକାଶଙ୍କ ଶରୀରରେ ଏତେ ଚେଙ୍କ ଦିଆଯିବା ଫଳରେ ସେ ଆହୁରି ଦୁର୍ବଳ ହୋଇପଡ଼ିଥିଲେ। ଶେଷରେ ଗତକାଲି ତାଙ୍କର ମୃତ୍ୟୁ ଘଟିଥିଲା। ବାରମ୍ବାର ଚେଙ୍କ ଦିଆଯିବା ଫଳରେ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି। ବିକାଶଙ୍କ ସ୍ତ୍ରୀ ଓ ଦୁଇଟି ଛୋଟ ପୁଅ ଅଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)


/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)