Advertisment

ଭଉଣୀ ଘରେ ଭାଇକୁ ଗୁଳି ମାରିଲେ ପୂର୍ବତନ ସେନା କର୍ମଚାରୀ

ପାଖରେ ରଖିଥିବା ବନ୍ଧୁକ କାଢି ବିଭୂତିଙ୍କ ଉପରପକୁ ଗୁଳି ଚଳାଇ ପୂର୍ବତନ ସେନା କର୍ମଚାରୀ ଜଣକ ଫେରାର ହୋଇଯାଇଥିବା ସୂଚନା ମିଳିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।

author-image
Chandan Shishu
Firing at Khordha

Firing at Khordha

ଖୋର୍ଦ୍ଧା(ବଳରାମ ଲେଙ୍କା): ଖୋର୍ଦ୍ଧା ବେଗୁନିଆ ନୂଆସାହିରେ ଗୁଳିକାଣ୍ଡ। ଗୁଳିମାଡରେ ଗୁରୁତର ହୋଇଛନ୍ତି ବିଭୁତି ଭୂଷଣ ଜେନା ନାମକ ଜଣେ ବ୍ୟକ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଖୋର୍ଦ୍ଧା ମେଡିକାଲ ଏବଂ ପରେ ଭୁବନେଶ୍ୱର ଏମ୍‌ସ ସ୍ଥାନାନ୍ତର କରାଯାଇଛି। ଗୁଳିମାଡ଼ କରିଥିବା ବ୍ୟକ୍ତି ପ୍ରସନ୍ନ ନାୟକ, ଯିଏକି ଜଣେ ପୂର୍ବତନ ସାମରିକ କର୍ମଚାରୀ। ସେ ବର୍ତ୍ତମାନ ଫେରାର ଅଛନ୍ତି। ପୁଲିସର ଘଟଣାର ତଦନ୍ତ କରୁଛି।

Advertisment

ସୂଚନା ଅନୁଯାୟୀ, ବେଗୁନିଆ ଅଞ୍ଚଳର ଜଣେ ମହିଳାଙ୍କ ଘରେ ପୂର୍ବରୁ ଭଡା ନେଇ ରହୁଥିଲେ ଜଣେ ପୂର୍ବତନ ସାମରିକ କର୍ମଚାରୀ। ପୂର୍ବତନ ସାମରିକ କର୍ମଚାରୀଙ୍କ ଘର ଟାଙ୍ଗି ଥାନା ସୋରଣ ଅଞ୍ଚଳରେ। ଆଜି ଘର ମାଲିକଙ୍କ ନିକଟରେ ପହଞ୍ଚି ଧାର ଟଙ୍କା ଦେବାକୁ କହିଥିଲେ। ଟଙ୍କାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏହି ସମୟରେ ମହିଳାଙ୍କ ସମ୍ପର୍କୀୟ ଭାଇ ବିଭୂତି ଭୂଷଣ ଆସି ଘଟଣାରେ ହସ୍ତକ୍ଷେପ କରିଥିଲେ।

ପାଖରେ ରଖିଥିବା ବନ୍ଧୁକ କାଢି ବିଭୂତିଙ୍କ ଉପରପକୁ ଗୁଳି ଚଳାଇ ପୂର୍ବତନ ସେନା କର୍ମଚାରୀ ଜଣକ ଫେରାର ହୋଇଯାଇଥିବା ସୂଚନା ମିଳିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।  

Advertisment
Firing At Khordha Retired Army Person
Advertisment
Advertisment