Advertisment

ମମିତା ମ୍ୟାଡାମ୍ କେଉଁଠି? ଆସିଲା ଚାଞ୍ଚଲ୍ୟକର ଅଡିଓ!

କୁଆଡେ ଗଲେ ମହାଲିଙ୍ଗ ସନସାଇନ୍ ଇଂଲିଶ ମିଡିୟମ ସ୍କୁଲର ଶିକ୍ଷୟିତ୍ରୀ ମମିତା ମେହେର? ୧୦ ଦିନ ବିତିଗଲା, ମିଳୁନି ଦିଦିଙ୍କ ପତ୍ତା । ୮ଦିନ ହେଲା, ୮ଟି ଟିମ୍ କରି କଳାହାଣ୍ଡି, ନୂଆପଡା, ବଲାଙ୍ଗିରରେ ଖୋଜୁଛି ପୋଲିସ । ତଥାପି ପୋଲିସ୍ ହାତରେ ଲାଗିପାରୁନି ଦିଦିଙ୍କ ଠିକଣା । ଏହା ଭିତରେ ଆସିଛି ଏକ ଚାଞ୍ଚଲ୍ୟକର ଅଡ଼ିଓ ।

author-image
Otv Khabar Bureau
mamita missing

mamita missing

ବଲାଙ୍ଗିର: କୁଆଡେ ଗଲେ ମହାଲିଙ୍ଗ ସନସାଇନ୍ ଇଂଲିଶ ମିଡିୟମ ସ୍କୁଲର ଶିକ୍ଷୟିତ୍ରୀ ମମିତା ମେହେର? ୧୦ ଦିନ ବିତିଗଲା, ମିଳୁନି ଦିଦିଙ୍କ ପତ୍ତା । ୮ଦିନ ହେଲା, ୮ଟି ଟିମ୍ କରି କଳାହାଣ୍ଡି, ନୂଆପଡା, ବଲାଙ୍ଗିରରେ ଖୋଜୁଛି ପୋଲିସ । ତଥାପି ପୋଲିସ୍ ହାତରେ ଲାଗିପାରୁନି ଦିଦିଙ୍କ ଠିକଣା । ଏହା ଭିତରେ ଆସିଛି ଏକ ଚାଞ୍ଚଲ୍ୟକର ଅଡ଼ିଓ । କୁଆଡ଼େ ଯାଇଥିବେ ମମିତା ? କାହିଁକି ନିଖୋଜ ହୋଇଗଲେ ସେ ? ମମିତା ଦିଦିଙ୍କ ନିଖୋଜ ପଛରେ କିଏ? ମମିତାଙ୍କ ସମ୍ପର୍କୀୟ ଭାଇ ସହ ମମିତାଙ୍କ ଜଣେ ସହଯୋଗୀ ଶିକ୍ଷୟିତ୍ରୀଙ୍କ ଫୋନକଲ୍‌ରୁ ମିଳିଛି ଚାଞ୍ଚଲ୍ୟକର ତଥ୍ୟ ।

Advertisment

ମହାଲିଙ୍ଗ କଲେଜ ଓ ସନସାଇନ୍ ଇଂଲିଶ୍ ମିଡିୟମ ସ୍କୁଲ ସଭାପତି ଗୋବିନ୍ଦ ସାହୁଙ୍କୁ ଖୋଲା ଚାଲେଞ୍ଜ ଦେଇଥିଲେ ମମିତା । କାରଣ ବି ସଫା ସଫା କହୁଛନ୍ତି ସହଯୋଗୀ ଶିକ୍ଷୟିତ୍ରୀ ଜଣକା । ଗୋବିନ୍ଦ ସାହୁ କୁଆଡ଼େ ଶିକ୍ଷାନୁଷ୍ଠାନର ଝିଅମାନଙ୍କ ସହ ରଖୁଛନ୍ତି ଅନୈତିକ ସମ୍ପର୍କ । ଆଉ ଏହି ଗୁମରର ଖୁଲାସା କରିବାକୁ ଧମକ ଦେଇଥିଲେ ମମିତା । ଏପରିକି ସୋସିଆଲ୍ ମିଡିଆରେ ସହଯୋଗୀ ଶିକ୍ଷୟିତ୍ରୀଙ୍କ ସହ ମିଶି ଏକ ଫେକ୍ ଆଇଡି ତିଆରି କରିଥିଲେ ମମିତା । କିନ୍ତୁ ଯୋଜନା କାର୍ୟକାରୀ ହେବା ଆଗରୁ ମମିତା ହୋଇଥିଲେ ନିଖୋଜ । ତାପୂର୍ବରୁ ମମିତାଙ୍କୁ ସ୍କୁଲ ସଭାପତି ଗୋବିନ୍ଦ ସାହୁ ମିଟିଂ ବାହାନା କରି ଡକାଇଥିଲେ ବୋଲି ମମିତାଙ୍କ ସହଯୋଗୀ ଶିକ୍ଷୟିତ୍ରୀ କହିଛନ୍ତି । ତେଣେ ଗୋବିନ୍ଦ ସାହୁଙ୍କ ଉପରକୁ ଅଙ୍ଗୁଳି ଉଠାଇ ସିନ୍ଧେକେଲା ଥାନାରେ ମମିତାଙ୍କ ଭାଇ ବଣ୍ଟି ମେହେର ଏତଲା ଦେଇଥିଲେ । ଏନେଇ ଗୋବିନ୍ଦଙ୍କୁ ପୋଲିସ ୪ଦିନ ହେଲା ଅଟକ ରଖିଛି । ତା’ସହ ମମିତାଙ୍କ ଲ୍ୟାପଟପକୁ ଜବତ କରି ପୋଲିସ ଖୋଳତାଡ଼ କରିବା ଆରମ୍ଭ କରିଛି ।

Advertisment

ଗୋବିନ୍ଦଙ୍କ ବିରୋଧରେ ସଂଗୀନ ଅଭିଯୋଗ ସତ୍ତ୍ୱେ କାହିଁକି ତାଙ୍କୁ ଏଯାଏଁ ଗିରଫ କରିନି ପୋଲିସ୍? ତାଙ୍କ ପଛରେ କାମ କରୁଛି କି କୌଣସି ଅଦୃଶ୍ୟ ଶକ୍ତି? ଏଭଳି ନା ନା ଶଙ୍କା ଭିତରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଏକ ଭିଡ଼ିଓକୁ ନେଇ ରାଜନୈତିକ ହଟଚମଟ ଦେଖାଦେଇଛି । କାରଣ ପୂର୍ବରୁ ଗୋବିନ୍ଦଙ୍କ ଶିକ୍ଷାନୁଷ୍ଠାନର ଏକ ଉତ୍ସବରେ ଯୋଗଦେଇ ଗୋବିନ୍ଦଙ୍କ ଭୁରି ଭୁରି ପ୍ରଶଂସା କରିଥିଲେ ଦିବ୍ୟଶଙ୍କର । ତେବେ କଣ କ୍ଷମତା ଛତ୍ରଛାୟାରେ ରହି ଗୋବିନ୍ଦ ଚଳାଉଥିଲେ କି କୌଣସି ଅନୈତିକ କାରବାର? ଏଭଳି ପ୍ରଶ୍ନ ଉଙ୍କି ମାରୁଥିବା ବେଳେ ଗର୍ଜିଛନ୍ତି ଉଭୟ କଂଗ୍ରେସ ଓ ବିଜେପି ନେତା । ଏନେଇ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ପ୍ରତିକ୍ରିୟା ମିଳିପାରିନଥିବାବେଳେ ବିଜେଡି ଏହାର ଜବାବ ରଖିଛି । କିନ୍ତୁ ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ ।

Mamita Meher Missing Case Audio Clip
Advertisment
Advertisment