Advertisment

ଜିନିଷ କିଣିବାକୁ ଆସି ମହିଳାଙ୍କ ସହ ଫଟୋ ଉଠାଇଲେ, ଶେଷରେ କଲେ ଏମିତି କାମ...

ଜିନିଷ କିଣିବାକୁ ଆସି ପ୍ରଥମେ ମହିଳାଙ୍କ ସହ ଫଟୋ ଉଠାଇଥିଲେ। ତେବେ ମହିଳା ଜଣକ ଏହାକୁ ବିରୋଧ କରିବାରୁ ଯୁବକମାନେ ତାଙ୍କ ଠାରୁ ମୋବାଇଲ୍‌ ଛଡ଼ାଇ ନେବା ସହ ଅନ୍‌ଲାଇନ୍‌ରେ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ସାଢେ ୩ ଲକ୍ଷ ଟଙ୍କାର ଶପିଂ କରିଥିଲେ।

author-image
Rajalaxmi Sahoo
Fraud

Fraud

ସୋର: ଜିନିଷ କିଣିବାକୁ ଆସି ପ୍ରଥମେ ମହିଳାଙ୍କ ସହ ଫଟୋ ଉଠାଇଥିଲେ। ତେବେ ମହିଳା ଜଣକ ଏହାକୁ ବିରୋଧ କରିବାରୁ ଯୁବକମାନେ ତାଙ୍କ ଠାରୁ ମୋବାଇଲ୍‌ ଛଡ଼ାଇ ନେବା ସହ ଅନ୍‌ଲାଇନ୍‌ରେ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ସାଢେ ୩ ଲକ୍ଷ ଟଙ୍କାର ଶପିଂ କରିଥିଲେ। ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ଆରୁଆ ଛତ୍ରାଳି ଗାଁରୁ ଏଭଳି ଅଭିଯୋଗ ଆସିଛି। ଜୟନ୍ତୀ କୁଅଁର ନାମକ ଜଣେ ମହିଳାଙ୍କ ଠାରୁ ଏଭଳି ଠକେଇ ହୋଇଥିବା ଅଭିଯୋଗ ହୋଇଛି। 

Advertisment

ସୋରରେ ରହି ଜୟନ୍ତୀ ଇନ୍‌ସ୍ୟୁରାନ୍ସ ଏଜେଣ୍ଟଙ୍କ ସହିତ ବିଭିନ୍ନ ନେଟଓ୍ୱର୍କିଙ୍ଗ କମ୍ପାନୀରେ କାମ କରୁଥିଲେ। ତେଣୁ କିଛି ଲୋକ ଆସି ତାଙ୍କ ଠାରୁ କିଛି କମ୍ପାନୀର ବିଭିନ୍ନ ପ୍ରଡକ୍ଟ କିଣୁଥିଲେ। ଅଭିଯୋଗ ଅନୁସାରେ, ବାହାନଗା ଅଞ୍ଚଳର ଜଣେ ଯୁବକ କିଛି ସାମଗ୍ରୀ କିଣିବାକୁ ଆସିବା ସହ ନିଜ ସହ ଅନ୍ୟ ୨ଜଣ ସାଙ୍ଗଙ୍କୁ ନେଇ ଆସିଥିଲେ। ଏହି ସମୟରେ ଏହି ୨ ଯୁବକ ଜୟନ୍ତୀଙ୍କ ସହ ଫଟୋ ଉଠାଇଥିଲେ। ହେଲେ ଏହାକୁ ଜୟନ୍ତୀ ଏହାକୁ ବିରୋଧ କରିଥିଲେ। ଫଳରେ ୨ ଯୁବକ ତାଙ୍କ ଠାରୁ ମୋବାଇଲ୍‌ ଛଡ଼ାଇ ନେଇ ଯିବା ସହ ଅନ୍‌ଲାଇନ୍‌ ଶପିଂ ସାଇଟ୍‌ ଆମାଜନରୁ ବିଭିନ୍ନ ସାମଗ୍ରୀ ଅର୍ଡର କରିଥିଲେ। 

Advertisment

ଜୟନ୍ତୀଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଯୁବକମାନେ ସାଢେ ୩ ଲକ୍ଷ ଟଙ୍କାର ଶପିଂ କରିଥିବା ଅଭିଯୋଗ ହୋଇଛି। ଏନେଇ ଜୟନ୍ତୀ ବ୍ୟାଙ୍କ ଆକାଉଣ୍ଟ ଚେକ୍‌ କରିବା ପରେ ଟଙ୍କା ନଥିବା ଜାଣିବାକୁ ପାଇଥିଲେ। ଏହାପରେ ସୋର ଥାନାରେ ୩ ଜଣ ଯୁବକଙ୍କ ନାମରେ ଲିଖିତ ଅଭିଯୋଗ କରିଛନ୍ତି। 

Fraud Online Shopping
Advertisment
Advertisment