• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଶୁକୃଳିରେ ସୈତାନୀ କାଣ୍ଡ। ଜଣେ ବୟସ୍କା ମହିଳାଙ୍କୁ ଗଣଦୁଷ୍କର୍ମ ସହ ବୀଭତ୍ସ ଭାବେ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ। ଲିଫ୍ଟ ଦେବା ବାହାନାରେ ଡାକି ନେଇ ଏଭଳି ଅମାନୁଷିକ କାଣ୍ଡ ଭିଆଇଥିବା ଅଭିଯୋଗ ହୋଇଛି। ଗତକାଲି ଜଣେ ବୟସ୍କା ମହିଳା ଘରକୁ ଫେରୁଥିବା ବେଳେ ବାଇକ୍‌ରେ ଦୁଇ ଜଣ ଯୁବକ ତାଙ୍କୁ ଗାଁରେ ଛାଡିଦେବାକୁ କହିଥିଲେ। ତେବେ ପରେ ସେହି ଯୁବକ ମାନେ ମହିଳାଙ୍କୁ ଶୁକୃଳି-ରରୁଆଁ ରାସ୍ତାର ଭଣ୍ଡନ ନଦୀ କୂଳକୁ ନେଇ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। 

ଏପରିକି ସେମାନେ ମହିଳାଙ୍କ ମୁଣ୍ଡ ଓ ଶରୀରର ଅନ୍ୟ ଭାଗରେ ଅମାନୁଷିକ ଭାବେ ଆଘାତ ଦେବା ସହ ତାଙ୍କୁ ନଦୀ କୂଳରେ ଫୋପାଡି ଫେରାର ହୋଇଯାଇଥିବା ଜଣାପଡିଛି। ଆଇଜି ହିମାଂଶୁ ଲାଲଙ୍କ ସମେତ ପୋଲିସ୍ ଟିମ୍ ଘଟଣାସ୍ଥଳରେ ଖୋଳତାଡ଼ କରିଛନ୍ତି।

ଶୁକ୍ରବାର ଶୁକୃଳି ସାପ୍ତାହିକ ହାଟ ଥିବାରୁ ସେହି ହାଟକୁ ମହିଳା ଜଣକ ଯାଇଥିଲେ। ଅପରାହ୍ନରେ ସେ ଚାଲି ଚାଲି ହାଟରୁ ଘରକୁ ଫେରିବା ବେଳେ ରାସ୍ତାରେ ତାଙ୍କ ସହ ଦୁଇ ଜଣ ଯୁବକଙ୍କ ସହ ଦେଖା ହୋଇଥିଲା। ସେମାନେ ତାଙ୍କୁ ଘରେ ଛାଡ଼ିବାର ପ୍ରତିଶ୍ରୁତି ଦେଇଥିଲେ। ସେମାନଙ୍କ କଥାରେ ବିଶ୍ୱାସ କରି ନେତୀ ଯାଇଥିଲେ।

ହେଲେ ଘରେ ଛାଡ଼ିବା ପରିବର୍ତ୍ତେ ଦୁଇ ଯୁବକ, ନେତୀଙ୍କୁ ଶୁକୃଳି-ରରୁଆଁ ରାସ୍ତାର ଭଣ୍ଡନ ନଦୀ କୂଳକୁ ନେଇ ଯାଇଥିଲେ। ସେଠାରେ ତାଙ୍କ ସହିତ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ। ଏପରିକି ତାଙ୍କୁ ମାଡ଼ ମାରିଥିଲେ। ପରେ ଦୁଇ ଯୁବକ ତାଙ୍କୁ ଦୁଷ୍କର୍ମ କରିଥିଲେ। ଏଥିସହ ପୂର୍ବରୁ ସେହି ସ୍ଥାନରେ ଥିବା ଅନ୍ୟ ୩ରୁ ୪ ଜଣ ଯୁବକ ମଧ୍ୟ ନେତୀଙ୍କୁ ଜଣେ ପରେ ଜଣେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ଦୁଷ୍କର୍ମ ପରେ ନେତୀଙ୍କ ମୁଣ୍ଡକୁ ଆକ୍ରମଣ କରିବା ସହ ତାଙ୍କ ଗୁପ୍ତାଙ୍ଗରେ ବାଡ଼ି ପୂରାଇ ଦେଇଥିବା ଅଭିଯୋଗ ହୋଇଛି। ଯେଉଁଥିପାଇଁ ଗୁପ୍ତାଙ୍ଗରେ ଗଭୀର କ୍ଷତ ସୃଷ୍ଟି ହେବା ସହ ରକ୍ତସ୍ରାବ ହୋଇଥିଲା। ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଶୁକୃଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ଏବେ ଚିକିତ୍ସା ଚାଲିଛି।

ଏନେଇ ଅଭିଯୋଗ ହେବା ପରେ ପୁଲିସ୍‌ର ତନାଘନା ଆରମ୍ଭ କରିଛି। ସାଇଣ୍ଟିଫିକ ଟିମ୍‌ ଓ ଡଗ୍‌ ସ୍କ୍ୱାଡ ସହିତ ରାଇରଙ୍ଗପୁର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, କରଞ୍ଜିଆ ଉପଖଣ୍ଡ ପୁଲିସ ଅଧିକାରୀ, ଜଶିପୁର, ରରୁଆଁ ଓ ବାଦାମପାହାଡ଼ ପୁଲିସ ଟିମ୍‌ ମିଳିତ ଭାବେ ଘଟଣାର ତଦନ୍ତ କରୁଛନ୍ତି। ଦୁଷ୍କର୍ମ ହୋଇଥିବା ସ୍ଥାନରୁ ସୁରାକ ଖୋଜିବା ପାଇଁ ଆଖପାଖ ଅଞ୍ଚଳରେ ବିଭିନ୍ନ ସିସିଟିଭି ଫୁଟେଜକୁ ଯାଞ୍ଚ କରୁଛି ପୁଲିସ। ତେବେ ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତଙ୍କ ପତ୍ତା ପାଉନି ପୁଲିସ।

ମହିଳାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଧନୁଜୟ ସରେନ କହିଛନ୍ତି- ମହିଳାଙ୍କ ମୁଣ୍ଡରେ ଗଭୀର କ୍ଷତ ହୋଇଛି। ଚିକିତ୍ସା ସମୟରେ ମହିଳାଙ୍କୁ ପଚାରିବାରୁ ତାଙ୍କୁ ଗଣ ଦୁଷ୍କର୍ମ ହୋଇଥିବା କହିଛନ୍ତି। ମହିଳାଙ୍କ କହିବା ଅନୁସାରେ ଦୁଇ ଜଣ ଯୁବକ ମିଛ କଥା କହି ଲିଫ୍‌ଟ ଦେଇଥିଲେ। କିନ୍ତୁ ପୂର୍ବରୁ ସେଠାରେ ୭ରୁ ୧୦ ଜଣ ଯୁବକ ଥିଲେ ବୋଲି ମହିଳା କହିଥିଲେ। ମହିଳାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି। ତାଙ୍କ ପ୍ରାଇଭେଟ୍‌ ପାର୍ଟରେ ଗଭୀର କ୍ଷତ ସୃଷ୍ଟି ହୋଇଛି।