Advertisment

୨ ଛୁଆଙ୍କୁ କୂଅକୁ ଠେଲି ମା’ର ଆତ୍ମହତ୍ୟା ଉଦ୍ୟମ

୨ ପିଲାଙ୍କୁ କୂଅକୁ ଠେଲି ମା’ର ଆତ୍ମହତ୍ୟା ଉଦ୍ୟମ। କନ୍ଧମାଳ ଜିଲ୍ଲା ରାଇକିଆରେ ଏହି ଅଭାବନୀୟ ଘଟଣା ଘଟିଛି। ୨ ପିଲାଙ୍କୁ କୂଅକୁ ଠେଲି ଦେବା ଫଳରେ ସେମାନଙ୍କର ମୃତ୍ୟୁ ଘଟିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
୨ ଛୁଆଙ୍କୁ କୂଅକୁ ଠେଲି ମା’ର ଆତ୍ମହତ୍ୟା ଉଦ୍ୟମ

well

ବାଲିଗୁଡ଼ା: ପାରିବାରିକ କଳହର କରୁଣ ପରିଣତି। ୨ ପିଲାଙ୍କୁ କୂଅକୁ ଠେଲି ମା’ର ଆତ୍ମହତ୍ୟା ଉଦ୍ୟମ। କନ୍ଧମାଳ ଜିଲ୍ଲା ରାଇକିଆରେ ଏହି ଅଭାବନୀୟ ଘଟଣା ଘଟିଛି। ୨ ପିଲାଙ୍କୁ କୂଅକୁ ଠେଲି ଦେବା ଫଳରେ ସେମାନଙ୍କର ମୃତ୍ୟୁ ଘଟିଛି। 

Advertisment

ସୂଚନା ଅନୁସାରେ, ରାଇକିଆ ଅଞ୍ଚଳର ବ୍ୟବସାୟୀ ଏମ୍‌ ରାଜେଶ ପାତ୍ର ଓ ପତ୍ନୀ ଭାଗ୍ୟଲକ୍ଷ୍ମୀ ପାତ୍ରଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଗତକାଲି ଝଗଡ଼ା ହୋଇଥିଲା। ଏଥିରେ ରାଗି ଯାଇ ଭାଗ୍ୟଲକ୍ଷ୍ମୀ ୨ ଛୁଆଙ୍କୁ ଧରି ସନ୍ଧ୍ୟାରୁ ଘରୁ ଚାଲି ଆସିଥିଲେ। ଅଲିମାରୋଡ଼୍‌ ନିକଟରେ ଥିବା ଏକ କୂଅକୁ ଭାଗ୍ୟଲକ୍ଷ୍ମୀ ନିଜର ୯ ବର୍ଷର ପୁଅ ଓ ୫ ବର୍ଷର ଝିଅକୁ କୂଅକୁ ଠେଲି ଦେଇଥିଲେ। ୨ ପିଲାଙ୍କୁ କୂଅକୁ ଠେଲି ଦେବା ପରେ ସେ ନିଜେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ହେଲେ ସୌଭାଗ୍ୟବଶତଃ ସେ ବଞ୍ଚି ଯାଇଛନ୍ତି। ୨ ପିଲାଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ସମ୍ପୃକ୍ତ ମହିଳା ସ୍ୱାମୀଙ୍କ ସହ ଝଗଡ଼ା କରି ଏଭଳି କାଣ୍ଡ କରିଥିବା ଜଣାପଡ଼ିଛି। 

ଖବର ପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚି ଦୁଇ ଛୁଆଙ୍କୁ ଉଦ୍ଧାର କରିଥିଲେ। କେଉଁ କାରଣକୁ ନେଇ ପତି-ପତ୍ନୀଙ୍କ ମଧ୍ୟରେ ଝଗଡା ହୋଇଥିଲା, ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ରାଇକିଆ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। 

Advertisment
Suicide Attempt Odisha
Advertisment
Advertisment