women suicide attempt
ଭୁବନେଶ୍ୱର : ନଦୀକୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ । ଭୁବନେଶ୍ୱର ହଂସପାଳ ନିକଟରେ କୁଆଖାଇ ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ଯୁବତୀ ଜଣଙ୍କୁ ବାରଣ କରିଥିଲେ ସ୍ଥାନୀୟ ଲୋକେ । ହେଲେ କାହା କଥା ଶୁଣୁନଥିଲେ ଯୁବତୀ ଜଣକ । ହାତରୁ ଖସି ନଦୀକୁ ଡେଇଁବାକୁ ବାରମ୍ବାର ଉଦ୍ୟମ କରୁଥିଲେ ଯୁବତୀ । ତେବେ ଯୁବତୀ ଜଣଙ୍କ ଏଥିରୁ କ୍ଷାନ୍ତ ନହେବାରୁ ଲୋକେ ତାଙ୍କୁ ବଳପୂର୍ବକ ଏଥିରୁ ନିବୃତ୍ତ କରିଥିବା ଦେଖିବାକୁ ମିଳିଛି । ଶେଷରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କୁ ଥାନାକୁ ନେଇଛି ।
ଆଜି ମଧ୍ୟାହ୍ନ ପ୍ରାୟ ୧୨ଟା ୪୦ ମିନିଟ୍ ସମୟରେ ଭାଉଜ ନିର୍ଯାତନା ଦେଉଥିବା ଅଭିଯୋଗ କରି ନଦୀରୁ ଡେଇଁବାରୁ ଚେଷ୍ଟା କରୁଥିଲେ ଯୁବତୀ । ଜାତୀୟ ରାଜପଥ ଉପରେ ପାଖାପାଖି ୪୦ ମିନିଟ ପର୍ଯ୍ୟନ୍ତ ଚାଲିଥିଲା ହାଇଭୋଲଟେଜ୍ ଡ୍ରାମା । କଟକ-ଭୁବନେଶ୍ୱର ଯିବାଆସିବା କରୁଥିବା ଯାତ୍ରୀ ଯୁବତୀଙ୍କୁ ଦେଖି ଏପରି ନକରିବା ପାଇଁ ବୁଝାସୁଝା କରିଥିଲେ । ତେବେ କୌଶଳ କରି ଯୁବତୀଙ୍କୁ ଆତ୍ମହତ୍ୟା କରୁଥିବା ଯୁବିତୀଙ୍କୁ ଧରି ନେଇଥିଲେ ଓ ପୋଲିସ ଜିମା ଦେଇଥିଲେ ।
ତେବେ ଥାନାରେ ଯୁବତୀ ଜଣକ ଭାଉଜ ନାମରେ ଅଭିଯୋଗ କରିଛନ୍ତି । ଭାଉଜଙ୍କ ନିର୍ଯାତନା ଅସହ୍ୟ ହେବାରୁ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବା କହିଛନ୍ତି । ପ୍ରାୟ ୩ ମାସ ହେଲା ଯୁବତୀଙ୍କୁ ତାଙ୍କ ଭାଉଜଙ୍କ ନିର୍ଯାତନା ଦେଉଛନ୍ତି । ହେଲେ କେବେ ଏଥିପାଇଁ ମୁହଁ ଖୋଲିନଥିଲେ, ଚୁପ୍ଚାପ ସବୁ ସହି ଘରେ ରହୁଥିଲେ । ହେଲେ ଯେତେବେଳ ଅସହ୍ୟ ହେଲା, ସେଏପରି ଚରମ ନିଷ୍ପତ୍ତି ନେଇଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)