/odishatv-khabar/media/post_attachments/uploadimage/library/16_9/16_9_0/IMAGE_1631427920.jpg)
Wife Beats To Husband
ରାୟଗଡ଼ା: ମହଙ୍ଗା ପଡ଼ିଲା ବିବାହ ପରେ ସ୍ତ୍ରୀକୁ ପ୍ରତାରଣା। ବିଚ୍ ରାସ୍ତାରେ ମାଡ଼ ମାରି ସ୍ୱାମୀକୁ ପୋଲିସ ଜିମା ଦେଲା ସ୍ତ୍ରୀ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା ବିଷମକଟକରେ। ସ୍ତ୍ରୀକୁ ଆନ୍ଧ୍ରପ୍ରଦେଶରେ ଛାଡ଼ି ଆସିଥିବା ସ୍ୱାମୀ ଶେଷରେ ଧରାପଡ଼ିଛନ୍ତି। ପୋଲିସ ତାଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି।
ସୂଚନା ଅନୁସାରେ, ବିଷମକଟକ ଥାନା ଅନ୍ତର୍ଗତ କାଙ୍କୁବାଡ଼ି ଗାଁର ସୁମନ କୁସୁଳିଆ ନାମକ ଜଣେ ଯୁବକ ଆନ୍ଧ୍ର ପ୍ରଦେଶର ଭିମାବରମ ଠାରେ ଏକ ଚିଙ୍ଗୁଡ଼ି ଫାର୍ମରେ କାମ କରୁଥିଲେ। ଏହି ସମୟରେ ଆନ୍ଧ୍ର ପାଡେରୁ ଗାଁର ଜଣେ ଯୁବତୀଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। କ୍ରମେ ସମ୍ପର୍କ ନିବିଡ଼ ହେବାରୁ ଦୁହେଁ ବର୍ଷକ ତଳେ ଉଭୟ ମନ୍ଦିରରେ ବିବାହ କରିଥିଲେ। ୩ ମାସ ଏକାଠି ରହିବା ପରେ ସୁମନ ସେଠାରେ ସମ୍ପୃକ୍ତ ଯୁବତୀଙ୍କୁ ଛାଡି ଗାଁକୁ ଚାଲି ଆସିଥିଲେ। ଏହାପରେ ସେ ଆଉ ଆନ୍ଧ୍ର ପ୍ରଦେଶ ନଯାଇ ଗାଁରେ ଅଟୋ ଚଳାଉ ଥିଲେ। ସେବେଠୁ ଯୁବତୀ ଜଣକ ସୁମନଙ୍କୁ ବହୁ ଖୋଜାଖୋଜି କରିଥିଲେ।
Also Read
ସୁମନ ରାୟଗଡ଼ା ଜିଲ୍ଲା ବିଷମକଟକରେ ଥିବା ଜାଣି ପାରି ଆନ୍ଧ୍ରରୁ ସେ ଏଠାକୁ ଚାଲି ଆସିଥିଲେ। ଏହାପରେ ସୁମନଙ୍କୁ ବସ୍ଷ୍ଟାଣ୍ଡ ନିକଟରେ ଦେଖି ରାଗିବା ସହ ତାଙ୍କୁ ବିଚ୍ ରାସ୍ତାରେ ନିସ୍ତୁକ ମାଡ଼ ମାରିବା ସହ ତାଙ୍କୁ ଥାନାକୁ ନେଇ ପୋଲିସ୍ ଜିମା ଦେଇଥିଲେ। ଏହି ଦୃଶ୍ୟ ସମସ୍ତେ ଦେଖୁଥିଲେ ମଧ୍ୟ କେହି ଛଡ଼ାଇବାକୁ ସାହସ କରିନଥିଲେ। ପୋଲିସ ସୁମନଙ୍କୁ ଅଟକ ରଖି ପଚରାଉଚରା ଚଳାଇଥିବା ଜଣାପଡ଼ିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)


/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)