• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ବ୍ରହ୍ମପୁର: ଗଞ୍ଜାମରେ ପୁଣି ଷ୍ଟୋନ୍ ମ୍ୟାନ୍ ଆତଙ୍କ। ପୁରୁଷୋତ୍ତମପୁର ଥାନା ଚିଙ୍ଗୁଡ଼ି ଘାଇରେ ପଥରରେ ଛେଚି ଜଣକୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି। ମୃତକ ହେଲେ ବିନାୟକ ପ୍ରଧାନ। ଗାଁ ଠାକୁରାଣୀ ମନ୍ଦିରରେ ଶୋଇଥିବା ବେଳେ ମୁଣ୍ଡକୁ ପଥରରେ ଛେଚି ତାଙ୍କୁ ହତ୍ୟା କରାଯାଇଛି। ଆଉ ଏକ ଭୟଙ୍କର କଥା ହେଲା, ଘଟଣାସ୍ଥଳରେ ରକ୍ତରେ ଆଉ ଜଣକର ନାଁ ଲେଖାଯାଇଛି ଏବଂ ସେ ପରବର୍ତ୍ତୀ ଟାର୍ଗେଟ ବୋଲି କୁହାଯାଇଛି। ଏହି ଜଘନ୍ୟ ହତ୍ୟାକାଣ୍ଡ ପୁରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ପୋଲିସ ୩ ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି।

ବିନାୟକ ପ୍ରଧାନ ଜଣେ ସରକାରୀ ମଦ ଦୋକାନ ମାଲିକ। ରବିବାର ରାତିରେ ସେ ଗାଁ ଠାକୁରାଣୀ ମନ୍ଦିରରେ ଶୋଇଥିଲେ। ଏହି ସମୟରେ ତାଙ୍କ ମୁଣ୍ଡକୁ ପଥରରେ ଛେଚି ହତ୍ୟା କରାଯାଇଛି। ଆଉ ହତ୍ୟା ପରେ ଘଟଣାସ୍ଥଳରେ ରକ୍ତରେ ଆଉ ଜଣଙ୍କ ନାଁ ଲେଖିଦେଇଥିଲା ଦୁର୍ବୃତ୍ତ। ସେଠାରେ ଲେଖାଯାଇଥିବା ବ୍ୟକ୍ତି ଜଣକ ପରବର୍ତ୍ତୀ ଟାର୍ଗେଟ୍‌ ଅଛନ୍ତି ବୋଲି ଲଖାଯାଇଛି। ଏହି ଜଘନ୍ୟ ହତ୍ୟାକାଣ୍ଡ ପୂରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏନେଇ ଅଭିଯୋଗ ହେବା ପରେ ପୁରୁଷୋତ୍ତମପୁର ଥାନା ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।  ଏହା ଷ୍ଟୋନ୍‌ମ୍ୟାନ୍‌ର କାମ ବୋଲି ଅଭିଯୋଗ ହେଉଥିବା ବେଳେ ପୂର୍ବ ଶତ୍ରୁତାରୁ ଏପରି ହତ୍ୟାକାଣ୍ଡ ଘଟିଥିବା ପୁଲିସ ସନ୍ଦେହ କରୁଛି। 

ଅଭିଯୁକ୍ତମାନେ ଏକ ଜଙ୍ଗଲରେ ଭିତରେ ଗୋପନ କରିଥିବା ଜାଣିବାକୁ ପାଇ ପୁଲିସ ଚଢ଼ଉ କରିଥିଲା। ସେଠାରୁ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ତଦନ୍ତର ଗତିପଥ ବଦଳାଇବା ପାଇଁ ଦୁର୍ବୃତ୍ତମାନେ ମୃତଦେହ ପାଖରେ ଅନ୍ୟ ଜଣଙ୍କ ନାଁ ଲେଖିଥିବା ଜଣାପଡ଼ିଛି। ତେବେ ତଦନ୍ତରେ ବ୍ୟାଘାତ ହେବ ବୋଲି ଆଶଙ୍କା କରି ପୁଲିସ ଅଭିଯୁକ୍ତଙ୍କ ନାଁ ପ୍ରକାଶ କରିନି। ଏହି ହତ୍ୟାକାଣ୍ଡରେ ଆଉ କାହାର ହାତ ରହିଛି, ପୁଲିସ ତାହା ଉପରେ ତଦନ୍ତ ଚଳାଇଛି।

ପୁରୁଷୋତ୍ତମପୁର ଏସ୍‌ଡିପିଓ ସୂର୍ଯ୍ୟମଣୀ ପ୍ରଧାନ କହିଛନ୍ତି-“ବିନାୟକ ପ୍ରଧାନ ଶୋଇଥିବା ବେଳେ ବିଳମ୍ୱିତ ରାତିରେ ଅଭିଯୁକ୍ତମାନେ ପଥରରେ ଛେଚି ତାଙ୍କୁ ମାରି ଦେଇଛନ୍ତି। ଏନେଇ ଅଭିଯୋଗ ହେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୁଲିସ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।”  ଧମକ ମିଳିଥିବା ଯୁବକ କହିଛନ୍ତି-“ମୁଁ ଗଲା ବେଳେ ଦେଖିଲି ମୃତଦେହ ପଡ଼ିଛି। ସେଠାରେ ରକ୍ତରେ ମୋ ନାଁ ଲେଖାଯାଇଛି। ତାଙ୍କର କଣ ଶତ୍ରୁତା ଥିବ ମୁଁ ଜାଣିନି। ସେଥିପାଇଁ ତାଙ୍କୁ ମାରିଦେଲେ। ଏବେ ମୋତେ ଟାର୍ଗେଟ କରିଛନ୍ତି।”