Advertisment

ପ୍ରାଣୀଧନ ଚିକିତ୍ସାଧିକାରୀଙ୍କ ଗାଡ଼ିରୁ ଭିଜିଲାନ୍ସ ଧରିଲା ୨ ଲକ୍ଷ ୭୭ ହଜାର ଟଙ୍କା

ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ନୂଆପଡ଼ା ମୁଖ୍ୟ ପ୍ରାଣୀଧନ ଚିକିତ୍ସାଧିକାରୀ ତ୍ରିଲୋଚନ ଧଳ।  ତାଙ୍କ ଗାଡ଼ିରୁ ଜବତ ହୋଇଛି ୨ ଲକ୍ଷ ୭୭ ହଜାର ଟଙ୍କା

author-image
Minati Mishra
ଅଦ୍ୟତନ ହୋଇଛି
ପ୍ରାଣୀଧନ ଚିକିତ୍ସାଧିକାରୀଙ୍କ ଗାଡ଼ିରୁ ଭିଜିଲାନ୍ସ ଧରିଲା ୨ ଲକ୍ଷ ୭୭ ହଜାର ଟଙ୍କା

vigilance raid on nuapada cdvos house

ନୂଆପଡ଼ା: ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ନୂଆପଡ଼ା ମୁଖ୍ୟ ପ୍ରାଣୀଧନ ଚିକିତ୍ସାଧିକାରୀ ତ୍ରିଲୋଚନ ଧଳ।  ତାଙ୍କ ଗାଡ଼ିରୁ ଜବତ ହୋଇଛି ୨ ଲକ୍ଷ ୭୭ ହଜାର ଟଙ୍କା। ତ୍ରିଲୋଚନ ଧଳ ନୂଆପଡ଼ାରୁ  ସରକାରୀ ଗାଡ଼ିରେ ନିଜ ଗାଁ କଟକର ନରାଜ ଯାଉଥିବା ବେଳେ ନୂଆପଡ଼ା ତାରିଣୀ ମନ୍ଦିର ପାଖରେ ଭିଜିଲାନ୍ସ ଧରିଥିଲା ।

Advertisment

ତାଙ୍କ ଗାଡ଼ିରୁ ୨ ଲକ୍ଷ ୭୭ ହଜାର ଟଙ୍କା ଜବତ ହୋଇଥିଲେ ମଧ୍ୟ ସେ ଏତେ ଟଙ୍କାର ହିସାବ ଦେଇ ପାରିନ ଥିଲେ। ପରେ ତାଙ୍କ ସରକାରୀ ବାସଭବନ, ସରକାରୀ କାର୍ଯ୍ୟାଳୟ ସହତ କଟକ ନରାଜର ପୈତୃକ ଘରେ ଭିଜିଲାନ୍ସ ଚଢ଼ାଉ କରୁଛି।  ଭିଜିଲାନ୍ସ ଡିଏସ୍‌ପି ସତ୍ୟବାନ ମହାନନ୍ଦଙ୍କ ନେତୃୃତ୍ୱରେ ନୂଆପଡା ଓ ଭବାନୀପାଟଣା ଭିଜିଲାନ୍ସ ଟିମ୍ ରେଡ୍ କରୁଛି ।

Advertisment

 ସୂଚନାଥାଉ କି ଗତକାଲି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗିର ଜିଲ୍ଲା ପୁଇଁତଳା ବ୍ଲକର କିରାଣି ରବୀନ୍ଦ୍ର ମହାନ୍ତିଙ୍କ ଘରେ ଭିଜିଲାନ୍ସ ରେଡ୍ କରାଯାଇଥିଲା। କ୍ୟାସିୟର ରବୀନ୍ଦ୍ର ମହାନ୍ତିଙ୍କ ୪ଟି ଘରେ ଏକକାଳୀନ ରେଡ୍ କରାଯାଇଥିଲା।  ସାଗରପଡ଼ା, ତୁଷୁରା ସହର ଏବଂ ପୈତୃକ ଗାଁ ଡୁଙ୍ଗୁରିପାଲିରେ ଥିବା ଘର ଓ ପୁଇଁତଳା ଅଫିସରେ ଏକସଙ୍ଗରେ ଚଢ଼ାଉ ହୋଇଥିଲଶ । ବଲାଙ୍ଗିର, ସୋନପୁର, ସମ୍ବଲପୁର ଓ ବରଗଡ଼ର ଭିଜିଲାନ୍ସ ଟିମ୍ ଏହି ଚଢାଉରେ ସାମିଲ ହୋଇଥିଲେ । 

ନାକଟିଦେଉଳ ବ୍ଲକର ଆସିିଷ୍ଟାଣ୍ଟ ପ୍ରୋଗ୍ରାମ ଅଫିସରଙ୍କ ଘରେ ମଧ୍ୟ ଭିଜିଲାନ୍ସ ଚଢାଉ ହୋଇଥିଲା । ଜଣେ ଗାଁ ସାଥିଙ୍କ ସମ୍ପର୍କୀୟଙ୍କ ଅଭିଯୋଗ ଆଧାରରେ ସମ୍ବଲପୁର ଭିଜିଲାନ୍ସ ଟିମ୍ ଦ୍ୱାରା ୪ ହଜାର ଟଙ୍କା ସହ ଧରାପଡିଲେ ବ୍ଲକ ଏପିଓ ସୁରେନ୍ଦ୍ର କୁମାର ସାହୁ। ଗଜବୁରି କେନାଲ କାର୍ଯ୍ୟର ଫାଇଲ ପ୍ରୋସେସ ପାଇଁ ଗାଁଥୀଙ୍କ ସମ୍ପର୍କୀୟଠାରୁ ୪ହଜାର ଟଙ୍କା ଲାଞ୍ଚ ନେବାବେଳେ ସମ୍ବଲପୁର ଭିଜିଲାନ୍ସ ଟିମ୍ ହାତରେ ଧରାପଡ଼ିଥିଲେ। । ଭିଜିଲାନ୍ସ ଟିମ୍‌ ଲାଞ୍ଚ ଟଙ୍କାକୁ ଜବତ କରିବା ସହିତ ଏପିଓ ସୁରେନ୍ଦ୍ର କୁମାର ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

Vigilance Raid Odisha Vigilance
Advertisment
Advertisment