Advertisment

ଟଙ୍କା ନେଇ ଯାଉଥିବା ବେଳେ ଯନ୍ତ୍ରୀଙ୍କୁ ମାଡ଼ିବସିଲା ଭିଜିଲାନ୍ସ

ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡର ୨ ଆଞ୍ଚଳିକ ଅଧିକାରୀ ବି ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ରାଉରକେଲା କାର୍ଯ୍ୟାଳୟର ଆଞ୍ଚଳିକ ଅଧିକାରୀ ପି. କେ. ମହାପାତ୍ର ରାଉରକେଲାରୁ ଭୁବନେଶ୍ୱର ଫେରିବା ବାଟରେ ୧ ଲକ୍ଷ ୭୫ ହଜାର ଜବତ ହୋଇଛି। ଟଙ୍କା ଜବତ ପରେ ତାଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି।

author-image
Chandan Shishu
Over Rs 12 L Unaccounted Cash Seized

Over Rs 12 L Unaccounted Cash Seized

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ପଡିଛନ୍ତି କେନ୍ଦୁଝର ଜିଲ୍ଲା ବୈତରଣୀ ଜଳସଂପଦ ଅଧୀକ୍ଷଣ ଯନ୍ତ୍ରୀ ବିଧାନ ଚନ୍ଦ୍ର ସାହୁ। ନିଜ ଘର କଟକକୁ ଯାଉଥିବା ବେଳେ ତାଙ୍କ କାରରୁ ୧୦ ଲକ୍ଷ ଟଙ୍କା ଜବତ ହୋଇଛି। ଯନ୍ତ୍ରୀ ବିଧାନ ସାହୁ ଟଙ୍କା ନେଇ ଯାଉଥିବା ବେଳେ ଯାଜପୁର ଏନସି କଲେଜ ନିକଟରେ ଚଢାଉ କରିଥିଲା ଭିଜିଲାନ୍ସ।  ଟଙ୍କା ସହ ବିଧାନ ସାହୁଙ୍କୁ କାବୁ କରିଥିଲେ ଯାଜପୁର ଓ କଟକର ଭିଜିଲାନ୍ସ ଟିମ୍। ଅଧିକ ଖୋଳତାଡ଼ ପାଇଁ ତାଙ୍କୁ ନିଜ ବାସଭବନ କଟକ ମହତାବ ରୋଡକୁ ନିଆଯାଇଥିବା ସୂଚନା ମିଳିଛି।

Advertisment

ସେହିପରି ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡର ୨ ଆଞ୍ଚଳିକ ଅଧିକାରୀ ବି ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ରାଉରକେଲା କାର୍ଯ୍ୟାଳୟର ଆଞ୍ଚଳିକ ଅଧିକାରୀ ପି. କେ. ମହାପାତ୍ର ରାଉରକେଲାରୁ ଭୁବନେଶ୍ୱର ଫେରିବା ବାଟରେ ୧ ଲକ୍ଷ ୭୫ ହଜାର ଜବତ ହୋଇଛି। ଟଙ୍କା ଜବତ ପରେ ତାଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି।  

ବାଲେଶ୍ୱର କାର୍ଯ୍ୟାଳୟର ଆଞ୍ଚଳିକ ଅଧିକାରୀ ନରୋତ୍ତମ ବେହେରା ଭୁବନେଶ୍ୱର ଫେରିବା ବେଳେ ଟାଙ୍ଗି ଚେକ୍ ଗେଟ୍‌ରେ ଧରିଛି ଭିଜିଲାନ୍ସ। ନରୋତ୍ତମଙ୍କ ପାଖରୁ ୮୯ ହଜାର ଟଙ୍କା ଜବତ ପରେ ଘରେ ରେଡ୍ ଚାଲିଥିବା ସୂଚନା ମିଳିଛି। 

Advertisment
Officer Vigilance Raid
Advertisment
Advertisment