• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ନଗଦ ୨୫ ଲକ୍ଷ ଟଙ୍କା ଜବତ ।

  • ଶଳାଙ୍କ ଘରୁ ୧୩ ଲକ୍ଷ ଟଙ୍କା ଜବତ ।

ଭୁବନେଶ୍ୱର: OSSC ସଦସ୍ୟଙ୍କ ପିଏସ୍‌ଙ୍କ ଘରେ ଭିଜିଲାନ୍ସ ରେଡ୍ ଘଟଣାକୁ ନେଇ OSSC ଅଧ୍ୟକ୍ଷ ନିର୍ମଳ ଚନ୍ଦ୍ର ମିଶ୍ରଙ୍କ ପ୍ରତିକ୍ରିୟା । ‘ଘଟଣାର ଇଣ୍ଟରନାଲ୍ ଇନ୍‌କ୍ୱାରୀ କରାଯିବ । ଦୃଢ ପଦକ୍ଷେପ ନିଆଯିବ । ଏତେ ଗୁଡ଼ିଏ ଟଙ୍କା ସେ କେଉଁଠୁ, କେମିତି ଆଣିଲେ ତଦନ୍ତ କରାଯିବ । OSSCର ସମସ୍ତ ପରୀକ୍ଷାଠାରୁ ବିରଞ୍ଚି ଦୂରରେ ରହନ୍ତି । ଘଟଣାରେ ଆଉ କାହାର ସଂପୃକ୍ତି ଅଛି କି ନାହିଁ ତାହା ତଦନ୍ତ ପରେ ଜଣାପଡ଼ିବ’।

ନିଜ ପିଏସ୍‌ଙ୍କ ସଂପତ୍ତି ନେଇ OSSC ସଦସ୍ୟ ଜଗନ୍ନାଥ ଲେଙ୍କା ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ‘ମୋର ଏ ଘଟଣାରେ କୌଣସି ନେଣଦେଣ ନାହିଁ । ମୁଁ ଏସବୁ ବିଷୟରେ କିଛି ଜାଣିନି, ଏତେ ଟଙ୍କା କେଉଁଠୁ ଆସିଲା କହିପାରିବିନି । ଘଟଣାର ଭିଜିଲାନ୍ସ ତଦନ୍ତ କରୁଛି, ସତ୍ୟାସତ୍ୟ ପଦାକୁ ନିଶ୍ଚିତ ଆସିବ ।’

 

ଚଢ଼ଉ ପରେ ଏବେ ସୁଦ୍ଧା ଭିଜିଲାନ୍ସ ହାତରେ ନଗଦ ୨୫ ଲକ୍ଷ ଟଙ୍କା ଲାଗିଛି । ପିଏସ୍ ବିରଞ୍ଚି ସାହୁଙ୍କ ଘରୁ ମିଳିଲା ନଗଦ ୧୨ ଲକ୍ଷ ଟଙ୍କା । ସକାଳେ ବିରଞ୍ଚିଙ୍କ ଶଳାଙ୍କ ଘରୁ ନଗଦ ୧୩ ଲକ୍ଷ ଟଙ୍କା ମିଳିଥିଲା । ବିରଞ୍ଚଙ୍କ ଘରୁ ନଗଦ ୧୨ ଲକ୍ଷ ଟଙ୍କା ସହ ସୁନା ଗହଣା ମଧ୍ୟ ଜବତ କରିଛି ଭିଜିଲାନ୍ସ । ତେବେ ଏନେଇ ମୁହଁ ଖୋଲିଲେନି ପିଏସ୍ ବିରଞ୍ଚି ନାରାୟଣ ସାହୁ । କହିଲେ ‘ମ୍ୟାଟର ଅଣ୍ଡର ଇନ୍‌କ୍ୱାରୀ, ମୁଁ କିଛି କହିପାରିବିନି’ 

ସୂଚନାଯୋଗ୍ୟ, ଆଜି ଭିଜିଲାନ୍ସ ଜାଲରେ ପଡିଛନ୍ତି ଜଣେ କୁବେର ଅଫିସର । ଷ୍ଟାଫ୍ ସିଲେକ୍ସନ୍ କମିଶନ ସଦସ୍ୟଙ୍କ ପ୍ରାଇଭେଟ୍ ସେକ୍ରେଟାରୀ ବିରଞ୍ଚି ନାରାୟଣ ସାହୁଙ୍କ ଭୁବନେଶ୍ୱରସ୍ଥିତ ଘରେ ହୋଇଛି ରେଡ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ଭୁବନେଶ୍ୱର ଘର ସମେତ ସମ୍ପର୍କୀୟଙ୍କ ଘରେ ବି ରେଡ୍ ଚାଲିଛି । ପ୍ରାୟ ୬ଟି ସ୍ଥାନରେ ଏକକାଳୀନ ଚଢ଼ଉ ଚାଲିଥିବା ଜଣାପଡିଛି ।

ଚଢ଼ଉ ବେଳେ ପୁଳା ପୁଳା ଟଙ୍କା ଜବତ ହୋଇଛି । ଲକ୍ଷ ଲକ୍ଷ ଟଙ୍କା, ସୁନା ଗହଣା, ସ୍ଥାବର ଅସ୍ଥାବର ସମ୍ପତ୍ତି ଏସବୁର ଆକଳନ କରୁଛି ଭିଜିଲାନ୍ସ । ପିଏସ୍ ବିରଞ୍ଚି ସାହୁଙ୍କର ଭୁବନେଶ୍ୱର ସମେତ କଟକରେ ଥିବା ଘର ଓ ସମ୍ପର୍କୀୟଙ୍କ ଘରକୁ ମିଶାଇ ୬ଟି ସ୍ଥାନରେ ରେଡ୍ କରାଯାଇ ଏସବୁ ସମ୍ପତ୍ତି ଜବତ କରାଯାଇଛି।

ଭିଜିଲାନ୍ସ ତରଫରୁ ଏଥିପାଇଁ ୩ଟି ଟିମ୍ ନିୟୋଜିତ ହୋଇଥିଲେ । ଯେଉଁଥିରେ ୪ଜଣ ଡିଏସପିଙ୍କ ସହ ୧୩ଜଣ ଇନ୍ସପେକ୍ଟର ଏବଂ ଅନ୍ୟ ସହଯୋଗୀ କର୍ମଚାରୀ ବି ସାମିଲ ହୋଇଛନ୍ତି । ବିରଞ୍ଚିଙ୍କର ଭୁବନେଶ୍ୱର ଏବଂ କଟକରେ ୨ଟି କୋଠା ସହ ବିଭିନ୍ନ ସ୍ଥାନରେ ୯ଟି ମୂଲ୍ୟବାନ ପ୍ଲଟ୍ ଥିବା ବି ଜଣାପଡିଛି । ଚାକିରି ପାଇଁ ଅର୍ଥ ଆଦାୟ କରି ପିଏସ୍ ମାଲାମାଲ୍ ହୋଇଥିବା ଅନୁମାନ କରାଯାଉଛି ।