Advertisment

ବିଦ୍ୟା-ମମତାଙ୍କ ମଧ୍ୟରେ ରହିଛି ପୁରୁଣା ସମ୍ପର୍କ

ଏସିଏଫ୍ ସୌମ୍ୟରଂଜନ ମୃତ୍ୟୁ ଘଟଣାରେ ପୁଣି ଏକ ନୂଆ ଟ୍ୱିଷ୍ଟ ସାମ୍ନାକୁ ଆସୁଛି। ମମତା-ବିଦ୍ୟାଙ୍କ ମଧ୍ୟରେ ରହିଛି ପୁରୁଣା ସମ୍ପର୍କ। ଏକଥା ନିଜେ କହିଲେ ମମତାଙ୍କ ଶ୍ୱଶୁର। ତେବେ କି ସମ୍ପର୍କ ରହିଛି ଉଭୟଙ୍କ ମଧ୍ୟରେ ?

author-image
Minati Mishra
ବିଦ୍ୟା-ମମତାଙ୍କ ମଧ୍ୟରେ ରହିଛି ପୁରୁଣା ସମ୍ପର୍କ

ACF Soumya Ranjan Death Case

ପାରଳାଖେମୁଣ୍ଡି: ଏସିଏଫ୍ ସୌମ୍ୟରଂଜନ ମୃତ୍ୟୁ ଘଟଣାରେ ଦିନକୁ ଦିନ ନୂଆ ନୂଆ ମୋଡ ସାମ୍ନାକୁ ଆସୁଛି। ଘଟଣା ଦିନ ସୌମ୍ୟକୁ ନେଇ ଆମ୍ବୁଲାନ୍ସ ଡାକ୍ତରଖାନା ଯିବା ସମୟରେ ଗାଡିକୁ ଗୁରାଣ୍ଡି ଥାନା ଓଆଇସି ମମତା ପଣ୍ଡା ଅଟକାଇଥିବା ଅଭିଯୋଗ ହୋଇଥିଲା। ଯାହାକୁ ନେଇ ମମତା ଓ  ବିଦ୍ୟାଭାରତୀଙ୍କ ମଧ୍ୟରେ ଥିବା ସଂପର୍କକୁ ନେଇ ଉଠିଥିଲା ଅନେକ ପ୍ରଶ୍ନ। କ’ଣ ସମ୍ପର୍କ ରହିଛି ବିଦ୍ୟା ଓ ମମତାଙ୍କ ଭିତରେ ? କାହିଁକି ଆମ୍ବୁଲାନ୍ସକୁ ଅଟକାଇଥିଲେ ମମତା ? ଏମିତି  ଅନେକ ପ୍ରଶ୍ନ ଉଠିଛି ସମସ୍ତଙ୍କ ମନରେ।

Advertisment

ମମତା ଓ ବିଦ୍ୟାଙ୍କ ମଧ୍ୟରେ କୌଣସି ସମ୍ପର୍କ ନ ଥିଲା ବୋଲି ପୂର୍ବରୁ ବିଦ୍ୟାଙ୍କ ବାପା କହିଥିଲେ । ହେଲେ ନିଜେ ମମତାଙ୍କ ଶ୍ୱଶୁର ଉଭୟଙ୍କ ସମ୍ପର୍କ ଥିବା କହିଛନ୍ତି। ମମତାଙ୍କ ଶ୍ୱଶୁର ନରେନ୍ଦ୍ର ପାଢୀ କହିଛନ୍ତି, ବିଦ୍ୟାଭାରତୀଙ୍କ ମାମୁଁଘର ଏବଂ ମମତା ପଣ୍ଡାଙ୍କ ଘର ଗୋଟିଏ ଗାଁରେ। ମାମୁଁଘରକୁ ବିଦ୍ୟାଭାରତୀ ଯାଇଥିବାବେଳେ ସେଠାରେ ମମତାଙ୍କ ସହ ଦେଖା ହୋଇ ସଂପର୍କ ବଢିଥିଲା। ଘଟଣାଦିନ ସେଇ ଚିହ୍ନା ସଂପର୍କକୁ ନେଇ ମମତାଙ୍କର ସାହାଯ୍ୟ ବିଦ୍ୟାଭାରତୀ ମାଗିଥିବେ ବୋଲି କହିଛନ୍ତି ମମତାଙ୍କ ଶ୍ୱଶୁର। 

Advertisment

ସୂଚନାଥା ଥାଉ କି, ଏସିଏଫ୍ ସୌମ୍ୟରଂଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାର ଖୋଳତାଡ କରିବା ପାଇୱ କ୍ରାଇମବ୍ରାଞ୍ଚ ତନାଘନା  ଆରମ୍ଭ କରି ଦେଇଛି। କ୍ରାଇମବ୍ରାଞ୍ଚ ଟିମ୍ ସୌମ୍ୟଙ୍କ ଘରେ ପହଞ୍ଚିଥିବା ଜଣାପଡ଼ିଛି । ସେପଟେ ଆଜି ଡିଏଫ୍ଓ ସଂଗ୍ରାମୀ କେଶରୀ ବେହେରା ଓ ଗୁରାଣ୍ଡି ଥାନା ଓଆଇସି ମମତା ପଣ୍ଡାଙ୍କୁ ଜେରା କରିବ । ସୌମ୍ୟରଂଜନଙ୍କ ମୃତ୍ୟୁ ପରଠୁ ସନ୍ଦେହ ଘେରରେ ଅଛନ୍ତି ଡିଏଫ୍ଓ ତାଙ୍କ ଭୂମିକାକୁ ନେଇ ସୌମ୍ୟଙ୍କ ପରିବାର ଲୋକ ବାରମ୍ବାର ପ୍ରଶ୍ନ ଉଠାଇଛନ୍ତି । ସଂକଟାପନ୍ନ ଅବସ୍ଥାରେ ସୌମ୍ୟଙ୍କୁ ମେଡ଼ିକାଲ୍ ନେଉଥିବା ଆମ୍ବୁଲାନ୍ସକୁ ଅଟକାଇବାଠୁ ଆରମ୍ଭ କରି ବିଭିନ୍ନ ସମୟରେ ତଦନ୍ତ ବେଳେ ଅନ୍ୟ ଏକ ଥାନା ଅଂଚଳର ଓଆଇସି କାହିଁକି ଉପସ୍ଥିତ ଥିଲେ ବୋଲି ପ୍ରଶ୍ନ କରିଥିଲେ ସୌମ୍ୟଙ୍କ ବାପା।

ତେବେ ପୋଲିସର ତଦନ୍ତ ଉପରେ ଭରସା ଅଛି ବୋଲି କହିଛନ୍ତି ସୌମ୍ୟଙ୍କ ପରିବାର। ଆଗରୁ ପାରଳାଖେମୁଣ୍ଡି ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ବାଲେଶ୍ୱର ଯାଇ ସୌମ୍ୟଙ୍କ ପରିବାର ଓ ମୟୂରଭଂଜ ଜିଲ୍ଲା କପ୍ତିପଦା ଗୌଡ଼ଗାଁକୁ ଯାଇ ବିଦ୍ୟାଭାରତୀଙ୍କୁ ପଚରା ଉଚରା କରିଥିଲେ।  ଏହା ପରେ ପାରଳାଖେମୁଣ୍ଡି ଥାନାରେ କ୍ରାଇମବ୍ରାଞ୍ଚ ଟିମ୍ ସହ ଆଲୋଚନା କରିଥିଲେ।

Paralakhemundi ACF Death Odisha Latest News
Advertisment
Advertisment