Advertisment

୨ ଯୁବକଙ୍କୁ ନିର୍ମମ ହତ୍ୟା; ବିଚ୍ ରାସ୍ତାରେ ପଡ଼ିଛି ଜଣଙ୍କ ମୃତଦେହ, ହୋଟେଲ୍ କଡ଼ରୁ ମିଳିଲା ଅନ୍ୟ ଜଣଙ୍କ ମୃତଦେହ

ବିଚ୍ ରାସ୍ତାରେ ଜଣେ ଯୁବକଙ୍କୁ ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଥିବା ବେଳେ ହୋଟେଲ କଡରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
ବନ୍ଦ କୋଠରୀରୁ ମିଳିଲା ମା’, ଝିଅଙ୍କ ଶବ, ଜଙ୍ଗଲରୁ ମିଳିଲା ବାପାଙ୍କ ମୃତଦେହ

deadbody

ଝାରସୁଗୁଡ଼ା/କଟକ: ବିଚ୍ ରାସ୍ତାରେ ଜଣେ ଯୁବକଙ୍କୁ ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଥିବା ବେଳେ ହୋଟେଲ କଡରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଝାରସୁଗୁଡ଼ା ଓ କଟକ ଜିଲ୍ଲାରେ ଏହି ହତ୍ୟାକାଣ୍ଡ ଘଟିଛି। ଝାରସୁଗୁଡ଼ା ଜିଲ୍ଲା ବେହେରାମାଲରେ ରାସ୍ତା କଡ଼ରୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଘଟଣାକୁ ନେଇ ସହରରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ମୃତକ ଜଣକ ସ୍ଥାନୀୟ ପୁରୁଣାବସ୍ତି ଅଞ୍ଚଳର ବିପିନ ସାବତ ବୋଲି ଜଣାପଡ଼ିଛି। ତାଙ୍କ ମୁଣ୍ଡ ଓ ବେକରେ ଗଭୀର ଆଘାତ ଲାଗିଛି। ତାଙ୍କୁ ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଥିବା ଜଣାପଡ଼ିଛି। ମୃତଦେହ ନିକଟରୁ ୭୩ ହଜାର ଟଙ୍କା ମିଳିଛି। ଘଟଣାସ୍ଥଳରେ ଝାରସୁଗୁଡ଼ା ଏସ୍‌ପି, ଏସ୍‌ଡିପିଓ ପହଞ୍ଚି ତଦନ୍ତ କରୁଛନ୍ତି।

Advertisment

ଘଟଣାକୁ ଝାରସୁଗୁଡ଼ା ଏସ୍‌ପି କହିଛନ୍ତି, ଯୁବକଙ୍କ ଶରୀରରେ ଅଧିକାଂଶ ସ୍ଥାନରେ ଭାବରେ ଆଘାତ ଲାଗିଛି। ଯଦି କେହି ଲୁଟ୍ ପାଇଁ ତାଙ୍କୁ ହତ୍ୟା କରିଥାନ୍ତେ, ତା’ହେଲେ ତାଙ୍କ ପାଖରେ ଥିବା ଟଙ୍କା ନେଇଥାନ୍ତେ। ହେଲେ ମୃତ ବ୍ୟକ୍ତିଙ୍କ ପାଖରୁ ବହୁତ ଟଙ୍କା ମିଳିଛି। ଏହାସହ ତାଙ୍କର ମୋବାଇଲ୍ ସ୍ୱିଚ୍‌ ଅଫ୍‌ ରହିଛି। 

Advertisment

ଅନ୍ୟପକ୍ଷେ, କଟକ ଜିଲ୍ଲା ର୍ନିଗୁଣ୍ଡି ପୁରୁଣା ଟୋଲ୍ ଗେଟ୍ ନିକଟରେ ଥିବା ଏକ ହୋଟେଲ କଡରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି।ଯୁବକଙ୍କୁ ଗଳାକାଟି ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି। ମୃତକ ହେଲେ ସ୍ଥାନୀୟ ଚୌଦ୍ୱାର ଜେଲ୍ କଲୋନୀର ଅଶୋକ ମହାନ୍ତି । ସେ ନିର୍ଗୁଣ୍ଡି ଠାରେ ଥିବା ଏକ ଟ୍ରାନ୍ସପୋର୍ଟ କମ୍ପାନୀରେ ୨ବର୍ଷ ହେଲା କାମ କରୁଥିଲେ।ଗତକାଲି ରାତିରେ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ତେବେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ। ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରି ଘଟଣା ଘଟଣାର ତଦନ୍ତ କରୁଛି।   

2 Youths Killed
Advertisment
Advertisment