Advertisment

ରାଜଧାନୀରେ ଗୋଡ଼ାଇ ଗୋଡ଼ାଇ ଯୁବକଙ୍କୁ ହାଣିଲେ ଦୁର୍ବୃତ୍ତ

କିଛି ଦିନର ବିରତି ପରେ ରାଜଧାନୀ ଭୁବନେଶ୍ୱରରେ ଅପରାଧର ସୀମା ଟପିଛି। କିଛି ମାସ ତଳେ ବାପୁଜୀ ନଗରରେ ଜଣେ ଯୁବକଙ୍କୁ ହତ୍ୟା କରିଥିଲା ଆଉ ଜଣେ ଯୁବକ।  ସେହିପରି ଗତ ବର୍ଷ ଅକ୍ଟୋବରରେ ଭୁବନେଶ୍ୱର ସାମନ୍ତରାପୁରରେ ହୋଇଥିବା ହତ୍ୟାକାଣ୍ଡ ଚର୍ଚ୍ଚାର ବିଷୟ ହୋଇଥିଲା।

author-image
Chandan Shishu
ଅଦ୍ୟତନ ହୋଇଛି
ରାଜଧାନୀରେ ଗୋଡ଼ାଇ ଗୋଡ଼ାଇ ଯୁବକଙ୍କୁ ହାଣିଲେ ଦୁର୍ବୃତ୍ତ

Two Youths Chased

ରାଜଧାନୀରେ ବିଚ ବଜାରରେ ଆତଙ୍କରାଜ। ଦିନ ଦ୍ୱିପ୍ରହରରେ ୩ ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଲେ ଦୁର୍ବୃତ୍ତ। ମାଷ୍ଟରକ୍ୟାଣ୍ଟିନ୍ ଅଞ୍ଚଳରେ ପ୍ରାୟ ୧୦ରୁ ୧୨ ଜଣ ଯୁବକ ୩ଜଣ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି। ଖଣ୍ଡା, ଲୁହା ରଡ ଓ ଭୁଲାଜି ଧରି ଆକ୍ରମଣ କରିଥିବା ଜଣାପଡିଛି। ଆକ୍ରମଣ କରିଥିବା ସମସ୍ତ ଯୁବକ ଗୋଟିଏ ଗୋଷ୍ଠୀର ହୋଇଥିବା ସୂଚନା ମିଳିଛି। ଆକ୍ରମଣରେ ୩ ଜଣ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଦୁଇ ଗୋଷ୍ଠୀ ମଧ୍ୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ସଂଘର୍ଷ ଘଟିଥିବା ସନ୍ଦେହ କରାଯାଉଛି।

Advertisment

ତେବେ ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଲା- ଜନଗହଳୀପୂର୍ଣ୍ଣ ମାଷ୍ଟରକ୍ୟାଣ୍ଟିନ ଛକ ହଠାତ୍‌ ୧୨ ଜଣ ଯୁବକ ଖଣ୍ଡା ଓ ଲୁହା ରଡ୍‌ ଧରି ଆସିଥିଲେ। ସେମାନେ ୩ ଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ। ଅଧଘଣ୍ଟାଏରୁ ଅଧିକ ସମୟ ଧରି ସେମାନେ ମାଷ୍ଟର କ୍ୟାଣ୍ଟିନ୍‌ ଛକରେ ଆତଙ୍କରାଜ ଚଳାଇଥିଲେ। ଆଉ ତା’ପରେ ସେଠାରୁ ଚମ୍ପଟ ମାରିଲେ। ଖବର ପାଇ କମିଶନରେଟ୍‌ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଆହତ ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କ୍ୟାପିଟାଲ୍‌ ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ସେମାନଙ୍କ ଶରୀରରେ ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ଚିହ୍ନ ସୃଷ୍ଟି ହୋଇଛି। ଆହତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି। ହେଲେ ଆକ୍ରମଣକାରୀଙ୍କୁ ପୁଲିସ ସେମାନଙ୍କୁ ଧରିବାରେ ସଫଳ ହୋଇନାହିଁ।

Also Read

Advertisment

ରାଜଧାନୀ ଭୁବନେଶ୍ୱରରେ ଅପରାଧର ସୀମା ଟପିଛି। କିଛି ମାସ ତଳେ ବାପୁଜୀ ନଗରରେ ଜଣେ ଯୁବକଙ୍କୁ ହତ୍ୟା କରିଥିଲା ଆଉ ଜଣେ ଯୁବକ।  ସେହିପରି ଗତ ବର୍ଷ ଅକ୍ଟୋବରରେ ଭୁବନେଶ୍ୱର ସାମନ୍ତରାପୁରରେ ହୋଇଥିବା ହତ୍ୟାକାଣ୍ଡ ଚର୍ଚ୍ଚାର ବିଷୟ ହୋଇଥିଲା। ଦିନ ଦୁଇ ପ୍ରହରର ରାସ୍ତା ଉପରେ ଜଣେ ମିଠା ଦୋକାନୀକୁ ଗୋଡେଇ ଗୋଡେଇ ହାଣିଥିଲେ। ବ୍ୟବସାୟିକ ଶତ୍ରୁତାକୁ କେନ୍ଦ୍ର କରି ସମ୍ପୃକ୍ତ ମିଠା ଦୋକାନୀଙ୍କୁ ନିର୍ମମ ହତ୍ୟା କରାଯାଇଥିଲା।

Odisha News Odisha Police Bhubaneswar Murder
Advertisment
Advertisment