Advertisment

ବହୁଚର୍ଚ୍ଚିତ ଖ୍ରୀଷ୍ଟ କଲେଜ ଛାତ୍ର ମୃତ୍ୟୁ ମାମଲା: ଗିରଫ ଭୟରେ ଜାମିନ ଆବେଦନ କଲେ ବାନ୍ଧବୀ

ବହୁଚର୍ଚ୍ଚିତ ଖ୍ରୀଷ୍ଟ କଲେଜ ଛାତ୍ର ତୁଷାରକାନ୍ତ ସାହୁ ମୃତ୍ୟୁ ଘଟଣାରେ ୨ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ଜଗତପୁର ଥାନା ପୋଲିସ। ତୁଷାରଙ୍କୁ ଆତ୍ମହତ୍ୟା କରିବାକୁ ପ୍ରବର୍ତ୍ତାଇବାର ପ୍ରମାଣ ମିଳିବା ପରେ ଦିବ୍ୟରଞ୍ଜନ ବେହେରା ଓ କୌଶଲ ପ୍ରଧାନଙ୍କୁ ଗିରଫ କରାଯାଇଥିଲା।

author-image
Chandan Shishu
ଅଦ୍ୟତନ ହୋଇଛି
ଖ୍ରୀଷ୍ଟ କଲେଜ ଛାତ୍ର ତୁଷାରକାନ୍ତ ସାହୁ

ଖ୍ରୀଷ୍ଟ କଲେଜ ଛାତ୍ର ତୁଷାରକାନ୍ତ ସାହୁ

କଟକ: ମୃତ୍ୟୁ ପାଇଁ ପୁଅର ବାନ୍ଧବୀ ଦାୟୀ। ଏକଥା କହିଛନ୍ତି ଖ୍ରୀଷ୍ଟ କଲେଜ ଛାତ୍ର ତୁଷାରକାନ୍ତ ସାହୁଙ୍କ ବାପା। ଗଣମାଧ୍ୟମ ନିକଟରେ ପ୍ରତିକ୍ରିୟା ରଖି ସେ କହିଛନ୍ତି ପୁଅର ବାନ୍ଧବୀ ଓ ତାଙ୍କ ବଡ଼ଭଉଣୀ ଘଟଣାରେ ମୁଖ୍ୟ ଅଭିଯୁକ୍ତ। ପୋଲିସ ସେମାନଙ୍କୁ ଗିରଫ କଲେ ସବୁ ସତ୍ୟ ପଦାକୁ ଆସିବ। ଆମେ କ୍ୟାଣ୍ଟନମେଣ୍ଟ ପୋଲିସ ଉପରୁ ସବୁ ଆଶା ହରାଇ ବସିଥିଲୁ। ନ୍ୟାୟ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛୁ ନ୍ୟାୟ ପାଇବୁ ଆଶା ରଖିଥିଲୁ। ସେପଟେ ତୁଷାରଙ୍କ ବାନ୍ଧବୀ ଓ ତାଙ୍କ ବଡ଼ଭଉଣୀଙ୍କ ଆଗୁଆ ଜାମିନ ଆବେଦନ କରିଛନ୍ତି। ୨ ଭଉଣୀ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି।
ଆଜି ଉଭୟଙ୍କ ମୃତ ତୁଷାରକାନ୍ତଙ୍କ ବାପା ଗିରଫ ଦାବି କରିଥିଲେ।

Advertisment

ବହୁଚର୍ଚ୍ଚିତ ଖ୍ରୀଷ୍ଟ କଲେଜ ଛାତ୍ର ତୁଷାରକାନ୍ତ ସାହୁ ମୃତ୍ୟୁ ଘଟଣାରେ ୨ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ଜଗତପୁର ଥାନା ପୋଲିସ। ତୁଷାରଙ୍କୁ ଆତ୍ମହତ୍ୟା କରିବାକୁ ପ୍ରବର୍ତ୍ତାଇବାର ପ୍ରମାଣ ମିଳିବା ପରେ ଦିବ୍ୟରଞ୍ଜନ ବେହେରା ଓ କୌଶଲ ପ୍ରଧାନଙ୍କୁ ଗିରଫ କରାଯାଇଥିଲା। ଏସିପି ଅମରେନ୍ଦ୍ର ପଣ୍ଡାଙ୍କ କହିବାନୁସାରେ- ଅଭିଯୁକ୍ତମାନେ ତୁଷାରକାନ୍ତଙ୍କୁ ମାନସିକ, ଶାରିରୀକ ନିର୍ଯାତନା ଦେଉଥିଲେ। ଥାନାରେ ମାମଲା କରିବାକୁ ତୁଷାରକାନ୍ତଙ୍କୁ ଧମକ ଦେଉଥିଲେ। ତୁଷାରଙ୍କୁ ଆତ୍ମହତ୍ୟା କରିବାକୁ ପ୍ରବର୍ତ୍ତାଇବାର ପ୍ରମାଣ ମିଳିଛି। ତୁଷାରଙ୍କ ବାନ୍ଧବୀ, ବାନ୍ଧବୀଙ୍କ ବଡ଼ ଭଉଣୀ ଓ ତାଙ୍କ ବୟଫ୍ରେଣ୍ଡ ତଦନ୍ତ ପରିସରଭୁକ୍ତ। ଯେଉଁମାନଙ୍କ ବିରୋଧରେ ପ୍ରମାଣ ମିଳିବ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।

କଟକ ଖ୍ରୀଷ୍ଟ କଲେଜରେ ଯୁକ୍ତ ଦୁଇ ବାଣିଜ୍ୟର ଛାତ୍ର ଥିଲେ ତୁଷାର । ଅଗଷ୍ଟ ୩ରେ କଟକ ମହାନଦୀ ସେତୁରୁ ନିଖୋଜ ଛାତ୍ର ତୁଷାରକାନ୍ତ ସାହୁଙ୍କ ଗାଡ଼ି ମିଳିଥିଲା। ଏହାର ୨ ଦିନ ପରେ ଅର୍ଥାତ ଅଗଷ୍ଟ ୫ରେ ଯୋବ୍ରା ଆନିକଟରୁ ଯୁକ୍ତ ଦୁଇ ଛାତ୍ର ତୁଷାରକାନ୍ତ ସାହୁଙ୍କ ମୃତଦେହ ମିଳିଥିଲ। ପରିବାର ଲୋକେ ତୁଷାରକାନ୍ତଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ। ଏପରିକି ତୁଷାରଙ୍କ ଜୀବନକୁ ବିପଦ ଥିଲା। ତୁଷାରଙ୍କ ଜଣେ ବାନ୍ଧବୀଙ୍କ ହାତ ରହିଥିବା ଉଭଣୀ ପୁନମ ସନ୍ଦେହ କରିଥିଲେ। ଯୋଜନାବଦ୍ଧ ଭାବେ ଭାଇକୁ ହତ୍ୟା କରାଯାଇଥିବା ପୁନମ୍ ଅଭିଯୋଗ କରିଥିଲେ।

Advertisment
Christ College Odisha Police Highcourt
Advertisment
Advertisment