Three Arrested In Photographer’s Death Case
ରାୟଗଡ଼ା: ରାୟଗଡ଼ା କପିଳାସ ରୋଡ ବାସିନ୍ଦା ଫଟୋଗ୍ରାଫର ବି.ରାଜକୁମାରଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାସ ହୋଇଛି। ପରକୀୟା ପ୍ରୀତିକୁ ନେଇ ରାଜକୁମାରଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି। ଏହି ଘଟଣାରେ ପୋଲିସ୍ ୩ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଲିଙ୍ଗାଲୁ ସୀମାଞ୍ଚଳମ ଏବଂ ତାଙ୍କର୨ ସହଯୋଗୀ ବଳରାମ ପାଢୀ ଓ ସର୍ବେରିଶ କୁମାର।
ସୂଚନା ଅନୁସାରେ, ଗତ ୩୧ ତାରିଖରେ ସୀମାଞ୍ଚଳମ ସ୍ତ୍ରୀକୁ ବାହାରକୁ ଯାଉଛି କହି ଚାଲି ଯାଇଥିଲେ। ଏହାର ସୁଯୋଗ ନେଇ ସୀମାଞ୍ଚଳଙ୍କ ପତ୍ନୀ ରାଜକୁମାରଙ୍କୁ ଘରକୁ ଡାକିଥିଲେ। ରାତି ୧୦ଟାରେ ସୀମାଞ୍ଚଳ ଓ ତାଙ୍କର ୨ ସହଯୋଗୀ ବଳରାମ ଏବଂ ସର୍ବେରିଶ ଘରେ ପହଞ୍ଚିବା ପରେ ରାଜକୁମାର ଘରେ ଥିବା ଦେଖିବାକୁ ପାଇଥିଲେ। ଏହାପରେ ୩ ଜଣ ମିଶି ରାଜକୁମାରଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଶେଷରେ ରାଜକୁମାର ବେହୋସ ହୋଇପଡ଼ିଥିଲେ। ହୁଏତ ସେ ବଞ୍ଚି ଯିବା ଭୟରେ ୩ ଜଣ ମିଶି ରାଜକୁମାରଙ୍କୁ ଫ୍ୟାନ୍ରେ ଏକ କମ୍ବଳରେ ଝୁଲାଇ ଦେଇଥିଲେ।
Also Read
ଏହା ପରଦିନ ସକାଳୁ ରାଜକୁମାରଙ୍କ ପରିବାର ଲୋକ ଖୋଜାଖୋଜି ପରେ ସୀମାଞ୍ଚଳମ ମୃତଦେହ ମିଳିଥିଲା। ଏହାପରେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାର ତଦନ୍ତ କରି ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)