Advertisment

ଅଫିସରଙ୍କ ଘରୁ ମିଳିଲା ପୁଳାପୁଳା ଟଙ୍କା, ସୁନାଗହଣା

ଭିଜିଲାନ୍ସ ଜାଲରେ ପଡିଛନ୍ତି ଜଣେ କୁବେର ଅଫିସର। ଷ୍ଟାଫ୍ ସିଲେକ୍ସନ୍ କମିଶନ ସଦସ୍ୟଙ୍କ ପ୍ରାଇଭେଟ୍ ସେକ୍ରେଟାରୀ ବିରଞ୍ଚି ନାରାୟଣ ସାହୁଙ୍କ ଭୁବନେଶ୍ୱରସ୍ଥିତ ଘରେ ହୋଇଛି ରେଡ୍।

author-image
Minati Mishra
ଅଫିସରଙ୍କ ଘରୁ ମିଳିଲା ପୁଳାପୁଳା ଟଙ୍କା, ସୁନାଗହଣା

vigilance raid at ps

ଭୁବନେଶ୍ୱର: କଥାରେ ଅଛି ଚୋର ଘର ସବୁବେଳେ ଅନ୍ଧାର ନଥାଏ। ଆଜି ଭିଜିଲାନ୍ସ ଜାଲରେ ପଡିଛନ୍ତି ଜଣେ କୁବେର ଅଫିସର। ଷ୍ଟାଫ୍ ସିଲେକ୍ସନ୍ କମିଶନ ସଦସ୍ୟଙ୍କ ପ୍ରାଇଭେଟ୍ ସେକ୍ରେଟାରୀ ବିରଞ୍ଚି ନାରାୟଣ ସାହୁଙ୍କ ଭୁବନେଶ୍ୱରସ୍ଥିତ ଘରେ ହୋଇଛି ରେଡ୍। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ଭୁବନେଶ୍ୱର ଘର ସମେତ ସମ୍ପର୍କୀୟଙ୍କ ଘରେ ବି ରେଡ୍ ଚାଲିଛି । ପ୍ରାୟ ୬ଟି ସ୍ଥାନରେ ଏକକାଳୀନ ଚଢ଼ଉ ଚାଲିଥିବା ଜଣାପଡିଛି।

Advertisment

ଚଢ଼ଉ ବେଳେ ପୁଳା ପୁଳା ଟଙ୍କା ଜବତ ହୋଇଛି । ଲକ୍ଷ ଲକ୍ଷ ଟଙ୍କା, ସୁନା ଗହଣା, ସ୍ଥାବର ଅସ୍ଥାବର ସମ୍ପତ୍ତି ଏସବୁର ଆକଳନ କରୁଛି ଭିଜିଲାନ୍ସ। ପିଏସ୍ ବିରଞ୍ଚି ସାହୁଙ୍କର ଭୁବନେଶ୍ୱର ସମେତ କଟକରେ ଥିବା ଘର ଓ ସମ୍ପର୍କୀୟଙ୍କ ଘରକୁ ମିଶାଇ ୬ଟି ସ୍ଥାନରେ ରେଡ୍ କରାଯାଇ ଏସବୁ ସମ୍ପତ୍ତି ଜବତ କରାଯାଇଛି।

 ଭିଜିଲାନ୍ସ ତରଫରୁ ଏଥିପାଇଁ ୩ଟି ଟିମ୍ ନିୟୋଜିତ ହୋଇଥିଲେ । ଯେଉଁଥିରେ ୪ଜଣ ଡିଏସପିଙ୍କ ସହ ୧୩ଜଣ ଇନ୍ସପେକ୍ଟର ଏବଂ ଅନ୍ୟ ସହଯୋଗୀ କର୍ମଚାରୀ ବି ସାମିଲ ହୋଇଛନ୍ତି । ବିରଞ୍ଚିଙ୍କର ଭୁବନେଶ୍ୱର ଏବଂ କଟକରେ ୨ଟି କୋଠା ସହ ବିଭିନ୍ନ ସ୍ଥାନରେ ୯ଟି ମୂଲ୍ୟବାନ ପ୍ଲଟ୍ ଥିବା ବି ଜଣାପଡିଛି। ଚାକିରି ପାଇଁ ଅର୍ଥ ଆଦାୟ କରି ପିଏସ୍ ମାଲାମାଲ୍ ହୋଇଥିବା ଅନୁମାନ କରାଯାଉଛି ।

Advertisment

ଭିଜିଲାନ୍ସ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ, ଭୁବନେଶ୍ୱର ଚନ୍ଦ୍ରଶେଖରପୁର ସ୍ଥିତ ତାଙ୍କ ନିଜର ଘର ସମେତ ୬ଟି ସ୍ଥାନରେ ଚଢଉ ଚାଲିଛି। ସେଠାରୁ ଗୁରୁତ୍ୱୂପର୍ଣ୍ଣ ଡକ୍ୟୁମେଣ୍ଟ, ସୁନାଗହଣ, ଇନ୍ସ୍ୟୁରାନ୍ସ ପଲିସି, କ୍ୟାସ ଜବତ କରିଛି ଭିଜିଲାନ୍ସ। ଚଢଉରୁ ଜଣାପଡ଼ିଛି, ତାଙ୍କର ୯ଟି ସ୍ଥାନରେ ଜମି ରହିଛି। ୨ଟି ଦୁଇ ମହଲା କୋଠା ବି ରହିଛି।

ସେ ୨ ଥର ବିଦେଶ ଗସ୍ତ କରିଥିବାର ଡକ୍ୟୁମେଣ୍ଟ ସହିତ ଘରୁ ବିଦେଶୀ ନୋଟ୍ ବିଡ଼ା ମଧ୍ୟ ଠାବ କରାଯାଇଛି। ସେହିପରି ତାଙ୍କ ଶାଳକଙ୍କ ଘରୁ ନଗଦ ୧୩ ଲକ୍ଷ ଟଙ୍କା ମିଳିଛି।

ଏସବୁ ଆୟ ବହିର୍ଭୂତ ସମ୍ପତ୍ତି। ତାଙ୍କର ରୋଜଗାର  ବହୁତ କମ ରହିଛି। ଏତିକି ଆୟ ଭିତରେ ଜଣେ ଏତେ ସମ୍ପତ୍ତି ଅର୍ଜନ କରିପାରିବ ନାହିଁ। ସେ ନିଯୁକ୍ତି ନାଁରେ ଟଙ୍କା ନେଇଛନ୍ତି କି ନାହିଁ ତାହାର ଗବେଷଣା କରାଯିବ ବୋଲି ଭିଜିଲାନ୍ସ ଅଧିକାରୀ ଜଣକ କହିଛନ୍ତି। 

Latest Odisha News Vigilance Raid
Advertisment
Advertisment