Advertisment

ସରକାରୀ ଯୋଜନା ନାଁରେ ମେସେଜ ଆସୁଥିଲେ ହୋଇଯାଆନ୍ତୁ ସତର୍କ

ସାବଧାନ। ସରକାରୀ ଯୋଜନା ନାଁରେ ଆପଣଙ୍କ ପାଖକୁ କୌଣସି ମେସେଜ ଆସୁଛି କି। ଯଦି ହଁ, ତାହେଲେ ବିଳମ୍ୱ ନ ହୋଇଯାଆନ୍ତୁ ସତର୍କ। ଦେଶରେ ଏମିତି ମାମଲା ବଢିବା ପରେ ଲୋକଙ୍କୁ ସଚେତନ କରିବାକୁ ଆଗେଇ ଆସିଛି ସରକାରୀ ଫ୍ୟାକ୍ଟ ଚେକ ଏଜେନ୍ସି

author-image
Sarbeswar
Fake

Fake

ନୂଆଦିଲ୍ଲୀ: ସାବଧାନ। ସରକାରୀ ଯୋଜନା ନାଁରେ ଆପଣଙ୍କ ପାଖକୁ କୌଣସି ମେସେଜ ଆସୁଛି କି। ଯଦି ହଁ, ତାହେଲେ ବିଳମ୍ୱ ନ ହୋଇଯାଆନ୍ତୁ ସତର୍କ। ଦେଶରେ ଏମିତି ମାମଲା ବଢିବା ପରେ ଲୋକଙ୍କୁ ସଚେତନ କରିବାକୁ ଆଗେଇ ଆସିଛି ସରକାରୀ ଫ୍ୟାକ୍ଟ ଚେକ ଏଜେନ୍ସି। ଦେଶରେ ବଢିବାରେ ଲାଗିଛି ସାଇବର ଠକେଇ। ଧୀରେ ଧୀରେ ବୃଦ୍ଧି ପାଉଛି ସାଇବର ମାମଲା। ସାଧାରଣ ଲୋକଙ୍କୁ ଠକିବା ପାଇଁ ସାଇବର ଠକ ପ୍ରତିଦିନ ନୂଆ ନୂଆ ବାଟ ଆପଣାଉଛନ୍ତି। ଯାହାର ଶିକାର ହୋଇ ସର୍ବସ୍ୱାନ୍ତ ହେଉଛନ୍ତି ନୀରିହ ଲୋକ। ସତର୍କ ଓ ସଚେତନ ହେବା ପରେ ବି ଅନେକ ଲୋକ ଠକେଇର ଶିକାର ହେଉଥିବା ଦେଖାଯାଉଛି। ଅସାଧାନତା କାରଣରୁ ମାତ୍ର କେଇ ସେକେଣ୍ଡରେ କଷ୍ଟ ଉପାର୍ଜିତ ଟଙ୍କା ହରାଇବାକୁ ପଡୁଛି।

Advertisment

ଏବେ ସାଇବର ଠକମାନେ ଲୋକଙ୍କ ବିଶ୍ୱାସ ଜିତିବା ପାଇଁ ସରକାରୀ ଯୋଜନାର ସାହାରା ନେଉଛନ୍ତି। ସରକାରୀ ଯୋଜନାର ଲାଭ ପାଇବାର ଲୋଭ ଦେଖାଇ ଟଙ୍କା ଲୁଟି ଚାଲିଛନ୍ତି ସାଇବର ଠକ। ଦିନକୁ ଦିନ ଏପରି ଅଭିଯୋଗର ଲମ୍ୱା ଲିଷ୍ଟ ବଢି ଚାଲିଛି। ଗାଁ ଗହଳିର ନୀରିହ ଲୋକମାନଙ୍କ ପାଖକୁ ସରକାରୀ ଯୋଜନା ଅଧିନରେ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଆସିଥିବା ନେଇ ମେସେଜ ଆସୁଛି। ଏଭଳି ଲୋଭନୀୟ ମେସେଜ ସହିତ ଏକ ଲିଙ୍କ ମଧ୍ୟ ଆସୁଛି। ଯାହା ଉପରେ କ୍ଲିକ କରିବା ପାଇଁ କୁହାଯାଉଛି। ଆଉ ଲିଙ୍କ ଉପରେ କ୍ଲିକ କରିବା ମାତ୍ରେ ଆକାଉଣ୍ଟରୁ ଟଙ୍କା କଟୁଥବା ଅଭିଯୋଗ ହେଉଛି।

Advertisment

ଦେଶରୁ ଏଭଳି ଅନେକ ଅଭିଯୋଗ ଆସିବା ପରେ ସରକାରୀ ଫ୍ୟାକ୍ଟ ଚେକ ଏଜେନ୍ସି ପିଆଇବି ଫ୍ୟାକ୍ଟ ଚେକ୍‌ ଲୋକଙ୍କୁ ସତର୍କ କରାଇବାକୁ ଆଗେଇ ଆସିଛି। ସରକାରୀ ଯୋଜନା ନାଁରେ ମୋବାଇଲକୁ ଆସୁଥିବା ମେସେଜ ଓ ଲିଙ୍କ ସଂପୂର୍ଣ୍ଣ ନକଲି। କେବେ ହେଲେ ଏହି ବାର୍ତ୍ତା ଉପରେ ବିଶ୍ୱାସ କରନ୍ତୁ ନାହିଁ। ଏହାର ଶିକାର ହେବା ଆଗରୁ ନିଜେ ସତର୍କ ରହିବାକୁ କୁହାଯାଇଛି। ସାଧାରଣ ଲୋକଙ୍କୁ ଠକିବା ପାଇଁ ସାଇବର ଠକଙ୍କର ଏହା ଏକ ନୂଆ ଚାଲ୍ ବୋଲି ପିଆଇବି ଫ୍ୟାକ୍ଟଚେକ ସ୍ପଷ୍ଟ କରିଛି।

ଯୋଜନା ନାଁରେ ସରକାର କେବେ ହେଲେ କୌଣସି ଲୋକଙ୍କ ପାଖକୁ ବାର୍ତ୍ତା ପଠାନ୍ତି ନାହିଁ। ମୋବାଇଲକୁ ଆସୁଥିବା ବାର୍ତ୍ତାକୁ ବିଶ୍ୱାସ ନ କରି ଠକାମୀରୁ ଦୂରେଇ ରୁହନ୍ତୁ।

Fake Cyber Frauds India
Advertisment
Advertisment