• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ସୌମ୍ୟଙ୍କ କ୍ୱାର୍ଟର୍ସ ହିଁ କ୍ରାଇମସ୍ପଟ ବୋଲି କହିଲେ ଡିଆଇଜି ।

  • ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି ଡିଆଇଜି ।

  • କ୍ୱାର୍ଟର୍ସରେ ରହିଛି ଜଳିବାର ଚିହ୍ନ ରହିଛି ।

ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା । ସୌମ୍ୟଙ୍କ କ୍ୱାର୍ଟର୍ସ ହିଁ କ୍ରାଇମସ୍ପଟ ବୋଲି କହିଲେ ଡିଆଇଜି । ସେ ଆହୁରି କହିଛନ୍ତି ଘଟଣା ସ୍ଥଳ ପରିଦର୍ଶନ କଲି, ଏଠାରେ ଜଳିବାର ଚିହ୍ନ ରହିଛି । ଯେତିକି ତଦନ୍ତ ହୋଇଛି, ସେଥିରୁ ଜଣାପଡୁଛି ଏହି ସ୍ଥାନ ହିଁ କ୍ରାଇମସ୍ପଟ । ତଦନ୍ତ ଆଗକୁ ଯାଉଛି, ଅନେକ ଦିଗରୁ ତଦନ୍ତ ହେବାର ଅଛି । ସବୁକିଛି ତଦନ୍ତ ସରିଲା ପରେ ସଠିକ ଭାବେ କିଛି କୁହାଯାଇପାରିବ । ଯିଏବି ସଂପୃକ୍ତ ସମସ୍ତେ ତଦନ୍ତ ପରିସରଭୁକ୍ତ, ସମସ୍ତଙ୍କୁ ଜେରା ହେବ ବୋଲି କହିଛନ୍ତି ଡିଆଇଜି ।

ସୂଚନାଯୋଗ୍ୟ, ଆଜି ଏସିଏଫ୍ ସୌମ୍ୟରଂଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ତନାଘନା କରୁଛି । କ୍ରାଇମବ୍ରାଞ୍ଚ ଟିମ୍ ସୌମ୍ୟଙ୍କ ଘରେ ପହଞ୍ଚି ଯାଞ୍ଚ କରୁଛି । ପ୍ରକୃତରେ ସୌମ୍ୟଙ୍କ ଦେହରେ କିପରି ନିଆଁ ଲାଗିଲା । ଘରେ ଏହି ଘଟଣା ହୋଇଥିଲା, ନା ବାହାରେ ହୋଇଥିଲା ? ସେନେଇ ତଦନ୍ତ ଆରମ୍ଭ କରିଥିଲା । ତେବେ ଘରେ ନିଆଁ ଲାଗିଥିଲେ କେହି କେମିତି ଜାଣିପାରିଲେ ନାହିଁ ? ସେହି ସମୟରେ ବିଦ୍ୟାଭାରତୀ କଣ କରୁଥିଲେ ? ଘରର ସ୍ଥିତି କେମିତି ଥିଲା ? ପାରିପାର୍ଶ୍ୱିକ ସ୍ଥିତି ଦେଖି ଏ ସବୁ ପ୍ରଶ୍ନର ଉତ୍ତର ଖୋଜୁଛି ତଦନ୍ତକାରୀ ଟିମ୍ । ସେପଟେ ଘର ଭିତର ଯାଞ୍ଚ କରିବା ପରେ ପୋଡ଼ା ଦାଗ ଥିବା କହିଲେ କ୍ରାଇମବ୍ରାଞ୍ଚ ଡିଏସ୍‌ପି ।

ଅନ୍ୟପଟେ ପୋଲିସର ତଦନ୍ତ ଉପରେ ଭରସା ଅଛି ବୋଲି କହିଛନ୍ତି ସୌମ୍ୟଙ୍କ ପରିବାର । ଆଗରୁ ପାରଳାଖେମୁଣ୍ଡି ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ବାଲେଶ୍ୱର ଯାଇ ସୌମ୍ୟଙ୍କ ପରିବାର ଓ ମୟୂରଭଂଜ ଜିଲ୍ଲା କପ୍ତିପଦା ଗୌଡ଼ଗାଁକୁ ଯାଇ ବିଦ୍ୟାଭାରତୀଙ୍କୁ ପଚରା ଉଚରା କରିଥିଲେ । 

ତେବେ ସୌମ୍ୟଙ୍କୁ ଘୃଣା କରୁଥିଲେ ବିଦ୍ୟାଭାରତୀ ? ସେ ଲେଖିଥିବା ଚିଠିରେ ସ୍ପଷ୍ଟ ହେଉଛି ସୌମ୍ୟ ଓ ବିଦ୍ୟାଭାରତୀଙ୍କ ମଧ୍ୟରେ ସମ୍ପର୍କ ଭଲ ନଥିଲା । ଘଟଣାଦିନ ଖାନତଲାସି ବେଳେ ପୋଲିସ ଏକ ପାଉଁଜି ପାଇଥିଲା, ଯାହା ତନିସ୍କରୁ ୯ ତାରିଖରେ କିଣାଯାଇଥିଲା । ଆଉ ଏଥିରୁ ସ୍ପଷ୍ଟ ହେଉଛି ଉଭୟଙ୍କ ମଧ୍ୟରେ କିଛି ବିବାଦ ସୃଷ୍ଟି ହୋଇଥିଲା । ଆଉ ଯାହାକୁ ସମାଧାନ କରିବାକୁ ସୌମ୍ୟ ନିଜ ପକ୍ଷରୁ ପାରୁପର୍ଯ୍ୟନ୍ତ ଚେଷ୍ଟା ମଧ୍ୟ କରିଛନ୍ତି ବୋଲି କହିଛନ୍ତି ସୌମ୍ୟଙ୍କ ପରିବାର ପକ୍ଷରୁ ନିୟୋଜିତ ହୋଇଥିବା ଓକିଲ ।

ଅନ୍ୟପଟେ ଯେଉଁ ଏଗ୍ରିମେଣ୍ଟ୍ ପେପର ସିଜ ହୋଇଛି, ତାହା ବି ନୂଆ ଖିଅ ସାମ୍ନାକୁ ଆଣୁଛି । ସୌମ୍ୟ ରଞ୍ଜନ ନିଜର ସମସ୍ତ ସମ୍ପତି ବିଦ୍ୟାଙ୍କୁ ଦେଇଦେବାକୁ ଚାହୁଁଛନ୍ତି । ଏଥିରେ ମଧ୍ୟ ସୌମ୍ୟ ଝଗଡ଼ା ସମାଧାନ କରିବାକୁ ଚେଷ୍ଟା କରୁଥିବା ଜଣାପଡ଼ୁଛି । କୌଣସି ପ୍ରକାରେ ମଧ୍ୟ ସେ ସମସ୍ୟାର ସମାଧାନ କରିବାକୁ ଚାହୁଁଥିଲେ । ବିଦ୍ୟାଭାରତୀଙ୍କ ବୟାନରେ ତାଳମେଳ ରହୁନି । ଯାହାକୁ ନେଇ ସନ୍ଦେହ ଘନିଭୂତ ହେଉଛି ।