Advertisment

ଘର ଭିତରୁ ମିଳିଲା ୫୫ ଲକ୍ଷ ଟଙ୍କାର ବ୍ରାଉନସୁଗର ଓ ୩୪ ଲକ୍ଷରୁ ଅଧିକ ଟଙ୍କା

ରାଜଧାନୀ ଭୁବନେଶ୍ୱରରେ ଜଣେ ମହିଳାଙ୍କ ଘରୁ ୫୫୦ ଗ୍ରାମ ବ୍ରାଉନସୁଗର ଜତବ ହୋଇଛି। ଏହାସହ ୩୪ ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଛି। ଜବତ ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ପ୍ରାୟ ୫୫ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି।

author-image
Rajalaxmi Sahoo
ଘର ଭିତରୁ ମିଳିଲା ୫୫ ଲକ୍ଷ ଟଙ୍କାର ବ୍ରାଉନସୁଗର ଓ ୩୪ ଲକ୍ଷରୁ ଅଧିକ ଟଙ୍କା

Brown Sugar and Money Seized

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଜଣେ ମହିଳାଙ୍କ ଘରୁ ୫୫୦ ଗ୍ରାମ ବ୍ରାଉନସୁଗର ଜତବ ହୋଇଛି। ଏହାସହ ୩୪ ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଛି। ଜବତ ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ପ୍ରାୟ ୫୫ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ସହିଦନଗର ଥାନା ଅନ୍ତର୍ଗତ କେଶୁରା ଅଞ୍ଚଳରେ କ୍ୱିକ୍‌ ଆକ୍ସନ ଟିମ୍‌ ଓ ସହିଦ ନଗର ପୋଲିସ୍‌ ଚଢ଼ଉ କରି ସମ୍ପୃକ୍ତ ମହିଳା ରହୁବା ଘର ଭିତରୁ ଏତେ ପରିମାଣର ବ୍ରାଉନସୁଗର ଜବତ କରିଛନ୍ତି। ଏହି ଘଟଣାରେ ଉକ୍ତ ମହିଳା ଓ ଜଣେ ଯୁବକଙ୍କୁ ପୋଲିସ୍ ଗିରଫ କରିଛି। ଏହାସହ ବ୍ରାଉନସୁଗର, ଟଙ୍କା ଗୋଟିଏ କାର୍‌ ଓ ୨ଟି ବାଇକ୍‌ ମଧ୍ୟ ଜବତ ହୋଇଛି। 

Advertisment

ବ୍ରାଉନସୁଗର ସହ ଏତେ ପରିମାଣର ଟଙ୍କା ମିଳିବା ଅଭୂତପୂର୍ବ ବୋଲି ଟ୍ୱିନ୍‌ ସିଟି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି, ସମ୍ପୃକ୍ତ ମହିଳାଙ୍କ ଘରୁ ୫୫୦ ଗ୍ରାମ ବ୍ରାଉନସୁଗର ଜବତ ହୋଇ ନାହିଁ ବରଂ ଏହାସହ ୩୪ ଲକ୍ଷ ୮୦ ହଜାର ଟଙ୍କା ମଧ୍ୟ ଜବତ ହୋଇଛି। ଏହାସହ ଗୋଟିଏ ଅଲ୍‌ଟୋ କାର୍‌ ଓ ୨ଟି ମୋଟର ସାଇକେଲ ମଧ୍ୟ ଜବତ ହୋଇଛି। ଉକ୍ତ ମହିଳାଙ୍କ ସ୍ୱାମୀଙ୍କୁ ଧରିବା ଲାଗି ପୋଲିସ୍‌ ଛାନ୍‌ଭିନ୍‌ ଆରମ୍ଭ କରିଛି।ଏହା ପଛରେ କିଛି ଅପରାଧିକ ଷଡ଼ଯନ୍ତ୍ର ଥିବା ସନ୍ଦେହ କରାଯାଉଛି। ଏତେ ପରିମାଣର ଟଙ୍କା ଜବତ ହୋଇଥିବାରୁ ଏହାକୁ ଗୁରୁତ୍ୱର ସହ ନିଆଯାଇ ଏହାର ତଦନ୍ତ କରାଯିବ। ଗିରଫ ହୋଇଥିବା ଯୁବକଙ୍କ ଜଳେଶ୍ୱର ଲିଙ୍କ୍‌ ରହିଛି। ପୂର୍ବରୁ ଯେତେ ବ୍ରାଉନସୁଗର ଜବତ ହୋଇଛି, ପ୍ରାୟତଃ ବ୍ରାଉନସୁଗର ପଶ୍ଚିମବଙ୍ଗ ପଟୁ ଜଳେଶ୍ୱର ଦେଇ ଆସିଥାଏ। ଗତ ୪ ମାସ ମଧ୍ୟରେ ୫ କିଲୋରୁ ଅଧିକ କଟକ ଓ ଭୁବନେଶ୍ୱରରୁ ଜବତ ହୋଇଛି।

Advertisment

ପୋଲିସ କମିଶନର ଆହୁରି କହିଛନ୍ତି, ଗତକାଲି ଭୁବନେଶ୍ୱରର ସ୍ପେଶାଲ ସ୍କ୍ୱାଡ୍‌ ଓ ପୋଲିସ୍‌ ମିଶି ଗୋଟିଏ ଗାଡ଼ିରେ ଗଞ୍ଜେଇ ଚାଲାଣ ବେଳେ ଏହାକୁ ଧରି ଥିଲେ। ମୋଟ୍‌ ୯୦ କିଲୋ ଗଞ୍ଜେଇ ଗାଡିରୁ ଜବତ ହୋଇଥିଲା। 

Brown Sugar Seized Brown Sugar Brown Sugar Odisha
Advertisment
Advertisment