Advertisment

ସେବେ ପ୍ରଶଂସାରେ ପୋତି ପକାଇଥିଲେ, ଆଜି ମୁହଁ ବୁଲାଇ ଦେଲେ ମନ୍ତ୍ରୀ

ଦିନେ ଗୋବିନ୍ଦ ସାହୁଙ୍କୁ ପ୍ରଶଂସାରେ ପୋତିଥିଲେ, ଏବେ ପ୍ରଶ୍ନ କରିବାରୁ ଆଡ଼େଇ ଚାଲିଗଲେ। ଗୋବିନ୍ଦ ସାହୁଙ୍କୁ ପ୍ରଶଂସାରେ ପୋତିଥିବା ମନ୍ତ୍ରୀ ଆଡ଼େଇ ଚାଲିଗଲେ ଯାହାକୁ ନେଇ ଏବେ ଚର୍ଚ୍ଚା ଚାଲିଛି

author-image
Sarbeswar
ଅଦ୍ୟତନ ହୋଇଛି
ପଞ୍ଚାୟତ ନିର୍ବାଚନ ନେଇ ସଜବାଜ, ହେଲେ ପୌର ନିର୍ବାଚନର ନାଁ ଧରୁନାହାନ୍ତି

pratap jena

ଭୁବନେଶ୍ୱର: ଦିନେ ଗୋବିନ୍ଦ ସାହୁଙ୍କୁ ପ୍ରଶଂସାରେ ପୋତିଥିଲେ, ଏବେ ପ୍ରଶ୍ନ କରିବାରୁ ଆଡ଼େଇ ଚାଲିଗଲେ। ଗୋବିନ୍ଦ ସାହୁଙ୍କୁ ପ୍ରଶଂସାରେ ପୋତିଥିବା ମନ୍ତ୍ରୀ ଆଡ଼େଇ ଚାଲିଗଲେ ଯାହାକୁ ନେଇ ଏବେ ଚର୍ଚ୍ଚା ଚାଲିଛି। ସାମ୍ବାଦିକ ମାନେ ଯେଉଁ ପ୍ରଶ୍ନ ପଚାରିଥିଲେ ତାହାର କୌଣସି ଉତ୍ତର ନଦେଇ ଆଡ଼େଇ ଚାଲିଗଲେ ଆଇନ ମନ୍ତ୍ରୀ। କୌଣସି ଉତ୍ତର ନଦେଇ ଆଇନମନ୍ତ୍ରୀ ପ୍ରତାପ ଜେନା ପଳାଇଥିବା ନେଇ ସୂଚନା ମିଳିଛି। ଗୋବିନ୍ଦଙ୍କୁ ବିନ୍ଧାଣୀ କହୁଥିଲେ, ଆଜି କଣ କହିବେ ପ୍ରଶ୍ନରେ ଚୁପ୍ ରହିଲେ ପ୍ରତାପ। ମହାଲିଙ୍ଗ କଲେଜ ଉତ୍ସବକୁ ଯାଇ ଗୋବିନ୍ଦଙ୍କୁ ପ୍ରଶଂସା କରିଥିଲେ ପ୍ରତାପ ଜେନା। ଏପରିକି ମହାଲିଙ୍ଗ କଲେଜକୁ ରେଭେନ୍ସା ସହ ତୁଳନା କରିବାକୁ ପଛାଇ ନଥିଲେ ମନ୍ତ୍ରୀ। କହିଥିଲେ, ଗୋବିନ୍ଦ ବାବୁ ଏ କଲେଜର ବିନ୍ଧାଣୀ। କିନ୍ତୁ ଆଜି ପ୍ରଶ୍ନର କୌଣସି ଉତ୍ତର ଦେଇନାହାନ୍ତି, ତେଣୁ ତାହାକୁ ନେଇ ରାଜନୀତି ମଧ୍ୟ ଉଷ୍ମ ହେବାରେ ଲାଗିଛି।

Advertisment

ସେପଟେ, ମହାଲିଙ୍ଗ ମିଷ୍ଟ୍ରି ଘଟଣାରେ ରାଜ୍ୟପାଳଙ୍କୁ ଭେଟିଲା ରାଜ୍ୟ ବିଜେପି। ଭେଟିବା ପରେ ରାଜ୍ୟ ସଭାପତି ସମୀର ମହାନ୍ତି କହିଲେ, ରାଜ୍ୟପାଳଙ୍କୁ ତମାମ ବିଷୟରେ ଆମେ ଅବଗତ କଲୁ, ନିରପେକ୍ଷ ତଦନ୍ତ ପାଇଁ ମନ୍ତ୍ରୀଙ୍କୁ ବହିଷ୍କାର କରାଯିବାକୁ ଆମେ ଦାବି କରିଛୁ। ରାଜ୍ୟପାଳ ଏଥିପ୍ରତି ଗୁରୁତ୍ୱର ସହ ବିଚାର କରିବାକୁ କହିଛନ୍ତି ବୋଲି ସମୀର କହିଛନ୍ତି। ଏପଟେ, ମହାଲିଙ୍ଗ ମିଷ୍ଟ୍ରି ମାମଲାରେ ମହିଳା କମିଶନଙ୍କ ରିପୋର୍ଟ ତଲବ କରିଛନ୍ତି। କଳାହାଣ୍ଡି ଏସପିଙ୍କୁ ରିପୋର୍ଟ ଦେବାକୁ ମହିଳା କମିଶନଙ୍କ ନିର୍ଦ୍ଦେଶ ଦେଇଛନ୍ତି। ୧୫ ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ଦେବାକୁ ଏସପିଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ନେଇ ସୂଚନା ମିଳିଛି। ଘଟଣା ଲଜ୍ଜାଜନକ କହିବା ସହ ସଠିକ୍ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ମହିଳା କମିଶନ।

Advertisment
Odisha Pratap Jena Crime Balangir
Advertisment
Advertisment