Advertisment

ଆସିଲା ମନିଷ ଦାସଙ୍କ ପୋଷ୍ଟମର୍ଟମ୍ ରିପୋର୍ଟ

ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ମୃତ୍ୟୁ ଘଟଣାରେ ଆସିଲା ଡାକ୍ତରୀ ରିପୋର୍ଟ। ଭୁବନେଶ୍ୱର ଏମ୍ସ PRO ଡାକ୍ତର ପ୍ରଭାସ ରଂଜନ ତ୍ରିପାଠୀ ଏନେଇ ସୂଚନା ଦେଇଛନ୍ତି।

author-image
Chandan Shishu
ଅଦ୍ୟତନ ହୋଇଛି
undefined

Manish Anurag

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ମୃତ୍ୟୁ ଘଟଣାରେ ଆସିଲା ଡାକ୍ତରୀ ରିପୋର୍ଟ। ଶ୍ୱାସରୁଦ୍ଧ କାରଣରୁ ମନୀଷଙ୍କ ମୃତ୍ୟୁ ହୋଇଥିବା ପୋଷ୍ଟମର୍ଟମ ରିପୋର୍ଟର ପ୍ରାଥମିକ ତଥ୍ୟ ଅନୁସାରେ ସୂଚନା ମିଳିଛି। ଭୁବନେଶ୍ୱର ଏମ୍ସ PRO ଡାକ୍ତର ପ୍ରଭାସ ରଂଜନ ତ୍ରିପାଠୀ ସୂଚନା ଦେଇଛନ୍ତି। ପ୍ରାଥମିକ ରିପୋର୍ଟ ଅନୁସାରେ ଶ୍ୱାସରୁଦ୍ଧରୁ ମୃତ୍ୟୁ ଘଟିଛି। ତେବେ କିଭଳି ଶ୍ୱାସରୁଦ୍ଧ ହେଲା ପରବର୍ତ୍ତୀ ପର୍ଯ୍ୟାୟରେ ଜଣାପଡ଼ିବ। ମନୀଷଙ୍କ ଶରୀରରେ ବାହାରକୁ ଦେଖା ଗଲାଭଳି କିଛି କ୍ଷତଚିହ୍ନ ନାହିଁ ଡାକ୍ତର କହିଛନ୍ତି। 

Advertisment

ମନୀଷ ଅନୁରାଗଙ୍କ ପାତ୍ରପଡ଼ା ସ୍ଥିତ ଏକ ପୋଖରୀରୁ ମୃତଦେହ ଉଦ୍ଧାର କରାଯାଇଥିଲା। ଏହି ମୃତ୍ୟୁ ଘଟଣାରେ ପୋଲିସ୍‌କୁ ସୁରାକ୍ ମିଳିଛି। ମନୀଷକୁ ପାତ୍ରପଡ଼ା ସ୍ଥିତ ନେଇଥିବା କାରର ସନ୍ଧାନ ମିଳିଛି। ପୋଲିସ କାର୍‌କୁ ଜବତ କରି ତଦନ୍ତ ଚଳାଇଛି। ଯେଉଁଦିନ ମନୀଷଙ୍କ ମୃତ୍ୟୁ ହୋଇଥିଲା ସେହି ଦିନ ମନୀଷ ଓ ଅନ୍ୟ ୨ ଜଣ ଏହି କାର୍‌ରେ ପଟିଆ ଗାଲାକ୍ସିଆ ଗାର୍ଡେନ ନିକଟରୁ ପାତ୍ରପଡ଼ା ସ୍ଥିତ ସାଉଥ ସିଟି ବାର୍‌କୁ ଯାଇଥିଲେ ବୋଲି ସୂଚନା ମିଳିଛି। ସେହି ଦିନ ମନୀଷଙ୍କ ସହ ଥିବା ୨ ଜଣଙ୍କ ମଧ୍ୟରୁ ଜଣଙ୍କ ପରିଚୟ ପୋଲିସ୍‌କୁ ମିଳିଛି। ପୋଲିସ୍‌ ତାଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି। ତେବେ ଅନ୍ୟ ଜଣକ ସମ୍ପର୍କରେ କୌଣସି ସୂଚନା ମିଳିପାରି ନାହିଁ। ପୋଲିସ୍‌ ତାଙ୍କୁ ଖୋଜୁ ଥିବା ଜଣାପଡ଼ିଛି।

କେମିତି ହେଲା ମନୀଷ ଅନୁରାଗଙ୍କ ମୃତ୍ୟୁ? ସୁପରିକଳ୍ପିତ ହତ୍ୟାକାଣ୍ଡ? ନା ଘଟଣା ପଛରେ ରହିଛି ଆଉ କିଛି ରହସ୍ୟ? ଭୁବନେଶ୍ୱର ପାତ୍ରପଡ଼ା ଅଞ୍ଚଳରୁ ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷଙ୍କ ମୃତଦେହ ଉଦ୍ଧାର ପରେ ସୋସିଆଲ ମିଡିଆରେ ଏପରି ଚାଞ୍ଚଲ୍ୟକର ଅଭିଯୋଗ ଆଣିଥିଲେ ବାପା ନବୀନ ଦାସ। ସାଙ୍ଗମାନେ ଭୋଜି କରିବାକୁ ଡାକି ନେଇ ମୋ ପୁଅକୁ ହତ୍ୟା କରିଛନ୍ତି ବୋଲି ସେ କହିଥିଲେ। ରବିବାର ଭୋର୍ ଯାଏ ମନୀଷ ରହିଥିବା ପାତ୍ରପଡ଼ାର ହୋଟେଲ୍ ସାଉଥ୍ ସିଟିକୁ ଯା଼ଞ୍ଚ ପରେ ପୋଲିସ୍ ଏହାକୁ ସିଲ୍ କରିଦେଇଛି। କମିଶନରେଟ୍ ପୋଲିସର ସ୍ପେଶାଲ ସ୍କାଡ୍ ସହ ତମାଣ୍ଡୋ, ଇନଫୋସିଟି ଓ ଖଣ୍ଡଗିରି ପୋଲିସ୍‌ର ମିଳିତ ଟିମ୍ ମନୀଷଙ୍କ ମୃତ୍ୟୁ ରହସ୍ୟ ଭେଦ ଲାଗି ଛାନଭିନ୍ ଜାରି ରଖିଛନ୍ତି।

Advertisment
Post Mortem Report Manish Das Death
Advertisment
Advertisment