Advertisment

ବିଦ୍ୟାଭାରତୀ ରହୁଥିବା ହଷ୍ଟେଲ ରୁମ୍‌କୁ ସିଲ୍‌ କଲା ପୋଲିସ

ପୋଲିସ୍ ବିଦ୍ୟାଭାରତୀ ରହୁଥିବା ହଷ୍ଟେଲକୁ ଯାଇଥିଲା। ବିଦ୍ୟାଭାରତୀ ରହୁଥିବା ହଷ୍ଟେଲର ରୁମ୍ ନମ୍ବର-୧କୁ ପୋଲିସ୍ ସିଲ୍ କରିଥିଲା। ହଷ୍ଟେଲର ରୁମ୍ ନମ୍ବର-୧ରେ ତାଲା ପଡ଼ିଥିବାରୁ ରୁମ୍‌କୁ ସିଲ୍ କରାଯାଇଥିଲା ବୋଲି ପାରଳାଖେମୁଣ୍ଡି IIC ସୂଚନା ଦେଇଛନ୍ତି।

author-image
Chandan Shishu
ଅଦ୍ୟତନ ହୋଇଛି
ବିଦ୍ୟାଭାରତୀ ରହୁଥିବା ହଷ୍ଟେଲ ରୁମ୍‌କୁ ସିଲ୍‌ କଲା ପୋଲିସ

Bidyabharati panda

ଭୁବନେଶ୍ୱର: ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପୋଲିସ୍ ଆଉ ପାଦେ ତଦନ୍ତ ଆଗେଇଛି। ବିଦ୍ୟାଭାରତୀ ପଢୁଥିବା ବଲାଙ୍ଗିର ଲର୍କିପାଲି ଏଲଆଇ ଟ୍ରେନିଂ ସେଣ୍ଟରରେ ପୋଲିସ ତଦନ୍ତ କରିଛି। ଟ୍ରେନିଂ ସେଣ୍ଟରର ନିର୍ଦ୍ଦେଶକଙ୍କ ସମେତ ୪ ଜଣଙ୍କୁ ପୋଲିସ ପଚରାଉଚରା କରିଛି। ବିଦ୍ୟାଭାରତୀଙ୍କ ବ୍ୟାଚଲର ପାର୍ଟି ଆୟୋଜନ ନେଇ ପଚରାଉଚରା କରିଛି। ବ୍ୟାଚଲର ପାର୍ଟି ନୁହେଁ, ବିବାହ ଭୋଜି ହୋଇଥିବା ନେଇ କେନ୍ଦ୍ର ନିର୍ଦ୍ଦେଶକ କହିଛନ୍ତି। 

Advertisment

ଏହାପରେ ପୋଲିସ୍ ବିଦ୍ୟାଭାରତୀ ରହୁଥିବା ହଷ୍ଟେଲକୁ ଯାଇଥିଲା। ବିଦ୍ୟାଭାରତୀ ରହୁଥିବା ହଷ୍ଟେଲର ରୁମ୍ ନମ୍ବର-୧କୁ ପୋଲିସ୍ ସିଲ୍ କରିଥିଲା। ହଷ୍ଟେଲର ରୁମ୍ ନମ୍ବର-୧ରେ ତାଲା ପଡ଼ିଥିବାରୁ ରୁମ୍‌କୁ ସିଲ୍ କରାଯାଇଥିଲା ବୋଲି ପାରଳାଖେମୁଣ୍ଡି IIC ସୂଚନା ଦେଇଛନ୍ତି।

ସେହିପରି ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ତଦନ୍ତର ସମ୍ମୁଖୀନ ପରେ ଲର୍କିପାଲି LI ଟ୍ରେନିଂ ସେଣ୍ଟର ନିର୍ଦ୍ଦେଶକ କହିଛନ୍ତି ଯେ ବିଦ୍ୟାଭାରତୀ ବ୍ୟାଚଲର ପାର୍ଟି ନୁହେଁ, ବିବାହ ପରବର୍ତ୍ତୀ ଭୋଜି ଦେଇଥିଲେ। ବିବାହ କରିଥିବାରୁ କ୍ୟାଣ୍ଟିନରେ ପିଲାଙ୍କୁ ଖାଇବାକୁ ଦେଇଥିଲେ। ବିଦ୍ୟାଭାରତୀ ଏପ୍ରିଲ ୩ରେ କେନ୍ଦ୍ରକୁ ପରୀକ୍ଷା ପାଇଁ ଆସିଥିଲେ। ଏପ୍ରିଲ ୧୧ରେ ପିଲାଙ୍କୁ ଖାଇବାକୁ ଦେଇଥିଲେ, ୧୩ରେ ଫେରିଯାଇଥିଲେ। ଫେରିବା ବେଳେ ବିଦ୍ୟାଭାରତୀ ଏକ ବଡ଼ ଟ୍ରଲି ବ୍ୟାଗ ନେଇଯାଇଥିଲେ। ଆଉ କେନ୍ଦ୍ରକୁ ଫେରିବିନି ବୋଲି ବିଦ୍ୟାଭାରତୀ ସାଙ୍ଗମାନଙ୍କୁ କହିଥିଲେ। ତାଙ୍କର କୋର୍ସ ଶେଷ ହୋଇନାହିଁ, ସେ ଏବେ ବି କେନ୍ଦ୍ରର ଛାତ୍ରୀ ଅଛନ୍ତି। 

Advertisment

ତଦନ୍ତ ଚାଲି ଥିବାବେଳେ ଏବେ ବିଦ୍ୟାଭାରତୀଙ୍କ ଆଉ ଏକ ହାତଲେଖା ସାମ୍ନାକୁ ଆସିଛି। ବିଦ୍ୟାଭାରତୀଙ୍କ ଏହି ହାତଲେଖା ଖାତାରେ ଅକ୍ଷୟ ନାମକ ଜଣେ ବ୍ୟକ୍ତିଙ୍କ ନାଁ ସେ ଉଲ୍ଲେଖ କରିଛନ୍ତି। କିଏ ଏହି ଅକ୍ଷୟ ? ତାଙ୍କୁ ନେଇ ଏବେ ଚର୍ଚ୍ଚା। ଖାତାରେ ବିଦ୍ୟାଭାରତୀ ଲେଖିଥିବା ବିଭିନ୍ନ କଥାକୁ ନେଇ ସୌମ୍ୟଙ୍କ ଭାଇ ପ୍ରଶ୍ନ ଉଠାଇଛନ୍ତି। ଖାତାରେ ଯାହା ସବୁ ଲେଖା ଯାଇଛି, ସେଥିରୁ ବିଦ୍ୟାଭାରତୀ ସୌମ୍ୟଙ୍କୁ କିଭଳି ଭଲ ପାଉଥିଲେ, ସେନେଇ ବୁଝାପଡ଼ୁଛି ବୋଲି ସୌମ୍ୟଙ୍କ ଭାଇ କହିଛନ୍ତି।

ସୌମ୍ୟଙ୍କ ମୃତ୍ୟୁ କେମିତି ଓ କାହିଁକି ହେଲା ? ଏହାର ଉଚିତ୍‌ ତଦନ୍ତ କରିବା ସହ ନ୍ୟାୟ ମିଳୁ ବୋଲି ସୌମ୍ୟଙ୍କ ପରିବାର ଲୋକ କହିଛନ୍ତି। ସୌମ୍ୟଙ୍କ ମା’ କହିଛନ୍ତି, ‘ଏପର୍ଯ୍ୟନ୍ତ କାହାକୁ ଗିରଫ କରାଯାଇ ନାହିଁ। ସୌମ୍ୟ-ବିଦ୍ୟାଭାରତୀ ଏକାସଙ୍ଗରେ ରହୁଥିଲେ। ହେଲେ ଏପର୍ଯ୍ୟନ୍ତ କାହିଁକି ବିଦ୍ୟାଭାରତୀଙ୍କୁ ଗିରଫ କରାଯାଉ ନାହିଁ। ସେ(ବିଦ୍ୟାଭାରତୀ) ସବୁ ଜାଣିଛି। 

Odisha News Odisha Police Paralakhemundi Death ACF Death
Advertisment
Advertisment