Advertisment

ଧଉଳି ବୁଲାଇବା ବାହାନାରେ ଡାକିଥିଲା, ଏସିଡ୍ ଫିଙ୍ଗି ଚମ୍ପଟ ମାରିଲା

ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ଏବେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଠିକ୍‌ ଥିବା ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ କହିଛନ୍ତି। ଏସିଡ ମାଡ଼ ନେଇ ଧଉଳି ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ ୩୨୬(A)ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା।

author-image
Chandan Shishu
Dhauli Acid Attack

Dhauli Acid Attack

ଭୁବନେଶ୍ୱର: ଧଉଳି ବୁଲାଇବା ବାହାନାରେ ଡାକି ଏସିଡ୍‌ ଫିଙ୍ଗି ଚମ୍ପଟ ମାରିଥିଲା ଧୋକାବାଜ ପ୍ରେମିକ। ଧଉଳି ପାହାଡ଼ରେ ଯୁବତୀଙ୍କୁ ଏସିଡ୍ ମାଡ ଘଟଣାର ମୁଖ୍ୟ ଅଭିଯୁକ୍ତ ଧରାପଡ଼ିଛି। ମୁଖ୍ୟ ଅଭିଯୁକ୍ତ ପାପୁନି ରାଉତକୁ ଗୁଜରାଟରୁ ଗିରଫ କରିଛି କମିଶନରେଟ୍ ପୋଲିସ। ଗତ ଅଗଷ୍ଟ ୧୧ ତାରିଖରେ ଯୁବତୀଙ୍କୁ ବୁଲିବାକୁ ଡାକି ଏସିଡ୍ ମାଡ଼ କରିଥିଲା ଅଭିଯୁକ୍ତ। ପୂର୍ବରୁ ପାପୁନି ସମ୍ପୃକ୍ତ ଯୁବତୀଙ୍କୁ କୋର୍ଟରେ ବିବାହ କରିଥିଲେ ହେଲେ ଘରକୁ ନେଇନଥିଲେ।  

Advertisment

ନିମାପଡ଼ା ଅଞ୍ଚଳର ପାପୁନି ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲା। ଦୀର୍ଘ ଦିନର ପ୍ରେମ ସମ୍ପର୍କ ପରେ ବିବାହର ରୂପ ନେଇଥିଲା। ଉଭୟ ନୋଟାରୀରେ ବିବାହ କରିଥିଲେ। ବିବାହ ପରେ ଯୁବତୀଙ୍କୁ ନିଜ ଘରକୁ ନେଉନଥିଲା ପାପୁନି। ଶାଶୂ ଘରକୁ ଯିବା ପାଇଁ ଚାହିଁଲେ ତାଙ୍କୁ ବିଭିନ୍ନ ବାହାନା କରି ପାପୁନି ଅଟକାଇ ଦେଉଥିଲା। ଯାହାକୁ ନେଇ ଅନେକ ସମୟରେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହାକୁ ନେଇ ଚିନ୍ତିତ ଥିଲେ ପାପୁନି।

ଯେଉଁଥିପାଇଁ ପ୍ରେମିକାକୁ ରାସ୍ତାରୁ ହଟାଇବା ପାଇଁ ଷଡ଼ଯନ୍ତ୍ର କରିଥିଲା ପାପୁନି। ଗତ ୧୧ ତାରିଖରେ ଧଉଳି ବୁଲାଇବା ବାହାନାରେ ପ୍ରେମିକାକୁ ପାପୁନି ଡାକିଥିଲା। ଉଭୟେ ସ୍ୱାମୀ-ସ୍ତ୍ରୀ ଧଉଳି ଆଖାପାଖ ଅଞ୍ଚଳ ବୁଲିଥିଲେ। ଅପରାହ୍ନରେ ଶାନ୍ତିସ୍ତୁପ ନିକଟରେ ଯୁବତୀଙ୍କ ଉପରେ ସାଙ୍ଗରେ ଆଣିଥିବା ଏସିଡ୍‌ ଫିଙ୍ଗି ଦେଇଥିଲା ପାପୁନି। ଏହା ପରେ ସେଠାରୁ ସେ ଚମ୍ପଟ ମାରିଥିଲା।

Advertisment

ସେପଟେ ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ଏବେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଠିକ୍‌ ଥିବା ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ କହିଛନ୍ତି। ଏସିଡ ମାଡ଼ ନେଇ ଧଉଳି ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ ୩୨୬(A)ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ହେଲେ ଅଭିଯୁକ୍ତଙ୍କ ପାଖରେ ପହଞ୍ଚି ପାରିନଥିଲା। ସେପଟେ ପାପୁନି ଏସିଡ୍‌ ମାଡ଼ କରି ଗୁଜରାଟ୍‌ ପଳାଇଥିଲା। ସେଠାରେ ବିଭିନ୍ନ ସ୍ଥାନରେ କାମ କରୁଥିଲା। କୌଣସି ସୂତ୍ରରୁ ଖବର ପାଇ ପୁଲିସ ଗୁଜରାଟ ଯାଇ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି।

Dhauli Acid Attack Odisha Police
Advertisment
Advertisment