/odishatv-khabar/media/post_attachments/uploadimage/library/16_9/16_9_0/pihu_1626330815.jpg)
pihu
ବହୁ ଚର୍ଚ୍ଚିତ ପିହୁ ନିଖୋଜ ମାମଲାରେ ପୋଲିସ ମହାନିର୍ଦ୍ଦେଶକଙ୍କୁ NHRC ଙ୍କ ଜବାବ ତଲବ । ୪ ସପ୍ତାହ ମଧ୍ୟରେ ଆକ୍ସନ ଟେକେନ ରିପୋର୍ଟ ଦାଖଲ କରିବା ପାଇଁ ଡିଜିପିଙ୍କୁ ଜାତୀୟ ମାନବାଧିକାର କମିଶନଙ୍କ ନିର୍ଦ୍ଦେଶ । ଯାଜପୁର ଜିଲ୍ଲା ବିଂଝାରପୁର ଥାନା ମଧୁସୂଦନପୁରର ମୋନାଲିସା ନାୟକ ଅଭିଯୋଗ କରିଥିଲେ ଯେ, ୨୦୨୦ ଅଗଷ୍ଟ ୯ ତାରିଖରେ ତାଙ୍କର କୁନି ଝିଅକୁ ଅପହରଣ କରାଯାଇଥିଲା । ଥାନାରେ ଅଭିଯୋଗ ତଥା ଏସ୍ପିଙ୍କ ଠାରୁ ମୁଖ୍ୟମନ୍ତ୍ରୀ ଏମିତିକି ରାଜ୍ୟପାଳଙ୍କ ନିକଟରେ ଗୁହାରି କରିଥିଲେ ମଧ୍ୟ ଏଯାଏ ଝିଅର ପତ୍ତା ମିଳିନାହିଁ ।
ଅନ୍ୟପଟେ ମାମଲାକୁ ରଫା ଦଫା କରିବାକୁ ଚେଷ୍ଟା କରାଯାଇଛି । ତେଣୁ NHRCଙ୍କ ଦ୍ୱାରସ୍ଥ ହୋଇ ନ୍ୟାୟ ମାଗିଥିଲେ ପିହୁଙ୍କ ବାପା ମାଆ । ଏହା ପରେ NHRC ଡିଜିଙ୍କୁ ନୋଟିସ୍ କରିଛନ୍ତି ।
Also Read
ବିଞ୍ଝାରପୁର ଥାନା ମଧୁସୂଦନପୁର ଗାଁ ଲକ୍ଷ୍ମଣ ନାୟକଙ୍କ ଦୁଇ ବର୍ଷର କୁନି ଝିଅ ଶୁଭଲକ୍ଷ୍ମୀ ନାୟକ ଓରଫ ‘ପିହୁ’ । ୨୦୨୦ ଅଗଷ୍ଟ ୯ ତାରିଖରେ ଗାଁ ଦାଣ୍ଡରେ ଖେଳୁଥିଲା । ଆଉ ତାଙ୍କ ପତ୍ନୀ ଘର କାମରେ ବ୍ୟସ୍ତ ଥିଲେ । ଏହି ସମୟରେ ହଠାତ ‘ପିହୁ’ କେଉଁଆଡେ ଗାୟବ ହୋଇଯାଇଥିଲା । ପରିବାର ଲୋକେ ବହୁ ଖୋଜ ଖୋଜି କରିଥିଲେ ମଧ୍ୟ ‘ପିହୁ’ର ପତ୍ତା ପାଇନଥିଲେ । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ‘ପିହୁ’ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ଜଣେ ବ୍ୟକ୍ତି ଏକ ବାଇକରେ ଆସି ଗାମୁଛରେ ବାନ୍ଧି ତାକୁ ନେଇ ଯାଇଥିଲେ ।
ଏନେଇ ପରେ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । ପିହୁର ବାପା ବେଙ୍ଗାଲୁରୁରୁ ଆସି ସଙ୍ଗରୋଧରେ ଥିବାରୁ ଝିଅକୁ ଖୋଜି ପାରିନଥିଲେ । ପିହୁ ନିଖୋଜକୁ ୧୨ ମାସରୁ ଊର୍ଦ୍ଧ୍ୱ ସମୟ ବିତି ଯାଇଛି । ହେଲେ ଅଦ୍ୟାବଧି ପୋଲିସ୍ ପିହୁ ସମ୍ପର୍କରେ କୌଣସି ସୁରାକ୍ ପାଇପାରି ନାହିଁ । ତେବେ ପିହୁ ପରିବାର ପକ୍ଷରୁ ବିଧାନସଭା ସମ୍ମୁଖରେ ଧାରଣା ଦିଆଯିବା ନେଇ ଚେତାବନୀ ଦିଆଯିବା ପରେ ପୋଲିସ୍ ଗତ ଫେବୃଆରୀ ମାସରେ ମଧୁସୂଦନପୁର ଗ୍ରାମରେ ପହଞ୍ଚି ନିକଟସ୍ଥ ପୋଖରୀରେ ଖୋଜାଖୋଜି କରିଥିଲା । ତଥାପି ଏ ଯାଏଁ ପିହୁର ପତ୍ତା ମିଳି ପାରି ନାହିଁ।
ତେଣେ ବହୁ ଚର୍ଚ୍ଚିତ ନୟାଗଡ଼ ଶିଶୁକନ୍ୟା ପରୀ ହତ୍ୟା ମାମଲାରେ ନୟାଗଡ଼ ଚିଲ୍ଡ୍ରେନ୍ସ କୋର୍ଟରେ ମାମଲାର ଚାର୍ଜଫ୍ରେମ୍ ହୋଇଛି । ଦଫା ୩୦୨, ୩୭୬ କ ଓ ଖ, ୩୬୩, ୩୬୪, ୨୦୧ ଦଫାରେ ଚାର୍ଜଫ୍ରେମ୍ କରଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)