Advertisment

ରସକିଆ ପୋଲିସ କର୍ମଚାରୀ। ବିବାହର ପ୍ରତିଶ୍ରୁତି ଦେଇ ରଖିଥିଲେ ଶାରୀରିକ ସମ୍ପର୍କ

ପୁଣି ଖାକିରେ ଲାଗିଲା କଳଙ୍କ, ଓଏପିଏଫ କର୍ମଚାରୀଙ୍କ ନାଁରେ ଲଭ ସେକ୍ସ ଧୋକା ଅଭିଯୋଗ ହୋଇଛି। ସୁରକ୍ଷା ଦାୟିତ୍ୱ ବହନ କରୁଥିବା ପୋଲିସ ବିଭାଗର ଜଣେ କର୍ମଚାରୀ ବିଧବା ମହିଳାଙ୍କୁ ଧୋକା ଦେଇଥିବା ଅଭିଯୋଗ ହୋଇଛି । ଏନେଇ ମହିଳା ଜଣକ ଥାନାରେ ଅଭିଯୋଗ କରିବା ପରେ ସଂପୃକ୍ତ ପୋଲିସ କର୍ମଚାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏଭଳି ଘଟଣା ଧର୍ମଶାଳା ଥାନା ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି

author-image
Sarbeswar
ରସକିଆ ପୋଲିସ କର୍ମଚାରୀ। ବିବାହର ପ୍ରତିଶ୍ରୁତି ଦେଇ ରଖିଥିଲେ ଶାରୀରିକ ସମ୍ପର୍କ

Jajpur external marital affair Case

ଯାଜପୁର(ଗୁଲାମ ଗସ୍‌): ପୁଣି ଖାକିରେ ଲାଗିଲା କଳଙ୍କ, ଓଏପିଏଫ କର୍ମଚାରୀଙ୍କ ନାଁରେ ଲଭ ସେକ୍ସ ଧୋକା ଅଭିଯୋଗ ହୋଇଛି। ସୁରକ୍ଷା ଦାୟିତ୍ୱ ବହନ କରୁଥିବା ପୋଲିସ ବିଭାଗର ଜଣେ କର୍ମଚାରୀ ବିଧବା ମହିଳାଙ୍କୁ ଧୋକା ଦେଇଥିବା ଅଭିଯୋଗ ହୋଇଛି । ଏନେଇ ମହିଳା ଜଣକ ଥାନାରେ ଅଭିଯୋଗ କରିବା ପରେ ସଂପୃକ୍ତ ପୋଲିସ କର୍ମଚାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏଭଳି ଘଟଣା ଧର୍ମଶାଳା ଥାନା ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ଅନୁଯାୟୀ ଧର୍ମଶାଳା ଥାନା ଅନ୍ତର୍ଗତ ଦିଗାମ୍ବରପୁର ଗ୍ରାମର ଜଣେ ବିଧବା ମହିଳାଙ୍କ ସହିତ ଓଏପିଏଫ କର୍ମଚାରୀ ଶ୍ୟାମସୁନ୍ଦର କିସ୍କୋଙ୍କ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଓଏପିଏଫ କର୍ମଚାରୀ ଜଣକ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ତାଙ୍କ ସହିତ ଶାରିରୀକ ସମ୍ପର୍କ ମଧ୍ୟ ରଖିଥିଲେ । ହେଲେ ପରବର୍ତୀ ସମୟରେ ବିବାହ କରିବାକୁ ମନା କରିଦେଇଥିଲେ । ଏପରିକି ଗର୍ଭ ନଷ୍ଟ କରିଥିବା ଅଭିଯୋଗ କରିଛନ୍ତି ।

Advertisment

ପରେ ଏକ ଫାଉଣ୍ଡେସନର ମାଧ୍ୟମରେ ଉଭୟଙ୍କ ମଧ୍ୟରେ ବୁଝାମଣା ହୋଇଥିଲା । ତେବେ ବିବାହରେ ଅରାଜି ହେବାରୁ ଯୁବତୀ ଜଣକ ଏ ସମ୍ପର୍କରେ ଧର୍ମଶାଳା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ଧର୍ମଶାଳା ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଶ୍ୟାମସୁନ୍ଦରଙ୍କୁ ଗିରଫ କରିଥିଲା । ଉଭୟଙ୍କ ଡାକ୍ତରୀମାଇନା କରାଯିବା ସହ ପୀଡିତାର ମାଜିଷ୍ଟ୍ରେଟଙ୍କ ନିକଟରେ ୧୬୪ ଧାରାରେ ବୟାନ ରେକର୍ଡ କରାଯାଇଛି । ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ପୁଲିସ ସୂଚନା ଦେଇଛି । ଗିରଫ ଓଏପିଏଫ କର୍ମଚାରୀ ଶ୍ୟାମସୁନ୍ଦର କିସ୍କୋଙ୍କ ଘର ସୁକିନ୍ଦା ଥାନା ଅଂଚଳର ହୋଇଥିବା ବେଳେ ଜାରକା ଫାଣ୍ଡିରେ କାର୍ଯ୍ୟ କରୁଥିବା ସମୟରେ ଉକ୍ତ ମହିଳାଙ୍କ ସହ ଦେଖା ସାକ୍ଷାତ ହୋଇଥିଲା । ଏବେ ସେ ପାଣିକୋଇଲିସ୍ଥିତ ପୋଲିସ ମୁଖ୍ୟାଳୟରେ ଓଏପିଏଏଫ ଭାବେ କାର୍ଯ୍ୟ କରୁଥିଲେ । ତେବେ ଏ ସଂପର୍କରେ ପୋଲିସର କୈାଣସି ପ୍ରତିକ୍ରିୟା ମିଳିପାରିନାହିଁ। 

Advertisment
Odisha Police Jajpur
Advertisment
Advertisment