Advertisment

ପକ୍କା ଘର ବାଲାଙ୍କୁ ଆବାସ ନଦେବାରୁ ପିଇଓଙ୍କୁ ମାଡ଼, ବଦ୍ରି ପାତ୍ରଙ୍କ ପୁଅ ନାଁରେ ଅଭିଯୋଗ

ପ୍ରଧାନମନ୍ତ୍ରୀ ଆବାସ ଯୋଜନା କେମିତି ବାଟବଣା, ଯେତେ ବଖାଣିଲେ ସରୁନି । ଫନି ବାତ୍ୟାର ଦୁଇବର୍ଷ ପରେ ବି ପୁରୀ ଜିଲ୍ଲାର ଶହ ଶହ ବିପନ୍ନ କଚ୍ଚା ଓ ଜରିପାଲ ଘରେ ଦୁର୍ଦ୍ଦିନରେ ଥାଇ ସରକାରୀ ଘର ଖଣ୍ଡେ ପାଇଁ ଚାହିଁ ଚାହିଁ ଆଖିରୁ ପାଣି ମଲାଣି ।

author-image
Satyendu Shekher Mishra
ପକ୍କାଘର ବାଲାଙ୍କୁ ଆବାସ ନଦେବାରୁ ପିଇଓଙ୍କୁ ମାଡ଼ ମାରିଲେ, ବଦ୍ରି ପାତ୍ରଙ୍କ ପୁଅ

Abash Scheme

ପ୍ରଧାନମନ୍ତ୍ରୀ ଆବାସ ଯୋଜନା କେମିତି ବାଟବଣା, ଯେତେ ବଖାଣିଲେ ସରୁନି । ଫନି ବାତ୍ୟାର ଦୁଇବର୍ଷ ପରେ ବି ପୁରୀ ଜିଲ୍ଲାର ଶହ ଶହ ବିପନ୍ନ କଚ୍ଚା ଓ ଜରିପାଲ ଘରେ ଦୁର୍ଦ୍ଦିନରେ ଥାଇ ସରକାରୀ ଘର ଖଣ୍ଡେ ପାଇଁ ଚାହିଁ ଚାହିଁ ଆଖିରୁ ପାଣି ମଲାଣି । ତେଣେ କେନ୍ଦୁଝର ଘସିପୁରା ବ୍ଲକ୍‌ରେ ପକ୍କା ଘର ବାଲାଙ୍କୁ କଚ୍ଚା ଘର ଦର୍ଶାଇ ଲିଷ୍ଟରେ ନଉଠାଇବାରୁ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଖୋଦ୍ ବ୍ଲକ ଅଫିସରେ ମାଡ଼ ସାଙ୍ଗକୁ ଦିଆ ଯାଇଛି ହତ୍ୟା ଧମକ ।

Advertisment

ପଞ୍ଚାୟତ ନିର୍ବାହୀ ଅଧିକାରୀ ରାମଚନ୍ଦ୍ର ନାୟକଙ୍କ ଅଭିଯୋଗ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘରକୁ କଚ୍ଚା ଘର ଦର୍ଶାଇ ନିଜ ଇଚ୍ଛା ମୁତାବକ ଲୋକଙ୍କୁ ବାଣ୍ଟିବାକୁ ଚାପ ପକାଉଥିଲେ ସ୍ଥାନୀୟ ସରପଞ୍ଚଙ୍କ ସ୍ୱାମୀ ସୁର ଭୂୟାଁ । ଏମିତିକି ଗତକାଲି ବ୍ଲକ ଅଫିସ୍ ପରିସରରେ ସୁର ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ମାଡ଼ ମଧ୍ୟ ମାରିଛନ୍ତି । ପରେ ସନ୍ଧ୍ୟାରେ ସ୍ଥାନୀୟ ବିଧାୟକ ବଦ୍ରି ପାତ୍ରଙ୍କ ପୁଅ ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦେବାଶିଷ ପାତ୍ର, ତାଙ୍କୁ ଅନ୍ୟ ଏକ ସ୍ଥାନକୁ ଡାକି ଘଟଣାର ସମାଧାନ ପାଇଁ ୫୦ ହଜାର ଟଙ୍କାର ଲୋଭ ଦେଖାଇଥିଲେ । ହେଲେ ସେଥିରେ ରାଜି ନହେବାରୁ ଉଭୟ ଦେବାଶିଷ ଓ ସୁର ପୁଣି ତାଙ୍କୁ ମାଡ଼ ମାରିବା ସହ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ । ଏନେଇ ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି ରାମଚନ୍ଦ୍ର । ଏଣେ ବ୍ଲକ୍ ଅଫିସରେ ପିଇଓଙ୍କୁ ମାଡ଼ ଘଟଣାରେ ବିଡିଓ କହିଛନ୍ତି ମୋତେ ଲିଖିତ ଭାବେ ଜଣାଇଲେ ଆକ୍ସନ ନେବି ।

Advertisment

ସେପଟେ ପିଇଓଙ୍କୁ ମାଡ଼ ଘଟଣାରେ ବିଧାୟକଙ୍କ ପୁଅଙ୍କ ସଂପୃକ୍ତି ଅଭିଯୋଗ ଆଣି କାର୍ଯ୍ୟାନୁଷ୍ଠାନ ଦାବି କରିଛି କଂଗ୍ରେସ । ହେଲେ ସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଦେବାଶିଷ ପାତ୍ର ।

ତେବେ ଗୋଟିଏ ପଟେ ପକ୍କାଘର ବାଲାଙ୍କୁ ଆବାସ ଯୋଜନାରେ ସାମିଲ କରିବାକୁ ଯୋଜନା ହେଉଥିବା ବେଳେ ଅନ୍ୟପଟେ ଫୋନି ବାତ୍ୟା ଆଁରେ ପଡ଼ିଥିବା ଗାଁ ନିମାପଡ଼ା ବ୍ଲକ୍‌ର ଉଛୁପୁର ଅଣଚାଷ ପବନରେ ବାସ ହରାଇ ୨ବର୍ଷ ପରେ ବି ଜରିପାଲ ଘେରା ଘରେ ଜୀବନ କାଟୁଛନ୍ତି କୃଷ୍ଣଚନ୍ଦ୍ର ମହାପାତ୍ର । ସରକାରୀ ଘରଟିଏ ପାଇଁ ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ଯାଇଛନ୍ତି, ବିଡିଓ ବି ଆସି ଦେଖିଯାଇଛନ୍ତି । ହେଲେ ଫଳ ଶୂନ୍ । ସେମିତି ଏହି ଗାଁରେ ଆହୁରି ଅନେକ ବାତ୍ୟା ବିପନ୍ନଙ୍କ ଜୀବନ ବିପଦପୂର୍ଣ୍ଣ ଜରି ପାଲ ଓ ଭଙ୍ଗା ଦଦରା ଘରେ ବିତୁଛି । ଗୋପ, କାକଟପୁର ଓ ଅସ୍ତରଙ୍ଗ ବ୍ଲକ୍‌ରେ ବି ସମାନ ଦୁସ୍ଥିତିର ମାଳ ମାଳ ଚିତ୍ର ଦେଖିବାକୁ ମିଳୁଛି । ଆବାସ ଯୋଜନାରେ ଘର ଖଣ୍ଡେ ପାଇଁ ବିପନ୍ନ ଚାତକ ଭଳି ଚାହିଁଛନ୍ତି । ହେଲେ କେବେ ମିଳିବ ଜଣାନାହିଁ । ଏଣେ ଜିଲ୍ଲାପାଳ କହୁଛନ୍ତି, ଯାହାର ଆପତ୍ତି ଅଛି ମୋତେ ଯୋଗାଯୋଗ କରନ୍ତୁ, ଆବାସ ବଣ୍ଟନରେ ଯିଏ ଦୁର୍ନୀତି କରିବ କାର୍ଯ୍ୟାନୁଷ୍ଠାନ ନିଆଯିବ ।

BJD Anandpur Politics
Advertisment
Advertisment