Advertisment

‘ପୁଅ ସହ ବୋହୂର ସମ୍ପର୍କ ନଥିଲା, ବର୍ଷକ ପାଇଁ ଏଗ୍ରିମେଣ୍ଟ୍‌ ହୋଇଥିଲା’

ସୌମ୍ୟଙ୍କ ମା’ କହିଛନ୍ତି, ‘ବୋହୂର ଖରାପ ଚରିତ୍ର। ମୋ ପୁଅ ସହ ତା’ର ସମ୍ପର୍କ ନଥିଲା। ବର୍ଷକ ପର୍ଯ୍ୟନ୍ତ କୌଣସି ସମ୍ପର୍କ ରହିବ ନାହିଁ ବୋଲି ବାହାଘର ପରେ ଉଭୟଙ୍କ ଏଗ୍ରିମେଣ୍ଟ ହୋଇଥିଲା।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
‘ପୁଅ ସହ ବୋହୂର ସମ୍ପର୍କ ନଥିଲା, ବର୍ଷକ ପାଇଁ ଏଗ୍ରିମେଣ୍ଟ୍‌ ହୋଇଥିଲା’

Paralakhemundi ACF Death

ପାରଳାଖେମୁଣ୍ଡି: ACF ସୌମ୍ୟରଞ୍ଜନଙ୍କ ମୃତ୍ୟୁ ପଛର ସତ କଣ ? କେମିତି ନିଆଁ ଲାଗି ଜଳିଗଲେ ଏହି ଯୁବ ଅଫିସର୍ ? ଏହା ଆକସ୍ମିକ ଦୁର୍ଘଟଣା ନା ହତ୍ୟା ପାଇଁ ହୋଇଥିଲା ସୁଚିନ୍ତିତ ଷଡ଼ଯନ୍ତ୍ର ? ଏନେଇ ତନାଘନା ଚାଲିଥିବା ବେଳେ ସୌମ୍ୟରଞ୍ଜନଙ୍କ ମା’ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି। ସୌମ୍ୟଙ୍କ ମା’ କହିଛନ୍ତି, ‘ଦିନେ ରାତିରେ ପୁଅ-ବୋହୂଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହାପରେ ବୋହୂ ଶଙ୍ଖା ଭାଙ୍ଗି, ମୁଣ୍ଡରୁ ସିନ୍ଦୂର ପୋଛି ରାତିରେ କେଉଁ ଆଡ଼େ ପଳାଇଥିଲା। ପୁଅ ଖୋଜାଖୋଜି କରିବା ପରେ ଡିଏଫ୍ଓଙ୍କ ଘରେ ବୋହୂକୁ ଦେଖିଥିଲା। ଏଥିପାଇଁ ପୁଅ ମୃତ୍ୟୁ ପଛରେ DFOଙ୍କ ହାତ ଥିବା ସନ୍ଦେହ କରୁଛି।’

Advertisment

ସୌମ୍ୟଙ୍କ ମା’ ଆହୁରି କହିଛନ୍ତି, ‘ବୋହୂର ଖରାପ ଚରିତ୍ର। ମୋ ପୁଅ ସହ ତା’ର ସମ୍ପର୍କ ନଥିଲା। ବର୍ଷକ ପର୍ଯ୍ୟନ୍ତ କୌଣସି ସମ୍ପର୍କ ରହିବ ନାହିଁ ବୋଲି ବାହାଘର ପରେ ଉଭୟଙ୍କ ଏଗ୍ରିମେଣ୍ଟ ହୋଇଥିଲା। ବାହାଘର ପୂର୍ବରୁ ବୋହୂ ଆଉ ଜଣକୁ ଭଲ ପାଉଥିଲା। ବାହାଘର ପରେ ମୁଁ ଏକଥା ଜାଣିଲି। ଏକଥା ତା’(ବୋହୂ) ବାପାମା’ ମଧ୍ୟ ଜାଣିଛନ୍ତି। ମୋତେ ନ୍ୟାୟ ମିଳୁ ବୋଲି କାନ୍ଦି କାନ୍ଦି ସୌମ୍ୟଙ୍କ ମା’ ଦାବି କରିଛନ୍ତି। 

ସୌମ୍ୟଙ୍କ ମା’ ଆଣିଥିବା ଏହି ଅଭିଯୋଗ ଉପରେ ବୋହୂ ବିଦ୍ୟାଭାରତୀ କିମ୍ବା ଡିଏଫଓଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ଅଭିଯୋଗ ଆସିଥିବା ଡିଏଫ୍ଓଙ୍କ କାର୍ଯ୍ୟାଳୟକୁ ମଧ୍ୟ ପୋଲିସ ଯିବ। ଗତକାଲି ରାତିରେ ପାରଳାଖେମୁଣ୍ଡି ଆଦର୍ଶ ଥାନାର ଜଣେ ପୋଲିସ ଅଧିକାରୀ ଡିଏଫ୍ଓଙ୍କ କାର୍ଯ୍ୟାଳୟକୁ ଯାଇ ସୌମ୍ୟଙ୍କ ସହକର୍ମୀ ସହକାରୀ ବନ ସଂରକ୍ଷକ ଗୌରୀ ପ୍ରସାଦ ରଥଙ୍କ ସହ କଥା ହୋଇଥିଲେ।

Advertisment

ଅନ୍ୟପକ୍ଷେ, ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁର ତଦନ୍ତ ପାଇଁ ବାଲେଶ୍ୱର ଖଇରାରେ ପୋଲିସ ଟିମ୍ ପହଞ୍ଚିଛି। ଆଜି ଏହି ଟିମ୍ ସୌମ୍ୟଙ୍କ ପରିବାରକୁ ଘଟଣା ବାବଦରେ ପଚରାଉଚରା କରୁଛି। ଏହାପରେ ପୋଲିସ ମୟୂରଭଞ୍ଜର ଉଦଳାକୁ ଯିବ। ସେଠାରେ ସୌମ୍ୟରଞ୍ଜନଙ୍କ ପତ୍ନୀ ବିଦ୍ୟାଭାରତୀ ଏବଂ ପରିବାରର ଅନ୍ୟ ସଦସ୍ୟଙ୍କୁ ମଧ୍ୟ ପଚରା ଉଚରା କରିବ।  

ସୂଚନାଥାଉ କି, ପାରଳାଖେମୁଣ୍ଡିର ଯେଉଁ ସରକାରୀ କ୍ୱାର୍ଟରରେ ସୌମ୍ୟ ଜଳିଯାଇଥିଲେ ବୋଲି କୁହାଯାଉଥିଲା, ସେ ଘରେ ତନ୍ନତନ୍ନ କରି ତଦନ୍ତ କରିଛି ସାଇଣ୍ଟିଫିକ ଟିମ୍। ଯାଞ୍ଚ ସମୟରେ ସାଇଣ୍ଟିଫିକ୍ ଟିମ୍ ହାତରେ ଲାଗିଛି ଏକ ଲାପଟପ୍ ସହ କିଛି ହାତଲେଖା। ଯେଉଁଥିରୁ ସ୍ପଷ୍ଟ ବାରି ହେଉଛି, ସୌମ୍ୟ ଏବଂ ପତ୍ନୀ ବିଦ୍ୟାଭାରତୀଙ୍କ ମଧ୍ୟରେ ଥିଲା ଦାମ୍ପତ୍ୟ କଳହ। ଛାଡ଼ପତ୍ର ପାଇଁ ବି ଚୁକ୍ତିନାମା କଥା ଦର୍ଶାଯାଇଛି ଏହି ହାତଲେଖାରେ। 

Paralakhemundi ACF Death ACF Death
Advertisment
Advertisment