Advertisment

ପଦ୍ମଶ୍ରୀ ନନ୍ଦ ସାରଙ୍କୁ ଧମକ ସହ ପୁଅଙ୍କୁ ଆକ୍ରମଣ

ଯାଜପୁର ଜିଲ୍ଲାର ସୁକିନ୍ଦା ବ୍ଳକ କନ୍ତିରା ଗ୍ରାମରେ ରହୁଥିବା ୧୦୪ ବର୍ଷୀୟ ନନ୍ଦ ପୃଷ୍ଟି ସମଗ୍ର ଦେଶରେ ଚାଟଶାଳୀ ଶିକ୍ଷକ ଭାବେ ପରିଚିତ ଏବଂ ଦୀର୍ଘ ୮୨ ବର୍ଷ ଧରି ସେ ମାଗଣାରେ ଶିକ୍ଷାଦାନ କରିଆସୁଛନ୍ତି ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Padmashree nanda Sir

Padmashree nanda Sir

ଯାଜପୁର: ଯାଜପୁରର ବହୁଚର୍ଚ୍ଚିତ ପଦ୍ମଶ୍ରୀ ନନ୍ଦ ସାରଙ୍କୁ ଆକ୍ରମଣ ଧମକ । ଏନେଇ ଥାନାରେ ଏତଲା ହୋଇଛି । ନନ୍ଦ ସାରଙ୍କ ବଡ଼ ପୁଅଙ୍କୁ ପଡ଼ୋଶୀ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ସୁକିନ୍ଦା ଥାନା କନ୍ତିରା ଗାଁରେ ଜମିଜମା ବିବାଦରୁ ନନ୍ଦ ସାରଙ୍କୁ ଧମକ ସହ ପୁଅଙ୍କୁ ଆକ୍ରମଣ ଅଭିଯୋଗ ହେବା ପରେ ତନାଘନା ଆରମ୍ଭ କରିଛି ପୋଲିସ । ଆହତ ଅବସ୍ଥାରେ ନନ୍ଦ ସାରଙ୍କ ବଡ଼ ପୁଅ ମେଡିକାଲ୍‌ରେ ଭର୍ତ୍ତି ହୋଇଛନ୍ତି ।

Advertisment

ଯାଜପୁର ଜିଲ୍ଲାର ସୁକିନ୍ଦା ବ୍ଳକ କନ୍ତିରା ଗ୍ରାମରେ ରହୁଥିବା ୧୦୪ ବର୍ଷୀୟ ନନ୍ଦ ପୃଷ୍ଟି ସମଗ୍ର ଦେଶରେ ଚାଟଶାଳୀ ଶିକ୍ଷକ ଭାବେ ପରିଚିତ ଏବଂ ଦୀର୍ଘ ୮୨ ବର୍ଷ ଧରି ସେ ମାଗଣାରେ ଶିକ୍ଷାଦାନ କରିଆସୁଛନ୍ତି । ଯାହାକୁ ନେଇ ଜିଲ୍ଲା କି ରାଜ୍ୟ ନୁହେଁ ବରଂ ପୂରା ଦେଶରେ ଚର୍ଚ୍ଚା ଚାଲିଛି । ତାଙ୍କ ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ରାଜ୍ୟ ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନ ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଥିଲେ । କେନ୍ଦ୍ର ସରକାର ଏହା ଉପରେ ବିଚାର କରି ନନ୍ଦ ସାରଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବାକୁ ଘୋଷଣା କରିଥିଲେ ।

ତେବେ ରାଷ୍ଟ୍ରପତି ଭବନରେ ପଦ୍ମଶ୍ରୀ ନନ୍ଦ ପୃଷ୍ଟିଙ୍କୁ ସମ୍ମାନିତ କରିବା ପାଇଁ ଯେତେବେଳେ ନାଁ ଘୋଷଣା କରାଯାଇଥିଲା ସମଗ୍ର କନ୍ତିରା ଗାଁରେ ଲୋକେ ଟିଭିକୁ ଚାତକ ପରି ଅନାଇଥିବା ଗ୍ରାମବାସୀ ଓ ପରିବାର ସଦସ୍ୟ ମାନେ ନିଜର ପତିକ୍ରିୟାରେ କହିଥିଲେ । ଖାଲି ସେତିକି ନୁହେଁ ପଦ୍ମଶ୍ରୀ ନନ୍ଦ ପୃଷ୍ଟି ରାଜଧାନୀ ଏକ୍ସପ୍ରେସରେ ଦିଲ୍ଲୀରୁ ଫେରିବା ବେଳେ ସମଗ୍ର ଅଂଚଳବାସୀ ତାଙ୍କୁ ସ୍ୱାଗତ କରିବାକୁ ଅନେଇ ବସିଥିଲେ ।

Advertisment
Padmashree Nanda Sir
Advertisment
Advertisment