Advertisment

ମିଳିଲା ମନୀଷଙ୍କୁ ସାଉଥ ସିଟି ନେଇଥିବା କାର୍‌, ଜଣେ ଅଟକ

ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ପୋଲିସ୍‌କୁ ସୁରାକ୍ ମିଳିଛି। ମନୀଷଙ୍କୁ ପାତ୍ରପଡ଼ା ସ୍ଥିତ ସାଉଥ ସିଟି ବାର୍‌ ନେଇଥିବା କାର୍‌ର ସନ୍ଧାନ ମିଳିଛି। ପୋଲିସ କାର୍‌କୁ ଜବତ କରି ତଦନ୍ତ ଚଳାଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Journalist Navin Das Son

Journalist Navin Das Son

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ପୋଲିସ୍‌କୁ ସୁରାକ୍ ମିଳିଛି। ମନୀଷଙ୍କୁ ପାତ୍ରପଡ଼ା ସ୍ଥିତ ସାଉଥ ସିଟି ବାର୍‌ ନେଇଥିବା କାର୍‌ର ସନ୍ଧାନ ମିଳିଛି। ପୋଲିସ କାର୍‌କୁ ଜବତ କରି ତଦନ୍ତ ଚଳାଇଛି।

Advertisment

ଯେଉଁଦିନ ମନୀଷଙ୍କ ମୃତ୍ୟୁ ହୋଇଥିଲା ସେହି ଦିନ ମନୀଷ ଓ ଅନ୍ୟ ୨ ଜଣ ଏହି କାର୍‌ରେ ପଟିଆ ଗାଲାକ୍ସିଆ ଗାର୍ଡେନ ନିକଟରୁ ପାତ୍ରପଡ଼ା ସ୍ଥିତ ସାଉଥ ସିଟି ବାର୍‌କୁ ଯାଇଥିଲେ ବୋଲି ସୂଚନା ମିଳିଛି। ସେହି ଦିନ ମନୀଷଙ୍କ ସହ ଥିବା ୨ ଜଣଙ୍କ ମଧ୍ୟରୁ ଜଣଙ୍କ ପରିଚୟ ପୋଲିସ୍‌କୁ ମିଳିଛି। ପୋଲିସ୍‌ ତାଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି। ତେବେ ଅନ୍ୟ ଜଣକ ସମ୍ପର୍କରେ କୌଣସି ସୂଚନା ମିଳିପାରି ନାହିଁ। ପୋଲିସ୍‌ ତାଙ୍କୁ ଖୋଜୁ ଥିବା ଜଣାପଡ଼ିଛି। 

କାହାର ଏହି କାର୍‌ ? କେଉଁ ପରିସ୍ଥିତିରେ ମନୀଷ ଏହି କାର୍‌ରେ ଯାଇଥିଲେ ? ପୋଲିସ ଏସବୁ ଘଟଣାର ତଦନ୍ତ କରୁଛି। 

Advertisment

ସୂଚନାଥାଉ କି, ଭୁବନେଶ୍ୱରର ପାତ୍ରପଡ଼ା ଗାଁ ପୋଖରୀରେ ଭାସୁଥିବା ଅବସ୍ଥାରେ ମନୀଷଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଗତ ଶନିବାର ସନ୍ଧ୍ୟାରେ ଇନଫୋସିଟି ଥାନା ଅଞ୍ଚଳରୁ ମନୀଷ ନିଖୋଜ ହୋଇଥିବା ଅଭିଯୋଗ ହୋଇଥିଲା। ଏହା ପରଦିନ ଅର୍ଥାତ୍‌ ରବିବାର ପ୍ରାୟ ଦିନ ୧ଟା ବେଳେ ପାତ୍ରପଡ଼ା ଗ୍ରାମବାସୀ ମୃତଦେହ ଉଦ୍ଧାର କରିଥିଲେ।

Navin Das Navin Das Son Murder Navin Das Son's Death Case Senior Journalist Navin Das Manish Anurag
Advertisment
Advertisment