/odishatv-khabar/media/post_attachments/uploadimage/library/16_9/16_9_0/crime_1636274224.jpg)
crime
ଭୁବନେଶ୍ୱର : ଅପରାଧୀଙ୍କ କବଜାରେ ରାଜଧାନୀ । ଏମିତି କୌଣସି ଦିନ ନାହିଁ ଯେଉଁଦିନ ରାଜଧାନୀରେ ଲୁଟ୍, ଚୋରି ପରି ଅପରାଧ ହେଉନାହିଁ । ଗୋଟିଏ ଗୋଟିଏ ଦିନରେ ଏକାଧିକ ଅପରାଧିକ ଘଟଣା ରାଜଧାନୀବାସୀଙ୍କୁ ଅତିଷ୍ଠ କରି ପକାଇଲାଣି । ଏପଟେ ନୂଆ ନୂଆ ଗ୍ୟାଙ୍ଗ୍ ପୋଲିସ ପାଇଁ ମୁଣ୍ଡବ୍ୟଥାର କାରଣ ସାଜିଲାଣି । ଏବେ ରାଜଧାନୀ ଛାତିରେ ଆତଙ୍କ ମଚାଇଛନ୍ତି କେବିଏନ୍ ଗ୍ରୁପ୍ ।
ବେଫିକର୍...ନା କାହାକୁ ଅଛି ଡର, ନା କାହା ପ୍ରତି ଭୟ । ରାଜଧାନୀରେ ମାତିଛନ୍ତି କେବିଏନ୍ ଗ୍ରୁପ୍ । ହାତରେ ମାଉଜର୍, ଆଉ ଫାଏର ହେଉଛି ଗୋଟିଏ ପରେ ଗୋଟିଏ ରାଉଣ୍ଡ ଗୁଳି । ଘଟଣା ସମୟର ଭିଡିଓ ଏବେ ଭାଇରାଲ୍ ହୋଇଛି । ଯେଉଁଥିରେ ଜଣେ ବ୍ୟକ୍ତି ଫାଙ୍କା ଗୁଳି ଚଲାଉଥିବା ବେଳେ ଅନ୍ୟ ଜଣେ ଏହା କରିବାକୁ କହୁଥିବା ଶୁଣିବାକୁ ମିଳୁଛି । ଗୋଟିଏ ଦୁଇଟି ଏପରି ଏକାଧିକ ଗୁଳି ଚଲାଉଛନ୍ତି ବ୍ୟକ୍ତି ଜଣକ । ତେବେ ଏହି ଭିଡିଓ ପଛରେ କିଏ ରହିଛି ସେ ସମ୍ପର୍କରେ ଜଣାପଡ଼ିନି ।
ପୂର୍ବରୁ ମାରଣାସ୍ତ୍ର ସହ କେବିଏନ୍ ଗ୍ରୁପର କିଛି ଭିଡିଓ ଭାଇରାଲ୍ ହୋଇଥିଲା । ଏହାପରେ ୪ ଜଣଙ୍କୁ ଗିରଫ କରିଥିଲା ପୋଲିସ୍ । ଏହି ମାମଲାର ତଦନ୍ତ କରିବାକୁ ସ୍ପେଶାଲ ସ୍କ୍ୱାଡ୍ ଗଠନ ବି ହୋଇଛି । ତେବେ ପୁଣି ଥରେ ଏପରି ଭିଡିଓ ଏବେ ଅନେକ ପ୍ରଶ୍ନ ସୃଷ୍ଟି କରିଛି । ଭିଡିଓରେ ଥିବା ବ୍ୟକ୍ତି ମାନେ କିଏ ? ଏହି ବନ୍ଧୁକ ସବୁ କେଉଁଠୁ ଆସୁଛି ? ଏହାପଛରେ କାମ କରୁଛି କି ବଡ଼ ଗ୍ୟାଙ୍ଗ୍ ? ଏହି ସବୁକୁ ଖୋଜିବା ପୋଲିସ୍ ପାଇଁ ହେବ ବଡ ଚ୍ୟାଲେଞ୍ଜ ।
ସୂଚନାଯୋଗ୍ୟ ଆଜିକୁ ପାଞ୍ଚ ଦିନ ପୂର୍ବରୁ ମଧ୍ୟ ଏପରି ଏକ ଭିଡିଓ ଭାଇରାଲ୍ ହୋଇଥିଲା । ଆଇନଶୃଙ୍ଖଳାର ଧଜ୍ଜିଆ ଉଡ଼ାଇ ରାଜଧାନୀ ଉତୁପାତିଆ ଆତଙ୍କ ରଚିଥିଲେ । କ୍ରାଇମ ଆକ୍ସନ୍ର ରିଲ୍ ଭିଡିଓ କରୁଥିବା ନଜର ଆସୁଥିଲେ KBN ଗ୍ରୁପର ସଦସ୍ୟ । ଶୂନଶାନ୍ ରାତିରେ ସୈତାନିଗିରିର ଭିଡିଓ ଭାଇରାଲ୍ ହୋଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)