Advertisment

ସାଉଥସିଟି ବାର୍‌ରେ ପଡ଼ିଛି ବିଡ଼ା ବିଡ଼ା ଟଙ୍କା

ସବୁ କଟକଣାକୁ ଫୁ କରି ବିଳମ୍ବିତ ରାତିରେ ବାର୍‌ରେ ଜମୁଥିଲା ନାଚଗୀତର ଆସର। ଡିଜେର ତାଳେ ଝୁମୁଥିଲେ ଗ୍ରାହକ, ଯାହାର ଭାଇରାଲ ଭିଡିଓ ତିଛି ଦିନ ତଳେ ପ୍ରସାରଣ ହୋଇଥିଲା। ବାର୍ ଡ଼୍ୟାନ୍ସରଙ୍କ ଉପରେ କିଏ ଟଙ୍କା ଫୋପାଡୁଥିଲେ ତ ଆଉ କିଏ ନିଶାରେ ହୋଇଯାଇଥିଲେ ଚୁର୍।

author-image
Chandan Shishu
Hotel SouthCity

Hotel SouthCity

ଭୁବନେଶ୍ୱର: ସାମନାକୁ ଆସିବାରେ ଲାଗିଛି ହୋଟେଲ୍ ସାଉଥସିଟିର ସାଂଘାତିକ ସତ। ମନୀଷ ଦାସ ହତ୍ୟା ମାମଲାରେ ସାଉଥ ସିଟି ବାର୍‌ରେ ରେଡ୍ ପରେ ଗୁମର ଖୋଲୁଛି। ବିପୁଳ ପରିମାଣର ମଦ ଓ ଟଙ୍କା ବିଡ଼ା ଜବତ। ବାରରେ ବିଡ଼ା ବିଡ଼ା ୧୦ ଟଙ୍କିଆ ଓ ୫୦ ଟଙ୍କିଆ ନୋଟ୍ ଜବତ ହୋଇଛି। ବାର୍ ଗାର୍ଲଙ୍କ ଉପରେ ଉଡ଼ାଇବାକୁ ଟଙ୍କା ରହିଥିବା ଅନୁମାନ କରାଯାଉଛି। ତେବେ ଟଙ୍କା ଗୁଡ଼ିକ ଅସଲି କି ନକଲି ଏଯାଏଁ କିଛି ସ୍ପଷ୍ଟ ହୋଇନି। 

Advertisment

ସବୁ କଟକଣାକୁ ଫୁ କରି ବିଳମ୍ବିତ ରାତିରେ ବାର୍‌ରେ ଜମୁଥିଲା ନାଚଗୀତର ଆସର। ଡିଜେର ତାଳେ ଝୁମୁଥିଲେ ଗ୍ରାହକ, ଯାହାର ଭାଇରାଲ ଭିଡିଓ ତିଛି ଦିନ ତଳେ ପ୍ରସାରଣ ହୋଇଥିଲା। ବାର୍ ଡ଼୍ୟାନ୍ସରଙ୍କ ଉପରେ କିଏ ଟଙ୍କା ଫୋପାଡୁଥିଲେ ତ ଆଉ କିଏ ନିଶାରେ ହୋଇଯାଇଥିଲେ ଚୁର୍।ବିଳମ୍ବିତ ରାତି ଯାଏଁ ଜମୁଥିଲା ମଦ ମାଂସର ଆସର। 

କୋଭିଡ୍ ନିୟମର ଧଜ୍ଜିଆ ଉଡ଼ାଇ ନାଚଗୀତର ମସଗୁଲ୍ ଭିତରେ ମତୁଆଲା ହେଉଥିଲେ, ଅସାମାଜିକ ତତ୍ତ୍ୱଙ୍କ ସହ ବିଲଡର୍, ଠିକାଦାର, ବ୍ୟବସାୟୀ, ଚାକିରିଆ। ପୁଣି ଏହାର ସୂତ୍ରଧର ଥିଲେ ନିଲମ୍ବିତ ପୋଲିସ କର୍ମଚାରୀ ଯାହାଙ୍କ ନାଁ ପ୍ରସନ୍ନ ବେହେରା। ହେଲେ ମଦମାଂସର ଆସର ଭିତରେ ବେଶ୍ ଝୁମୁଛନ୍ତି ରଂଗୀଲା ହୋଇ। ବାବୁ କିନ୍ତୁ କୌଣସି ଗ୍ରାହକ ନୁହଁନ୍ତି। କିମ୍ବା ଟଙ୍କା ଦେଇ ବି ଏଠାକୁ ଆସିନାହାଁନ୍ତି। 

Advertisment

ବାର୍‌ ଲାଇସେନ୍ସ ଅବଧି ସେପ୍ଟେମ୍ବର ମାସରୁ ଶେଷ ହୋଇଯାଇଥିବା ବେଳେ ବେଆଇନ୍‌ ଭାବେ ବାର୍‌ ଚଳାଇଥିଲେ ପ୍ରଶନ୍ନ । ଖାଲି ସେତିକି ନୁହେଁ କୋଭିଡ କଟକଣାକୁ ଉଲ୍ଲଙ୍ଘନ କରି ବିଳମ୍ବିତ ରାତି ଯାଏଁ ମଧ୍ୟ ଚାଳାଇଥିଲେ ବାର୍ । ତଦନ୍ତ ରିପୋର୍ଟ ଆଧାରରେ ପ୍ରସନ୍ନଙ୍କୁ ଡିସିପି ନିଲମ୍ବନ କରିଥିବା ଜଣାପଡ଼ିଛି । ଭୁବନେଶ୍ୱର ହାବିଳଦାର ଓ କନେଷ୍ଟବଳ ସଂଘର ସଭାପତି ଅଛନ୍ତି ପ୍ରସନ୍ନ ।

ନିଜ ଭାଇଙ୍କ ନାଁରେ ଲିଜ୍ ନେଇ ସାଉଥ ସିଟି ବାର୍ ଚଳାଉଥିଲେ ପ୍ରସନ୍ନ । ବିଳମ୍ବିତ ରାତି ଯାଏଁ ବାର୍ ଖୋଲା ରଖିବା ଅଭିଯୋଗରେ ପ୍ରସନ୍ନଙ୍କୁ ନିଲମ୍ବନ କରାଯାଇଥିବା ଜଣାଯାଇଛି । ଘଟଣା ଦିନ ମନୀଷ ଓ ତାଙ୍କ ସାଙ୍ଗମାନେ ଏହି ସାଉଥ ସିଟି ବାର୍‌ରେ ଥିଲେ। ଅନ୍ୟପଟେ ଏହି ହତ୍ୟା ଘଟଣାରେ ଦାୟିତ୍ୱରେ ଅବହେଳା କରିଥିବା ଅଭିଯୋଗରେ ତମାଣ୍ଡୋ ଥାନା IICଙ୍କୁ ବଦଳି କରାଯାଇଛି । IIC ପ୍ରମୋଦ ପଟ୍ଟନାୟକଙ୍କୁ DCP ଅଫିସକୁ ବଦଳି କରାଯାଇଛି । ବାର୍ ମାଲିକ ପ୍ରଦ୍ୟୁମ୍ନ ଜେନା ଓ ପ୍ରସନ୍ନ ବେହେରାଙ୍କୁ ଥାନାରେ ଅଟକ ରଖାଯାଇଛି ।

Manish Das Murder Case Raid On Hotel SouthCity
Advertisment
Advertisment